ETV Bharat / state

ଜିଲ୍ଲା ଓକିଲ ସଂଘ ନିର୍ବାଚନରେ ଆଚରଣ ବିଧି ଉଲଂଘନ ଅଭିଯୋଗ

author img

By

Published : Dec 14, 2020, 7:44 PM IST

ମାଲକାନଗିରି ଜିଲ୍ଲା ଓକିଲ ସଂଘ ନିର୍ବାଚନରେ ଅନିୟନିତତା ଅଭିଯୋଗ ଆଣିଲେ ପ୍ରାର୍ଥୀ। ଯଦି ଆଗାମୀ ଦିନରେ କାର୍ଯ୍ୟାନୁଷ୍ଠାନ ନ ହୁଏ ତାହା ହେଲେ ଆଇନର ଆଶ୍ରୟ ନେବେ ବୋଲି ସଭାପତି ଓ ସମ୍ପାଦକ ପଦ ପାଇଁ ନିର୍ବାଚନ ଲଢ଼ୁଥିବା ନୃସିଂହ ଚରଣ ମହାନ୍ତି ଓ ବିଜୁ ସରକାର କହିଛନ୍ତି। ଅଧିକ ପଢନ୍ତୁ...

ଜିଲ୍ଲା ଓକିଲ ସଂଘ ନିର୍ବାଚନରେ ଆଚରଣ ବିଧି ଉଲଂଘନ ଅଭିଯୋଗ
ଜିଲ୍ଲା ଓକିଲ ସଂଘ ନିର୍ବାଚନରେ ଆଚରଣ ବିଧି ଉଲଂଘନ ଅଭିଯୋଗ

ମାଲକାନଗିରି: ମାଲକାନଗିରି ଜିଲ୍ଲା ଓକିଲ ସଂଘର ନିର୍ବାଚନ, ଓଡିଶା ବାର କାଉନ୍ସିଲର ନିର୍ଦ୍ଦେଶ କ୍ରମେ ଡିସେମ୍ବର 12 ତାରିଖରେ ଅନୁଷ୍ଠିତ ହୋଇଥିଲା। ହାରିଥିବା ପ୍ରାର୍ଥୀ ଏଥିରେ ଅନିୟମିତତା ହୋଇଥିବା ଅଭିଯୋଗ କରିଛନ୍ତି।

ଏ ନେଇ ଓଡିଶା ବାର କାଉନ୍ସିଲକୁ ଅବଗତ କରାଇଥିବା ସେ କହିଛନ୍ତି। ନିୟମ ଅନୁଯାୟୀ ନିର୍ବାଚନରେ ପୁଲିଂ ଏଜେଣ୍ଟ ଦେବାକଥା କିନ୍ତୁ, ପୁଲିଂ ଏଜେଣ୍ଟ ଦେବାକୁ ନିର୍ବାଚନ ଅଧିକାରୀ ବିରୋଧ କରିଥିଲେ। ଏଥିସହ ସେ ପୁଲିଂ ବୁଥ୍କୁ‌ ନିଜ କବଜାରେ ରଖିଥିଲେ ଓ ଭିତରକୁ ମୋବାଇଲ ନେବା ମନା ଥିବା ସତ୍ତ୍ବେ ମୋବାଇଲ ଛାଡିଥିଲେ। ଫଳରେ ଗୁପ୍ତ ବାଲଟ ପେପର ଫୋଟୋ ବାହାରକୁ ଲିକ୍‌ ହୋଇଥିଲା। ଏବେ ସେ ସମସ୍ତ ବାଲଟ ପେପର ମୋବାଇଲକୁ ମୋବାଇଲ ଘୁରି ବୁଲୁଛି। ଏଥିସହ ପୁଲିଂ ଅପରାହ୍ନ 4ଟା ବେଳେ ସରିଥିଲା। ନିର୍ବାଚନ ଅଧିକାରୀ ପାର୍ଥି ମାନଙ୍କ ଆଗରେ ବାଲଟ ବାକ୍ସ ସିଲ୍‌ କରି ଦସ୍ତଖତ କରିବା କଥା କିନ୍ତୁ, ଏହା ନ କରି କବାଟ ବନ୍ଦ କରିଦେଇଥିଲେ ଓ 5ଟା ବେଳେ କାଉଣ୍ଟିଂ ଆରମ୍ଭ କରିଥିଲେ।

ଏହାକୁ ନେଇ ଆଜି ହାରିଥିବା ପ୍ରାର୍ଥୀ ନିର୍ବାଚନ ଆଚରଣ ବିଧି ଉଲଂଘନ ହୋଇଥିବା ନେଇ ଅଭିଯୋଗ କରିବା ସହ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଦାବି କରିଛନ୍ତି। ଯଦି ଆଗାମୀ ଦିନରେ କାର୍ଯ୍ୟାନୁଷ୍ଠାନ ନ ହୁଏ ତାହା ହେଲେ ଆଇନର ଆଶ୍ରୟ ନେବେ ବୋଲି ସଭାପତି ଓ ସମ୍ପାଦକ ପଦ ପାଇଁ ନିର୍ବାଚନ ଲଢ଼ୁଥିବା ନୃସିଂହ ଚରଣ ମହାନ୍ତି ଓ ବିଜୁ ସରକାର ଅଭିଯୋଗ କରିଛନ୍ତି।

ମାଲକାନଗିରିରୁ ଦେବଦତ୍ତ ବେହେରା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.