ETV Bharat / state

ଗୁହାଳ ଘର ନାଁରେ ଟଙ୍କା ଆତ୍ମସାତ ଅଭିଯୋଗ, ଦୁୁଇ ବର୍ଷ ହେଲା ସରିପାରୁନି କାମ

author img

By

Published : Mar 4, 2023, 10:20 PM IST

ପଦାରେ ପଡିଲା ଆଇଟିଡିଏର ଗୁହାଳ ଘର ଘୋଟାଲା । ଦୁୁଇ ବର୍ଷ ହେଲା ହୋଇ ପାରୁନି ଗୁହାଳ ଘର କାମ । ଆଇଟିଡିଏ ଅଫିସର ଅଧିକାରୀ ମାନେ ଆସିଥିବା ଗହାଳ ଗୃହର ଫାଇନାଲ୍ ବିଲ୍ କରି ଟଙ୍କା ଆତ୍ମସାତ କରିଥିବା ସନ୍ଦେହ କରିଛନ୍ତି ହିତାଧିକାରୀ । ଅଧିକ ପଢନ୍ତୁ

construction of cattle shed in malkangiri

ମାଲକାନଗିରି: ହିତାଧିକାରୀଙ୍କୁ କାମ ଯୋଗାଇବା ନାଁରେ ମନରେଗା ଯୋଜନାରେ ଆସିଥିଲା ଗୁହାଳ ଘର । ଯାହାଦ୍ବାରା ଗାଁ ଗହଳିରେ ବୁଲୁଥିବା ଗାଇ ଗୋରୁ ବାହାରେ ବୁଲିବା ବଦଳରେ ଗୁହାଳ ଘରେ ରହିବେ । ଏହି ଉଦ୍ଦେଶ୍ୟରେ ୨୦୨୧୵୨୨ ମସିହାରେ ଆଇଟିଡିଏ ପକ୍ଷରୁ ମାଲକାନଗିରି ବ୍ଲକରେ ୬ଟି ପଞ୍ଚାୟତ ର ୧୦ଟି ଗାଁର ୮୪ ଜଣ ହିତାଧିକାରୀଙ୍କ ନା ରେ ଆସିଥିଲା ଗୁହାଳ ଘର । ଏହିକାମକୁ ଆଇଟିଡିଏ ସ୍ଥାନୀୟ ଏକ ଠିକାଦାରଙ୍କୁ ଦେଇ ୨୦୨୧ ମସିହାରେ କାମ ଆରମ୍ଭ କରାଯାଇଥିଲା । କିନ୍ତୁ ବର୍ତ୍ତମାନ ସୁଦ୍ଧା ଏହାର କାମ ସରିନାହିଁ। ଗୌଡଗୁଡା ପଞ୍ଚାୟତର ଗମ୍ପାକୁଣ୍ଡା ଗାଁର ବାସୁଦେବ ଖରା,ରାମା ଚଲନ, କମଲ ମୁଣ୍ଡାଗୁଡିଆ, ଲକ୍ଷ୍ମଣ ହନ୍ତାଳ, ରାମଚନ୍ଦ୍ର ପାଙ୍ଗି, ଆଦୁ ପାଙ୍ଗି, ଜୟା ପାଙ୍ଗି, ରାମଦାସ ଚଲାନ, ସଇନିକ ଖରା ଓ ଚନ୍ଦ୍ର ପାଙ୍ଗିଙ୍କ ନାଁରେ ଆସିଥିଲା ଗୁହାଳ ଘର କାମ ଆରମ୍ଭ ହୋଇଥିବା ବେଳେ ୧୨ଟି ଲେଖାଏଁ କଙ୍କ୍ରିଟ୍ ପିଲର କରି ଠିକାଦାର କାମ ଛାଡି ଚାଲିଯାଇଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ ।

ଏଥି ସହ ଏହି ଗୁହାଳ କରିବା ପୂର୍ବରୁ ମନରେଗା ଯୋଜନାରେ ଖୋଳାଯାଇଥିବା ପୁନାତି ଟଙ୍କା ବି ପାଇନଥିବା କହିଛନ୍ତି ହିତାଧିକାରୀ । ଗୋଟିଏ ଗୁହାଳ ଘର ପାଇଁ ଜଣେ ହିତାଧିକାରୀଙ୍କ ପିଛା ୧ଲକ୍ଷ ୧୩ହଜାର ଟଙ୍କା ଆସିଥିଲା । ସେଥି ମଧ୍ୟରୁ ୧୫ହଜାର ଟଙ୍କା ଲେବର ଓ ୯୮ହଜାର ଟଙ୍କା ଗୁହାଳ ନିର୍ମାଣପାଇଁ ଆସବପତ୍ର ପାଇଁ ଉଦ୍ଦିଷ୍ଟ ରହିଛି । ୨୦୨୧ ମସିହାରୁ ୨୦୨୩ ମସିହା ମଧ୍ଯରେ ଦୁଇ ବର୍ଷ ବିତିଗଲାଣି ଏହି ସମୟ ମଧ୍ଯରେ ଗୁହାଳ ଗୃହ ନିର୍ମାଣ ସମ୍ପୂର୍ଣ୍ଣ ନହେବାରୁ ହିତାଧିକାରୀଙ୍କ ଟଙ୍କା ହଡପ ହୋଇଥିବା ସେମାନେ ସନ୍ଦେହ କରିଛନ୍ତି ।

ଖାଲି ଗୌଡଗୁଡା ପଞ୍ଚାୟତର ଗମ୍ପାକୁଣ୍ଡା ଗାଁ ନୁହେଁ , ସେହିଭଳି ପାଣ୍ଡ୍ରିପାଣି ପଞ୍ଚାୟତର ଭାଲୁଗୁଡା ଗ୍ରାମର ୧୩ ଜଣ , ଭାଲୁଗୁଡା ଗ୍ରାମର 5ଜଣ ଓ ସର୍ଗିଗୁଡା ଗ୍ରାମର ୬ଜଣ ହିତାଧିକାରୀଙ୍କ ନାମରେବି ଆସିଥିଲା ଗୁହାଳ ଗୃହ। କିନ୍ତୁ ଏହି ସବୁ ଗାଁରେ ଗୋଟିଏ ବି ହୋଇ ନାହିଁ ଗୁହାଳ। 2021 ମସିହାରେ ଆଇଟିଡିଏର କିଛି କର୍ମଚାରୀ ଆସି ହିତାଧିକାରୀଙ୍କୁ ଗୁହାଳ ଘର ଆସିଥିବା କହିଥିଲେ । ଏହାପରେ ସେମାନଙ୍କୁ ଜାଗା ଦେଖାଇବା ପାଇଁ କହିଥିଲେ ଏବଂ ସେମାନଙ୍କ ଜାଗାରେ ଗୁହାଳ ଗୃହ ବନାଇବାପାଇଁ ଜାଗାରେ ଚିହ୍ନ ଦେଖାଇଥିଲେ । ଆଇଟିଡିଏ କର୍ମଚାରୀ ଏଭଳି କରିବା ଦ୍ବାରା କିଛି ଗରିବ ହିତାଧିକାରୀ ନିଜର ପୁରୁଣା ଗୁହାଳକୁ ଭାଙ୍ଗି ସେହି ଜାଗାରେ ନୂଆ ଗୁହାଳ ଘର ପାଇଁ ଜାଗାରେ ଚିହ୍ନ ଦେଇଥିଲେ। ହେଲେ ପରେ କେହିବି ଆସି ଗୁହାଳ ଘର କରିନଥିଲେ । ଶେଷରେ ସେମାନେ ବର୍ଷା ପାଣି ,ପବନକୁ ଦେଖି ବାଧ୍ୟହୋଇ ପୁଣି ପୂର୍ବ ପରି ନିଜ ଖର୍ଚ୍ଚରେ ମାଟିର ଗୁହାଳ କୁଡିଆ କରି ଗାଇ, ଗୋରୁ ବାନ୍ଧୁଥିବା କହିଛନ୍ତି ସ୍ଥାନୀୟ ଲୋକେ ।

ଆଇଟିଡିଏ ର ଅଧିକାରୀ ମାନେ ସେମାନଙ୍କୁ ଠକି ଗୁହାଳ ଘର ପାଇଁ ଆସିଥବା ଟଙ୍କାକୁ ଉଠାଇ ନେଇ ଯାଇଥିବା ସନ୍ଦେହ କରିଛନ୍ତି । ଏହି ଘଟଣା କୁ ନେଇ ମାଲକାନଗିରି ପିଏ ଆଇଟିଡିଏ ଙ୍କୁ ପଚାରିବାରୁ ପୂର୍ବରୁ ଜାଣିନଥିବା କହିଛନ୍ତି। ଏହି ଘଟଣା ଜାଣିବାପରେ ଯେଉଁମାନେ ଏଥିରେ ସମ୍ପୃକ୍ତ ଅଛନ୍ତି ସେମାନଙ୍କ ଉବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି । ଏଠି ପ୍ରଶ୍ନ ଉଠୁଛି ପିଏ ଆଇଟିଡିଏ ଅଧିକାରୀ ଆମଠାରୁ ଏହି ଘଟଣା ବାବଦକୁ ଯଦି ଜାଣିବାକୁ ପାଇଲେ ତାହାହଲେ ଏତେ ଦିନ ହେବ ସେକିଭଳି ଜାଣି ପାରିନଥିଲେ ସେ ନିଜେ ଏହି ଘଟଣାରେ ସମ୍ପୃକ୍ତ ନାହାନ୍ତି ତ ? ତହା ଏବେ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ବର୍ତ୍ତମାନ ଦେଖିବାକୁ ବାକିରହିଲା କେବେ ହିତାଧିକାରୀଙ୍କ ଗୁହାଳ ଗୃହ ସରିଛି ? କେବେ କାମ କରିଥିବା ଲେବର ଙ୍କ ପାରିଶ୍ରମିକ ଟଙ୍କା ମିଳୁଛି ଏବଂ କେବେ ଏହି ଦୁର୍ନୀତିରେ ସଂପୃକ୍ତ କର୍ମଚାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି ଜିଲ୍ଲାପାଳ ତାହା ଦେଖବାକୁ ବାକିରହିଲା ।

ଇଟିଭି ଭାରତ, ମାଲକାନଗିରି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.