ETV Bharat / state

PMGSY ରାସ୍ତା କାମ ନିମ୍ନମାନର ଅଭିଯୋଗ, ବର୍ଷେ ନପୂରୁଣୁ ଉଠୁଛି ପିଚୁ - PMGSY

ମାଲକାନଗିରି ଜିଲ୍ଲା ସିନ୍ଧିଗୁଡାରୁ ମୁରୁକିଗୁଡା ଯାଏ ହୋଇଥିବା ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ (PMGSY) ଶୋଚନୀୟ ହୋଇଛି । 69.71 ଲକ୍ଷ ବ୍ୟୟ ଅଟକଳରେ ନିର୍ମିତ ରାସ୍ତାକୁ ବର୍ଷେ ନପୂରୁଣୁ ରାସ୍ତାରୁ ଫାଳଫାଳ ହୋଇ ପିଚୁ ଉଠିବାକୁ ଲାଗୁଛି । ଅଧିକ ପଢନ୍ତୁ

PMGSY ରାସ୍ତା କାମ ନିମ୍ନମାନର ଅଭିଯୋଗ
PMGSY ରାସ୍ତା କାମ ନିମ୍ନମାନର ଅଭିଯୋଗ
author img

By

Published : Aug 29, 2022, 8:56 AM IST

ମାଲକାନଗିରି: ରାସ୍ତାରୁ ଉଠୁଛି ଫଡା ଫଡା ପିଚୁ । ଦୁଇ ପାଖରେ ବଡ ବଡ ଖାଲ ଆଉ ସେ ଖାଲରେ ଭରି ରହିଛି ବର୍ଷା ପାଣି । ରାସ୍ତାର ଏପରି ଦୟନୀୟ ଅବସ୍ଥା ପାଇଁ ଲୋକମାନେ ବିପଦରେ ଯାତାୟତ କରୁଛନ୍ତି । ରାସ୍ତାର ଏପରି ଦୃଶ୍ୟ ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା ସିନ୍ଧିଗୁଡାରୁ ମୁରୁକିଗୁଡା ଯାଏ ହୋଇଥିବା ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ । 69.71 ଲକ୍ଷ ବ୍ୟୟ ଅଟକଳରେ ନିର୍ମିତ ରାସ୍ତାକୁ ବର୍ଷେ ନପୂରୁଣୁ ରାସ୍ତାର ଏପରି ଶୋଚନୀୟ ଅବସ୍ଥା ହୋଇଛି । ନିମ୍ନମାନର ରାସ୍ତା କାମ ହୋଇଥିବା ଅଭିଯୋଗ କରି ଅସନ୍ତୋଷ ପ୍ରକାଶ କରିଛନ୍ତି ସ୍ଥାନୀୟ ଲୋକ ।

PMGSY ରାସ୍ତା କାମ ନିମ୍ନମାନର ଅଭିଯୋଗ

ଗାଁଁ ଗାଁଁକୁ ପକ୍କା ରାସ୍ତା ପହଞ୍ଚାଇବାକୁ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇ ଗାଁକୁ ରାସ୍ତା କରାଯାଇଛି । ଲୋକମାନଙ୍କ ଯାତାୟତ ସୁବିଧା ଲକ୍ଷ୍ୟରେ ଏହା କରାଯାଉଛି । ହେଲେ ବାସ୍ତବ ଚିତ୍ର କିଛି ଅଲଗା । 2019 ଜୁନ 17 ତାରିଖରେ ମାଲକାନଗିିରି ଜିଲ୍ଲା ଖଇରପୁଟ ବ୍ଲକ ଅନ୍ତର୍ଗତ ସିନ୍ଧିଗୁଡାରୁ ମୁରୁକିଗୁଡା ଯାଏ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନାରେ ରାସ୍ତା ନିର୍ମାଣ ହୋଇଥିଲା । ଏଥିପାଇଁ 69.71 ଲକ୍ଷ ବ୍ୟୟ ଅଟକଳ ହୋଇଥିଲା । ମାର୍ଚ୍ଚ 16 2020ରେ ଏହାର ନିର୍ମାଣ କାର୍ଯ୍ୟ ଶେଷ ହୋଇଥିଲା । ଏବେ ରାସ୍ତାର ଅବସ୍ଥା ନ କରିବା ଭଲ । ରାସ୍ତାର ପିଚୁ, ବଜୁରି ଓ ଚିପ୍ସ ବାହାରି ଅଲଗା ହୋଇ ଯିବା ସହ ରାସ୍ତାରେ ବଡ ବଡ ଗାତ ହୋଇଛି ।

ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନା ରାସ୍ତା କାମ ପ୍ୟାକଜ ନମ୍ବର ୪୩୦ ଗତ ବର୍ଷ କାମ ସରିଛି ହେଲେ କାମକୁ ବର୍ଷେ ନପୂରୁଣୁ ରାସ୍ତାର ଅବସ୍ଥା ଦୟନୀୟ ହୋଇ ଯାଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଏହି ରାସ୍ତା ଉପରେ ପାଖାପାଖି ୧୫ଟି ଗାଁର ଲୋକ ନିର୍ଭର କରନ୍ତି । ଏହି ରାସ୍ତାଦେଇ ଯାତାୟତ କରୁଥିବା ଗ୍ରାମବାସୀ ମାନେ କହିଛନ୍ତି ରାସ୍ତା ନିମ୍ନମାନର ହେବା ସହ ବର୍ତ୍ତମାନ ରାସ୍ତା ମରାମତି ନାମରେ କଣ୍ଟ୍ରାକ୍ଟର କେବଳ କ୍ରସର ଗୁଣ୍ଡ ପକାଇ କାମ ସାରି ଦେଇଥିବା ଅଭିଯୋଗ ହୋଇଛି । ଏହାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ଦାବି କରିଛନ୍ତି ଗ୍ରାମବାସୀ ।

ଏହି ଅଭିଯୋଗ ନେଇ ମାଲକାନଗିରି ଗ୍ରାମ୍ୟ ଉନ୍ନୟନ ବିଭାଗ ୧ର ଅଧୀକ୍ଷଣ ଯନ୍ତ୍ରୀ କହିଛନ୍ତି, ''ମରାମତିରେ ବର୍ଷାରେ ପିଚୁ ନଧୋଇବା ପାଇଁ କଣ୍ଟ୍ରାକ୍ଟର ଏଭଳି କରିଥାଇପରେ । ଏଠି ପ୍ରଶ୍ନ ଉଠୁଛି କଣ୍ଟ୍ରାକ୍ଟର କିପରି ବିନା ଏଷ୍ଟୁମେଣ୍ଟରେ କିପରି କାମ କରୁଛନ୍ତି । ଏଠୁ ସ୍ପଷ୍ଟ ଜଣା ପଡୁଛି ବିଭାଗୀୟ ଯନ୍ତ୍ରୀ, ଏସକ୍ୟୁମ୍ ମଧ୍ୟରେ କିଭଳି ମଧୁଚନ୍ଦ୍ରିକା ଚାଲିଛି । ଅଧିକ୍ଷଣ ଯନ୍ତ୍ରୀ ଆହୁରି କହିଛନ୍ତି ଏହି କାମ ଗୁଡିକ ଇ ଭାଲୁଏସନ୍ ଅନୁଯାଇ ଫଟୋ ଉଠାଇ କାମର ତଦାରଖ କରାଯାଉଛି ।ଏହି କାମରେ ନିୟୋଜିତ ଥିବା ଜେଇଙ୍କୁ ନିର୍ଦ୍ଦେଶ ଦିଆଯିବ । ଏହା ପରେ କଣ୍ଟ୍ରାକ୍ଟରକୁ ନୋଟିସ୍ କରାଯିବ । ସେ ଯଦି କାମ ନକରିବେ ତାହାହେଲେ କଣ୍ଟ୍ରାକ୍ଟର ଠାରୁ ରିକଭରି କରାଯିବ ।’’ ତେବେ ଦେଖିବାକୁ ବାକି ରହିଲା ବିଭାଗୀୟ ଅଧିକାରୀ ନିମ୍ନମାନର କାମ କରୁଥିବା କଣ୍ଟ୍ରାକ୍ଟରଙ୍କ ଉପରେ କିଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି।

ଇଟିଭିି ଭାରତ, ମାଲକାନଗିିରି

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.