ETV Bharat / state

ମାଓବାଦୀଙ୍କ ଛାତି ଧଡଧଡ, ମାଓ କ୍ୟାମ୍ପରେ ବୋମା ବର୍ଷା କଲା ଡ୍ରୋନ୍

ଦେଶରେ ପ୍ରଥମ । ମାଓ କ୍ୟାମ୍ପ ଉପରେ ବୋମା ବର୍ଷା କଲା ଡ୍ରୋନ୍ । ଛତିଶଗଡ ବିଜାପୁର ଜିଲ୍ଲାରେ ଚାଲିଥିବା ମାଓ ଶିବିର ଉପରେ ଏୟାର ଷ୍ଟ୍ରାଇକ । ଅଭିଯୋଗ କଲା ଛତିଶଗଡ ମାଓ ସଙ୍ଗଠନ । ଅଧିକ ପଢନ୍ତୁ...

author img

By

Published : Apr 21, 2021, 5:50 PM IST

ମାଓବାଦୀଙ୍କ ଉପରେ ଆକାଶ ମାର୍ଗରୁ ବୋମା ବର୍ଷଣ ଅଭିଯୋଗ

ମାଲକାନଗିରି: ମାଓ ଶିବିରରେ ଏୟାର ଷ୍ଟ୍ରାଇକ । ଡ୍ରୋନ ମାଧ୍ୟମରେ ଆକାଶ ମାର୍ଗରୁ ହେଲା ବୋମା ବର୍ଷଣ । ଛତିଶଗଡ ବିଜାପୁର ଜିଲ୍ଲା ପମେଡ ଥାନା ବୋତ୍ତଲଙ୍କା ଏବଂ ପ୍ଲାଗୁଡେମ ମଧ୍ୟରେ ଚାଲିଥିବା ମାଓ କ୍ୟାମ୍ପ ଉପରେ ପୋଲିସ ଏଭଳି ବୋମା ପକାଇ ଆକ୍ରମଣ କରିଛି । ପ୍ରେସ ବିଜ୍ଞପ୍ତି ଜରିଆରେ ଏଭଳି ଅଭିଯୋଗ ଆଣିଛି ଛତିଶଗଡ ମାଓ ସଙ୍ଗଠନର ପ୍ରବକ୍ତା ବିକଳ୍ପ ।

ଏହାସହ ବୋମା ପଡିଥିବା ସ୍ଥାନ, ବୋମାର ଭଗ୍ନାଂଶର ଫଟୋ ଓ ଭିଡ଼ିଓ ଜାରି କରିଛି ମାଓ ସଙ୍ଗଠନ । ଏହାକୁ ମାଓବାଦୀମାନେ ଦୃଢ଼ ବିରୋଧ କରିବା ସହ ସରକାର ଆତଙ୍କବାଦୀ ଭଳି ବ୍ୟବହାର ପ୍ରଦର୍ଶନ କରିଥିବା କହିଛି । ତେବେ ଏହି ଏୟାର ଷ୍ଟ୍ରାଇକ ସମୟରେ ମାଓବାଦୀମାନେ ସେହି ଜଙ୍ଗଲରେ ଥିଲେ ଏବଂ ଅଳ୍ପକେ ଖସି ଯାଇଥିବା ମାଓ ସଙ୍ଗଠନ ସ୍ବୀକାର କରିଛି ।

ଏଥିରେ ମାଓବାଦୀଙ୍କର କୌଣସି କ୍ଷତି ହୋଇନଥିବା ବେଳେ ଜଙ୍ଗଲୀ ଜନ୍ତୁ ଆହତ ହୋଇଥିବା ପ୍ରେସ ବିଜ୍ଞପ୍ତିରେ କୁହାଯାଇଛି । ଆକାଶ ମାର୍ଗରୁ ମାଓବାଦୀଙ୍କୁ ଆକ୍ରମଣ ଭାରତରେ ପ୍ରଥମ ଘଟଣା ହୋଇଥିବା ବେଳେ ଏଥିରୁ ସରକାରଙ୍କ ପ୍ରହାର-୩ ଆରମ୍ଭ ହୋଇଥିବା ଅନୁମାନ କରାଯାଉଛି ।

ମାଲକାନଗିରିରୁ ଦେବଦତ୍ତ ବେହେରା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.