ETV Bharat / state

ପୁଣି ଯନ୍ତାପାଇରେ ଉତ୍ତେଜନା, ସାପ୍ତାହିକ ହାଟ ବନ୍ଦ ସହ 144 ଧାରା ଲାଗୁ - ଯନ୍ତାପାଇରେ 144 ଧାରା ଲାଗୁ

ମାଲକାନଗିରି ସ୍ବାଭିମାନ ଅଞ୍ଚଳରେ ଉତ୍ତେଜନା । ଯନ୍ତାପାଇ ସାପ୍ତାହିକ ହାଟ ବନ୍ଦ ହେବା ସହ 144 ଧାରା ଜାରି ହୋଇଛି।

ପୁଣି ବିଚ୍ଛିନାଞ୍ଚଳରେ ଉତ୍ତେଜନା
author img

By

Published : Sep 20, 2019, 8:37 AM IST

Updated : Sep 20, 2019, 9:37 AM IST

ମାଲକାନଗିରି: ବିଚ୍ଛିନ୍ନାଞ୍ଚଳରେ ପୁଣି ଦେଖିବାକୁ ମିଳିଛି ଉତ୍ତେଜନା । ମାଲକାନଗିରିର ସ୍ବାଭିମାନ ଅଞ୍ଚଳରେ ଅବସ୍ଥିତ ଯନ୍ତାପାଇ ସାପ୍ତାହିକ ହାଟକୁ ବନ୍ଦ କରାଯିବା ସହ 144 ଧାରା ଲାଗୁ ହୋଇଛି । ଗତ 15 ତାରିଖରେ ସ୍ଥାନୀୟ ଅଞ୍ଚଳର ଜଣେ ଲୋକକୁ ଅପହରଣ ଓ ପରେ ହତ୍ୟା କରାଯାଇଥିବା ଅଭିଯୋଗରେ ବହୁ ସଂଖ୍ୟାକ ଆଦିବାସୀ ମେଳି ବାନ୍ଧିଥିବା ନେଇ ଜଣାପଡିବା ପରେ ପ୍ରଶାସନ ପକ୍ଷରୁ ସତର୍କତା ଜାରି ହୋଇଛି ।

ଏ ଘଟଣାରେ ଆନ୍ଧ୍ର ଏବଂ ଓଡ଼ିଶାର ବହୁ ଆଦିବାସୀ ପାରମ୍ପରିକ ଅସ୍ତ୍ରଶସ୍ତ୍ର ଠୁଳ କରିବାର ଖବର ପାଇବା ପରେ ପ୍ରଶାସନ ସତର୍କ ହୋଇ ଉଠିଛ । ଲୋକଙ୍କ ଉପରେ ନଜର ରଖିବା ପାଇଁ ଡ୍ରୋନ କ୍ୟାମେରାର ବ୍ୟବହାର କରାଯିବା ସହ ପୋଲିସ ଫୋର୍ସକୁ ସଜାଗ କରାଯାଇଛି । ଏହାକୁ ନେଇ ସ୍ଥାନୀୟ ଲୋକେ ବିରୋଧ କରିବା ସହ ପୋଲିସ ଉପରକୁ ଆକ୍ରମଣ କରିଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ମାଲକାନଗିରି

ତେବେ ଗତ 15ତାରିଖରେ ମଧ୍ୟ ଯନ୍ତାପାଇ ଅଙ୍ଗନବାଡିରୁ ଜଣଙ୍କ ମୃତଦେହ ଉଦ୍ଧାର ହୋଇଥିଲା । ଏଥିରେ ବିଏସଏଫ ଯବାନଙ୍କ ସମ୍ପୃକ୍ତି ଥିବା ଅଭିଯୋଗ ଆସିବା ପରେ ଏହାକୁ ନେଇ ବିବାଦ ଦେଖାଦେଇଛି।

ମାଲକାନଗିରିରୁ ଜୟନ୍ତ ତିଆଡି, ଇଟିଭି ଭାରତ

Intro:ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ବିଛିନ୍ନାଞ୍ଚଳର ଯନ୍ତାପାଇ ସାପ୍ତାହିକ ହାଟରେ ଉତ୍ତେଜନା । ହାଟ ବନ୍ଦ ସହ ବନ୍ଦ ସହ 144 ଧାରା ଜାରି । Body:ଗତ 15 ତାରିଖରେ ରାଜୁ ହନ୍ତାଳ ନାମକ ବ୍ୟକ୍ତିକୁ ବିଏସଏଫ ଯବାନ ହତ୍ୟା କରିଥିବା ଅଭିଯୋଗ । ଅଞ୍ଚଳରେ ଉତ୍ତେଜନା ସୃଷ୍ଟି ହେବା ସହ ପୋଲିସ ଉପରକୁ ଲୋକେ ଆକ୍ରମଣ କରିଥିଲେ । ଆନ୍ଧ୍ର ଓ ଓଡିଶା ର ବହୁ ଆଦିବାସୀ ପାରମ୍ପରିକ ଅସ୍ତ୍ରଶସ୍ତ୍ର ଧରି ଠୁଳ ହେଉଥିବା ଖବର ପାଇବା ପରେ ପ୍ରଶାସନ ପକ୍ଷରୁ ସ୍ଥାନୀୟ ହାଟ ବନ୍ଦ କରିବା ସହ ପୋଲିସ ଫୋର୍ସ ଙ୍କୁ ହାଇ ଅଲର୍ଟ ରେ ରଖା ଯାଇଛି । ଅଞ୍ଚଳରେ ଲୋକଙ୍କ ଉପରେ ନଜର ରଖିବାକୁ ଡ୍ରନ କ୍ୟାମେରା ମଧ୍ୟ ବ୍ୟବହାର କରାଯାଇଛି ।Conclusion:ମାଲକାନଗିରି ରୁ ଜୟନ୍ତ ତିଆଡି ଇଟିଭି ଭାରତ.........
Last Updated : Sep 20, 2019, 9:37 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.