ETV Bharat / state

କଙ୍ଗାରୁ କୋର୍ଟରେ ଚୋରକୁ ମାଡ ମାରି ହତ୍ୟା, 4 ଗ୍ରାମବାସୀ ଗିରଫ

ମାଲକାନଗିରି କଙ୍ଗାରୁ କୋର୍ଟରେ ଅଭିଯୁକ୍ତକୁ ମାଡ ମାରି ହତ୍ୟା କରିବା ପରେ ପୋଲିସ 4 ଗ୍ରାମବାସୀଙ୍କୁ ଗିରଫ କରିଛି । ଅଧିକ ପଢନ୍ତୁ...

କଙ୍ଗାରୁ କୋର୍ଟରେ ଅଭିଯୁକ୍ତକୁ ମାଡ ମାରି ହତ୍ୟା, 4 ଗ୍ରାମବାସୀ ଗିରଫ

author img

By

Published : May 20, 2021, 12:31 PM IST

ମାଲକାନଗିରି: ଜିଲ୍ଲାର ଛତିଶଗଡ ସୀମାନ୍ତରେ ଥିବା କାଙ୍କେର ଜିଲ୍ଲାର କଙ୍ଗାରୁ କୋର୍ଟରେ ଅଭିଯୁକ୍ତ ଚୋରକୁ ପିଟିପିଟି ହତ୍ୟା କରାଯାଇଛି । ଗ୍ରାମବାସୀମାନେ ଚୋରକୁ ପୋଲିସକୁ ହସ୍ତାନ୍ତର କରିବା ପରିବର୍ତ୍ତେ ତାକୁ ମାଡ ମାରିଥିଲେ, ଯାହା ପରେ ଅଭିଯୁକ୍ତର ମୃତ୍ୟୁ ଘଟିଥିଲା । ଘଟଣା ସମ୍ପର୍କରେ ଖବର ପାଇବା ପରେ ପୋଲିସ ଅଭିଯୁକ୍ତ ଗ୍ରାମବାସୀଙ୍କୁ ଗିରଫ କରିଛି ।

କଙ୍ଗାରୁ କୋର୍ଟରେ ଅଭିଯୁକ୍ତକୁ ମାଡ ମାରି ହତ୍ୟା, 4 ଗ୍ରାମବାସୀ ଗିରଫ

ଅଭିଯୁକ୍ତ ଚୋରକୁ ଗ୍ରାମବାସୀ ମାଡ ମାରୁଥିବା ସମୟର ଏକ ଭିଡିଓ ଭାଇରାଲ ହୋଇଥିଲା । ଏହି ଘଟଣାରେ ସାମିଲ ଥିବା ଚାରି ଜଣ ଗ୍ରାମବାସୀଙ୍କୁ ପୋଲିସ ଗିରଫ କରିଛି। ମିଳିଥିବା ସୂଚନା ଅନୁସାରେ ସ୍ଥାନୀୟ ପଞ୍ଚାୟତର ସରପଞ୍ଚଙ୍କ ପୁଅକୁ କେହି ଜଣେ ଅଜଣା ବ୍ୟକ୍ତି ଜବରଦସ୍ତ ଟାଣି ନେଉଥିବା ବେଳେ ପିଲାଟି ପାଟି କରିଥିଲା। ପିଲାର ପାଟି ଶୁଣି ସ୍ଥାନୀୟ ଲୋକେ ଦୌଡି ଆସିଥିଲେ। ସେତେବେଳେ ଏହି ଅଜଣା ବ୍ୟକ୍ତି ଜଣକ ଦୌଡି ପଳାଇବାକୁ ଚେଷ୍ଟା କରୁଥିବା ବେଳେ ଗ୍ରାମବାସୀଙ୍କ ହାତରେ ଧରାପଡିଥିଲା। ସରପଞ୍ଚଙ୍କ ସମେତ କିଛି ଗ୍ରାମବାସୀ ଏହି ବ୍ୟକ୍ତିର ସାର୍ଟ ଓ ପ୍ୟାଣ୍ଟ ଖୋଲି ହାତ ଗୋଡ ବାନ୍ଧି ତାକୁ ଠେଙ୍ଗାରେ ପିଟିଥିଲେ।

ଶେଷରେ ସେ ଗୁରୁତର ହେବାରୁ ତାକୁ ଗ୍ରାମବାସୀମାନେ ମେଡିକାଲ ନେଇଥିଲେ। କିନ୍ତୁ ମେଡିକାଲରେ ଅଭିଯୁକ୍ତର ମୃତ୍ୟୁ ଘଟିଥିଲା। ପୋଲିସ ଏହି ଖବର ପାଇବା ପରେ ହତ୍ୟା ମାମଲା ରୁଜୁ କରି ଚାରି ଜଣ ଗ୍ରାମବାସୀଙ୍କୁ ଗିରଫ କରିଥିଲା। ପରେ ଏହି ଘଟଣାର ଭିଡିଓ ପୋଲିସ ପାଇଥିଲା। ଏଥିରେ ଦୃଶ୍ୟମାନ ହେଉଥିବା ଅନ୍ୟ ଅଭିଯୁକ୍ତମାନଙ୍କୁ ମଧ୍ୟ ପୋଲିସ ତୁରନ୍ତ ଗିରଫ କରିବ ବୋଲି କହିଛି। ତେବେ ପୋଲିସ ସେହି ଅଜଣା ବ୍ୟକ୍ତିଙ୍କର ପରିଚୟ ପାଇନଥିବାରୁ ତାଙ୍କୁ ପୋତି ଦେଇଥିବା ଜଣାପଡିଛି ।

ମାଲକାନଗିରିରୁ ଦେବଦତ୍ତ ବେହେରା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.