ମାଲକାନଗିରି: ମାଲକାନଗିରି ଓ ଜୟପୁରକୁ ସଂଯୋଗ କରୁଥିବା ପାଙ୍ଗାମ ପୋଲ ସର୍ଭେବେଳେ ନଦୀରେ ବୁଡିଲେ କର୍ମଚାରୀ । ସ୍ଥାନୀୟ ବାସିନ୍ଦାଙ୍କ ଦ୍ବାରା ଉଦ୍ଧାର କାର୍ଯ୍ୟ ଜାରି ରହିଥିବାବେଳେ ଏବେ ବି କୌଣସି ପତ୍ତା ମିଳିପାରିନାହିଁ ।
ସେପଟେ, ଖବର ପାଇ ମାଥିଲି ପୋଲିସ ଓ ଅଗ୍ନିଶମ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ସୂଚନାଯୋଗ୍ୟ, ଏନଏଚ ସର୍ଭେରେ 3 ଜଣ କର୍ମଚାରୀ କାର୍ଯ୍ୟରତ ଥିବାବେଳେ ଜଣେ କର୍ମଚାରୀ ନଦୀରେ ବୁଡି ଯାଇଥିଲେ ।
ମାଲକାନଗିରିରୁ ଜୟନ୍ତ ତିଆଡି଼, ଇଟିଭି ଭାରତ