ETV Bharat / state

ରାଗରୁଷା ଦୂର କରେ ରକ୍ତାକ୍ତ ସଙ୍ଘର୍ଷ: ମାଡ ମାରନ୍ତି, ମଲମ ଲଗାନ୍ତି - ଆଦିମ ଜନଜାତି ବଣ୍ଡାଙ୍କ ପର୍ବ ଝାଟି ମରା

ବଣ୍ଡା ଘାଟିରେ ରକ୍ତର ଖେଳ । ପୁରୁଷ ପୁରୁଷଙ୍କ ମଧ୍ୟରେ ଚାଲିଛି ମାରପିଟ । ଜଣେ ଆଉ ଜଣଙ୍କ ପିଠିରେ ଚାବୁକ ମାରି କରୁଛନ୍ତି ରକ୍ତାକ୍ତ। ଆଉ ଏଥିଲାଗି ଉତ୍ସବ ମୁଖରିତ ବଣ୍ଡା ପାହାଡ଼ । ରାଗ ରୁଷା ଦୁର କରିବା ଲାଗି ଆଦିବାସୀଙ୍କ ରକ୍ତାକ୍ତ ସଂଘର୍ଷ । ଦେଖନ୍ତୁ ଇଟିଭି ଭାରତର ସ୍ବତନ୍ତ୍ର ରିପୋର୍ଟ...

ବଣ୍ଡା ଘାଟିରେ ରାଗରୁଶା କାଟେ ରକ୍ତାକ୍ତ ସଙ୍ଘର୍ଷ
ବଣ୍ଡା ଘାଟିରେ ରାଗରୁଶା କାଟେ ରକ୍ତାକ୍ତ ସଙ୍ଘର୍ଷ
author img

By

Published : Jan 25, 2020, 12:05 AM IST

ମାଲକାନଗିରି: ନିଆରା ରୀତି-ନୀତି, ଜନଜାତିଙ୍କ ଭିନ୍ନ ଏକ ପ୍ରଥା । ଘଞ୍ଚ ଜଙ୍ଗଲ ପାହାଡ ଭିତରେ ପ୍ରାଚୀନ ପରମ୍ପରାକୁ ଉଦଜୀବିତ କରି ରଖିଛନ୍ତି ଆଦିମ ଜନଜାତି । ଏ ହେଉଛି ବଣ୍ଡା ଘାଟିରେ ରକ୍ତର ସଂଘର୍ଷପୂର୍ଣ୍ଣ ଖେଳ । ପୁରୁଷ ପୁରୁଷଙ୍କ ମଧ୍ୟରେ ଚାଲିଛି ମାରପିଟ। ଜଣେ ଆଉ ଜଣଙ୍କ ପିଠିରେ ଚାବୁକ ପ୍ରହାର କରି ମନାଉଛନ୍ତି ଖୁସି । ଏଥିଲାଗି ଉତ୍ସବ ମୁଖରିତ ମାଲକାନଗିରିର ବଣ୍ଡା ପାହାଡ଼ । ଏହି ପର୍ବ ଦେଖିଣାହାରୀଙ୍କୁ ବିଚଳିତ କରି ପାରେ ମାତ୍ର ରକ୍ତ ବୋହିବା ଯାଏଁ ପରସ୍ପରକୁ ଆଘାତ ଦେଇ ଖେଳାଯାଏ ଏହି ଖେଳ । ଆଉ ଖେଳ ସରିଯିବା ପରେ ନାଚ ଗୀତରେ ମସଗୁଲ ହୁଅନ୍ତି ଆଦିମ ଜନଜାତି ।

ବଣ୍ଡା ଘାଟିରେ ରାଗରୁଶା କାଟେ ରକ୍ତାକ୍ତ ସଙ୍ଘର୍ଷ

ମାଲକାନଗିରି ଜିଲ୍ଲାରେ ବାସ କରୁଥିବା ଆଦିମ ଜନଜାତି ବଣ୍ଡାଙ୍କ ଏକ ନିଆରା ପର୍ବ ‘ଝାଟି ମରା’ ବା ପୁଷ ପର୍ବ । ବଣ୍ଡା ଜନଜାତିଙ୍କ ପାରମ୍ପାରିକ ଫସଲ ଶୁଆଁ, ବିରି ଓ ମାଣ୍ଡିଆ ଅମଳ ହେବା ପରେ ଲୋକେ ଏହି ଝାଟି ପର୍ବ ପାଳନ କରିଥାନ୍ତି । ପୂର୍ବ ଶୁତ୍ରୁତାକୁ ଭୁଲିବା ଲାଗି ଲୋକେ ନିଜ ନିଜ ଭିତରେ ଏପରି ପିଟାପିଟା ହୁଅନ୍ତି ।

କେଉଁ ଆଦିମ କାଳରୁ ବଣ୍ଡା ଜନଜାତି ସମାଜରେ ଚାଲି ଆସୁଛି ଏହି ପରମ୍ପରା । ଝାଟି ପରବ ଦିନ ନୁଆ ଖାଇବାର ରହିଛି ପରମ୍ପରା । ବଣ୍ଡାଙ୍କ ଲାଗି ଗାଁର ପୁଜାରୀ ହେଉଛନ୍ତି ବିଚାରକ । ପୁଜାରୀଙ୍କ ଆଦେଶରେ ଝାଟି ପର୍ବର ତାରିଖ ନିର୍ଦ୍ଧାରଣ ହୁଏ । ଯୁବକମାନେ ସଲପ ଗଛର ଡାଳରେ ଚାବୁକ ସଦୃଶ୍ୟ ଛାଟି ତିଆରି କରିବା ପରେ ଗାଁ ଦାଣ୍ଡରେ ଚାଲେ ରକ୍ତାକ୍ତ ସଂର୍ଘଷର ଆସର । ପରସ୍ପରକୁ ମାଡ ମାରି ରକ୍ତାକ୍ତ କଲା ପରେ ଆଲିଙ୍ଗନ କରି ପୂର୍ବ ଶ୍ରତୁତାକୁ ଦୂର କରିଥାନ୍ତି ଏହି ବଣ୍ଡା ଆଦିବାସୀ ।

ଆଉ ବଣ୍ଡା ମହିଳା ମାନେ ଏହି ପର୍ବ ପାଇଁ ପୁରୁଷମାନଙ୍କୁ କରିଥାନ୍ତି ପ୍ରସ୍ତୁତ । ଲଢେଇ ଜୋର ଧରିବା ସମୟରେ ମହିଳାମାନେ ଦୁଇ ପୁରୁଷଙ୍କ ମଧ୍ୟରେ ପ୍ରତିବନ୍ଧକ ସାଜି ଆଘାତ ସ୍ଥାନରେ ହଳଦି ଲେପ ଲଗାଇ ଭାଇଚାରାର ବାର୍ତ୍ତା ଦିଅନ୍ତି । ଶତ୍ରୁତାର ସମାଧାନ କରିବା ଲାଗି ବଣ୍ଡାମାନେ ପାଳନ୍ତି ଏହି ଝାଟି ପର୍ବ । ବର୍ଷକୁ ଥରେ ନିଜକୁ ଶାରୀରିକ ଦଣ୍ଡ ଦେଇ ରାଗ ରୁଷା ଭୁଲି ଯାଆନ୍ତି ଏମାନେ । ଆଧୁନିକତାର ସ୍ପର୍ଶ ଭିତରେ ବଣ୍ଡା ଘାଟିରେ ଆଜି ବି ଏହି ପରମ୍ପରା ଜୀବନ୍ତ ।

ମାଲକାନଗିରିରୁ ଜୟନ୍ତ ତିଆଡି, ଇଟିଭି ଭାରତ

Intro:ଆମ ଦେଶରେ ବାର ମାସରେ ତେର ପର୍ବ ଦେଖିବାକୁ ମିଳେ ହେଲେ ଆପଣ ଏମିତି ପର୍ବ ଦେଖି ନଥିବେ ଯେଉଁଠି ପୁର୍ବ ଶତ୍ରୁତାକୁ ଭୁଲିବା ଲାଗି ଲୋକେ ନିଜ ନିଜ ଭିତରେ ପିଟା ପିଟା ହୋଇ ରକ୍ତାକ୍ତ ହେବା ପରେ ଭାଇ ଚାରା ସ୍ତାପନ କରନ୍ତି । ଆସନ୍ତୁ ଦେଖିବା ମାଲକାନଗିରି ଜିଲ୍ଲାର ସେହି ଆଦିମ ବଣ୍ଡା ଜନଜାତିଙ୍କ ନିଆରା ଝାଟି ପର୍ବ ।

ଇଟିଭି ଭାରତ ସ୍ପେଶିଆଲ ରିପୋର୍ଟ..................Body:ଭି.ଓ.୧ - ଟିକିଏ ଭଲ ଭାବେ ଦେଖନ୍ତୁ ଏହି ଦୃଶ୍ୟକୁ ଖାଲି ଦେହରେ ଗାଁର ସମସ୍ତ ପୁରୁଷ ଏକାଠି ହୋଇ ନିଜ ନିଜ ଭିତରେ କେମିତି ପିଟା ପିଟି ହେଉଛନ୍ତି । କେବଳ ପିଟା ପିଟି ନୁହେଁ ଜଣେ ଆଉ ଜଣଙ୍କ ପିଠିରେ ଚାବୁକ ମାରି ରକ୍ତାକ୍ତ ମଧ୍ୟ କରୁଛନ୍ତି । ତେବେ ଏହାକୁ ଦେଖି ଆପଣଙ୍କ ମନରେ ଅନେକ ପଶ୍ନ ଉଙ୍କି ମାରୁଥିବ ସତ । ହେଲେ ଏଠାରେ ଗାଁ ଲୋକଙ୍କ ମଧ୍ୟରେ କୌଣସି ଝଗଡା କିମ୍ବା ଗଣ୍ଡଗଳ ହେଉନାହି ଏହା ହେଉଛି ମାଲକାନଗିରି ଜିଲ୍ଲାରେ ବାସ କରୁଥିବା ଆଦିମ ଜନଜାତି ବଣ୍ଡାଙ୍କ ଏକ ନିଆରା ପର୍ବ “ଝାଟି ମରା” ବା ପୁଷ ପର୍ବ । ବଣ୍ଡା ଜନଜାତିଙ୍କ ପାରମ୍ପାରିକ ଫସଲ ଶୁଆଁ, ବିରି ଓ ମାଣ୍ଡିଆ ଅମଳ ହେବା ପରେ ଲୋକେ ଏହି ଝାଟି ପର୍ବ ପାଳନ କରି ଥାଆନ୍ତି । ପୂର୍ବ ଶୁତ୍ରୁତାକୁ ଭୁଲିବା ଲାଗି ଲୋକେ ନିଜ ନିଜ ଭିତରେ ଏପରି ପିଟା ପିଟା ହୁଅନ୍ତି । ପିଟା ପିଟି ସରିଯିବା ପରେ ନାଚ ଗୀତରେ ମସଗୁଲ ହୁଅନ୍ତି ଆଦିମ ଜନ ଜାତି ବଣ୍ଡା ।

ବାଇଟ ୧ – ସୋମା କିର୍ଶାନି, ବଣ୍ଡା ଯୁବକ, ଧଳା ଟି-ସାର୍ଟ ପିନ୍ଧିଛନ୍ତି
ବାଇଟ – ସନିଆ ଶିଶା, ବଣ୍ଡା ଯୁବକ

ଭି.ଓ.୨ - କେଉଁ ଆଦିମ କାଳରୁ ବଣ୍ଡା ଜନଜାତିଙ୍କ ସମାଜରେ ଏହି ପରମ୍ପରା ଚାଲି ଆସୁଛି । ସେମାନଙ୍କ ଲାଗି ଗାଁର ପୁଜାରି ହେଉଛନ୍ତି ବିଚାରକ । ସେଇଥି ପାଇଁ ପୁଜାରିଙ୍କ ଆଦେଶରେ ଝାଟି ପର୍ବର ତାରିଖ ନିର୍ଧାରଣ ହୁଏ । ଏହା ପରେ ଯୁବକ ମାନେ ସଲପ ଗଛ ଚଢି ଡାଳ ଭାଙ୍ଗି ଥାଆନ୍ତି । ଗ୍ରାମ ଦେବୀଙ୍କ ପିଠରେ ଏହାକୁ ପୁଜା କରାଯିବା ପରେ ତାହାକୁ ନିଆଁରେ ସେକି ଚାବୁକ ପରି ତିଆରି କରାଯାଏ । ପରେ ଗାଁ ଦାଣ୍ଡରେ ଖାଲି ଦେହରେ ଆଗେଇ ଆସନ୍ତି ସମସ୍ତ ପୁରୁଷ । ଯାହା ସହିତ ଯାହାର ପୁର୍ବ ଶତ୍ରୁତା ରହିଥାଏ ତାହାକୁ ଝାଟିରେ ପିଟି ରକ୍ତାକ୍ତ କରିବା ପରେ କୋଳା କୋଳି କରନ୍ତି । ବଣ୍ଡା ବାଦ୍ୟର ତାଳେ ଝାଟି ପର୍ବ ଚାଲିଥିବା ବେଳେ ମହିଳା ମାନେ ରକ୍ତାକ୍ତ ପୁରୁଷ ମାନଙ୍କୁ ହଳଦି ଲଗାଇ ଦିଅନ୍ତି । ତେବେ ଏପରି କରିବା ଦ୍ବାରା ସେମାନଙ୍କ ମଧ୍ୟରେ କୌଣସି ଶତ୍ରୁତା ସ୍ଥାପନ ହୁଏ ନାହି ବରଂ ପୁର୍ବ ଶତ୍ରୁତାକୁ ଭୁଲି ଭାଇଚାରା ଭାବନା ସ୍ତାପନ ହୁଏ ବୋଲି ଲୋକେ କହିଛନ୍ତି ।

ବାଇଟ ୩ - ସମା ଚାଲାଣ. ବଣ୍ଡା ଯୁବକ
ବାଇଟ ୪ - ମଙ୍ଗଲୁ କିର୍ଷାନି, ବୟଶ୍କ ବଣ୍ଡା
Conclusion:ଫା.ଭି.ଓ.- ଆଜିର ଦିନରେ ଶତ୍ରୁତାର ସମାଧାନ ଲାଗି ଲୋକେ ପୋଲିସ ଥାନା କିମ୍ବା ଅଦାଲତକୁ ଯାଉଛନ୍ତି । ହେଲେ ବଣ୍ଡା ଜନଜାତିର ଲୋକେ ଶତ୍ରୁତାର ସମାଧାନ କରିବା ଲାଗି ପାଳନ କରୁଛନ୍ତି ଝାଟି ପର୍ବ । ବର୍ଷକୁ ଥରେ ନିଜ ନିଜ ଭିତରେ ପିଟା ପିଟି ହୋଇ ରାଗ ରୁଷା ଭୁଲି ଯାଉଛନ୍ତି । ଯାହା ଆଜିର ଆଧୁନିକ ଯୁଗରେ ଏକ ନିଆରା ପର୍ବ ନିଶ୍ଚିତ ।

ମାଲକାନଗିରିରୁ ଜୟନ୍ତ ତିଆଡି ଇଟିଭି ଭାରତ…………
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.