ETV Bharat / state

ଅଜଣା ରୋଗ ଆତଙ୍କ; ଚିକିତ୍ସା ବଦଳରେ ଚାଲିଛି ପୂଜାର୍ଚ୍ଚନା

author img

By

Published : Oct 14, 2019, 5:06 PM IST

Updated : Oct 14, 2019, 8:59 PM IST

ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଅନ୍ତର୍ଗତ ଏମଭି ୭୫ ଗାଁରେ ଏବେ ଅଜଣା ରୋଗର ଆତଙ୍କ । ଲୋକେ ରୋଗ ଭଲ କରିବାକୁ ଡାକ୍ତରୀ ଚିକିତ୍ସା ନକରି କରୁଛନ୍ତି ଦେବୀ ମାଆଙ୍କ ପୂଜାର୍ଚ୍ଚନା । ଦେଖନ୍ତୁ ଇଟିଭି ଭାରତର ଗ୍ରାଉଣ୍ଡ ଜିରୋ ରିପୋର୍ଟ...

ଡିଜାଇନ ଫଟୋ

ମାଲକାନଗିରି: ଜିଲ୍ଲା କାଲିମେଳା ବ୍ଲକ ଅନ୍ତର୍ଗତ ଏମଭି ୭୫ ଗାଁରେ ଏବେ ଅଜଣା ରୋଗର ଆତଙ୍କ । ଗତକାଲି ଏହି ଅଜଣା ରୋଗରେ ଜଣେ ନାବାଳକ ପ୍ରାଣ ହରାଇବା ପରେ ଗାଁରେ ଭୟର ବାତାବରଣ ଖେଳିଯାଇଛି । ଖବର ପାଇ ଡାକ୍ତରୀ ଦଳ ଗାଁରେ ପହଞ୍ଚିଛନ୍ତି ହେଲେ ଲୋକଙ୍କୁ ରୋଗ ନୁହେଁ ବରଂ ଅନ୍ୟ କୌଣସି କାରଣରୁ ଦେହ ଖରାପ ହେଉଥିବା ସନ୍ଦେହ କରି ଗାଁ ଲୋକେ ଔଷଧ ଖାଇବା ପରିବର୍ତ୍ତେ ଗାଁ ଠାକୁରାଣୀଙ୍କ ପାଖରେ ପୂଜା କରୁଛନ୍ତି ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, ମାଲକାନଗିରି

ବିଜ୍ଞାନ ଯୁଗରେ ଏବେବି ଜୀବିତ ରହିଛି ଅନ୍ଧବିଶ୍ବାସ । ଏକଥା ଆମେ ନୁହେଁ ଏ ଚିତ୍ର କହୁଛି। ଘର ଭିତରେ ରୋଗୀ ବାହାର ବାରଣ୍ଡାରେ ରୋଗୀ । ହେଲେ କି ରୋଗ ତାହା କେହି ଜାଣିନାହାଁନ୍ତି । ରବିବାର ଏହି ଅଜଣା ରୋଗରେ ଗାଁର ଜଣେ ନାବାଳକ ପ୍ରାଣ ହରାଇବା ପରେ ଗାଁରେ ଖେଳିଯାଇଛି କୋକୁଆଭୟ । ଗତ କିଛିଦିନ ହେଲା ଲୋକେ ରାତିରେ ଖାଇବା ପରେ ବିଛଣାରେ ଶୋଉଛନ୍ତି ହେଲେ ସକାଳେ ଆଉ ବିଛଣାରୁ ଉଠିପାରୁନାହାଁନ୍ତି । ପ୍ରଥମେ ମୁଣ୍ଡବ୍ୟଥା ହେବା ପରେ ଲୋକେ ମୂର୍ଚ୍ଛା ହୋଇ ତଳେ ପଡି ଯାଉଛନ୍ତି।

ଯୁବବର୍ଗ ବେଶୀ ଏହି ଅଜଣା ରୋଗରେ ଆକ୍ରାନ୍ତ ହେଉଛନ୍ତି । ହେଲେ ଭଲ ହେବାକୁ ଲୋକେ ଡାକ୍ତରଖାନା ଯାଉନାହାଁନ୍ତି । କାରଣ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ ନିଶ୍ଚିତ । ଲୋକଙ୍କ କହିବା କଥା ସେମାନଙ୍କ ଗାଁରେ ଦେବୀଙ୍କ ପ୍ରକୋପ ପଡିଛି । ଦେବୀଙ୍କ ପୂଜାର୍ଚ୍ଚନା କଲେ ରୋଗ ଭଲ ହେବା ଆଶାରେ ଠାକୁରାଣୀଙ୍କ ପୀଠରେ ଏବେ ଲୋକଙ୍କ ଭିଡ । ଏହି ଖବର ପାଇ କାଲିମେଳା ସ୍ବାସ୍ଥ୍ୟକେନ୍ଦ୍ରର ଏକ ଡାକ୍ତରୀ ଦଳ ଗାଁରେ ପହଞ୍ଚି ଗ୍ରାମବାସୀଙ୍କ ଚିକିତ୍ସା ଆରମ୍ଭ କରିଛି ।

ଗାଁରେ ଅଜଣା ରୋଗର ଆତଙ୍କ ଦେଖା ଦେଇଥିବାବେଳେ ଔଷଧ ପରିବର୍ତ୍ତେ ଗାଁ ଠାକୁରାଣୀଙ୍କ ପୀଠରେ ଆଶ୍ରୟ ନେଇଛନ୍ତି । ତେବେ ସରକାର ସ୍ବାସ୍ଥ୍ୟସେବାରେ ଉନ୍ନତି ପାଇଁ ‘ମୋ ସରକାର’ କାର୍ଯ୍ୟକ୍ରମ ଆରମ୍ଭ କରିଥିବା ବେଳେ ଏଠି ସଚେତନତା ନେଇ ପ୍ରଶ୍ନ ଉଠିଛି ।

ମାଲକାନଗିରିରୁ ଜୟନ୍ତ ତିଆଡି, ଇଟିଭି ଭାରତ

Intro: ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଅନ୍ତର୍ଗତ ଏମ.ଭି.୭୫ ଗାଁରେ ଏବେ ଅଜଣା ରୋଗର ଆତଙ୍କ । ଗତକାଲି ଏହି ଅଜଣା ରୋଗରେ ଜଣେ ନାବାଳକ ପ୍ରାଣ ହରାଇବା ପରେ ଗାଁରେ ଭୟର ବାତା ବରଣ ଖେଳିଯାଇଛି । ଖବର ପାଇ ଡାକ୍ତରି ଦଳ ଗାଁରେ ପହଞ୍ଚିଛନ୍ତି ହେଲେ ଲୋକଙ୍କୁ ରୋଗ ନୁହେ ବରଂ ଆକଶ୍ମିକ କାରଣରୁ ଦେହ ଖରାପ ହେଉଥିବା ସନ୍ଦେହ କରି ଗାଁ ଲୋକେ ଔଷଧ ଖାଇବା ପରିବର୍ତ୍ତେ ଗାଁ ଠାକୁରାଣିଙ୍କ ପାଖରେ ପୁଜା କରୁଛନ୍ତି । Body:ଭି.ଓ. ୧ – ଘର ଭିତରେ ଶଯ୍ୟାରେ ରୋଗି ଓ ଘର ବାହାର ବାରଣ୍ଡାରେ ମଧ୍ୟ ଶୋଇଛି ରୋଗି । ଗାଁର ସମସ୍ତେ ରୋଗ ଆକ୍ରାନ୍ତ ହେଲେ ଏମାନଙ୍କୁ କେଉଁ ରୋଗ ହୋଇଛି ତାହା କେହି ଜାଣି ନାହାନ୍ତି । ଗତକାଲି ଏପରି ଏକ ଅଜଣା ରୋଗରେ ଗାଁର ଜଣେ ନାବାଳକ ପ୍ରାଣ ହରାଇବା ପରେ ଗାଁରେ ଲାଗିଛି ଆତଙ୍କ । ଏହି ଦୃଶ୍ୟ ହେଉଛି ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଅନ୍ତର୍ଗତ ଏମ.ଭି.୭୫ ଗାଁର । ଗତ ତିନି ଦିନ ଧରି ଲୋକେ ରାତିରେ ଖାଇବା ପରେ ବିଛଣାରେ ଶୋଉଛନ୍ତି ହେଲେ ସକାଳେ କିନ୍ତୁ ଆଉ ବିଛଣାରୁ ଉଠି ପାରୁ ନାହାନ୍ତି । ପ୍ରଥମେ ମୁଣ୍ଡ ବଥା ହେବା ପରେ ଲୋକେ ମୁର୍ଛା ହୋଇ ତଳେ ପଡି ଯାଉଛନ୍ତି । ବିଶେଷ କରି ଯୁବ ବର୍ଗର ବାଳକ ଓ ବାଳିକା ମାନେ ହି ଏହି ରୋଗରେ ଆକ୍ରାନ୍ତ ହୋଇଛନ୍ତି । ରୋଗର କାରଣ ବର୍ତ୍ତମାନ ସୁଦ୍ଧା ଜଣା ପଡିନଥିବା ବେଳେ ଲୋକଙ୍କୁ କେଉଁ ଏକ ଅଜଣା ରୋଗ ଆକ୍ରାନ୍ତ କରୁଥିବା ଅଭିଯୋଗ ହୋଇଛି ।

ବାଇଟ ୧ - ସଙ୍କର ନନ୍ଦି, ମୃତକଙ୍କ ବାପା, ତାଙ୍କ ପଛରେ ଅନେକ ଲୋକ ଅଛନ୍ତି

ବାଇଟ ୩ – ନାରାୟଣ ସରକାର, ଗ୍ରାମବାସି- ବୟସ୍କ ବ୍ୟକ୍ତି ଧଳା କୁର୍ତ୍ତା ପିନ୍ଧି ଛନ୍ତି

ଭି.ଓ.୨ – ଲୋକଙ୍କୁ ରୋଗ ଆକ୍ରାନ୍ତ କରିଥିବା ବେଳେ ଲୋକେ କିନ୍ତୁ ଡାକ୍ତରଖାନା ଯାଉ ନାହାନ୍ତି । କାରଣ ଏମ.ଭି.୭୫ ଗାଁ ଲୋକଙ୍କ କହିବା ଅନୁଯାଇ ସେମାନଙ୍କ ଗାଁରେ ଦେବୀଙ୍କ ପ୍ରକୋପ ପଡିଛି । ତେଣୁ ଯାହା ଉପରେ ଏହି ପ୍ରକୋପ ପଡୁଛି ସିଏ ମୁର୍ଛା ହୋଇ ଯାଉଛି । ସେଇଥି ପାଇଁ ଗାଁ ଠାକୁରାଣିଙ୍କ ପିଠରେ ଏବେ ଲୋକଙ୍କ ଭିଡ ଦେଖିବାକୁ ମିଳୁଛି । ଦେବୀଙ୍କ ପୁଜା ଅର୍ଚ୍ଚନା କଲେ ରୋଗ ଦୁର ହେବ ବୋଲି ଗାଁ ଲୋକେ କହୁଛନ୍ତି । ତେବେ ଏହି ଖବର ପାଇ କାଲିମେଳା ସ୍ବାସ୍ଥ୍ୟ କେନ୍ଦ୍ରର ଏକ ଡାକ୍ତରି ଦଳ ଗାଁରେ ପହଞ୍ଚି ଲୋକଙ୍କ ଚିକିତ୍ସା ଆରମ୍ଭ କରିଛି । ହେଲେ କିଛି ଲୋକ ଡାକ୍ତରଙ୍କ ପାଖକୁ ଆସୁଥିବା ବେଳେ ଅନେକ ଡାକ୍ତରି ଚିକିତ୍ସା ପାଇଁ ଇଚ୍ଛା କରୁନଥିବା କହିଛନ୍ତି ଭ୍ରାମ୍ୟମାଣ ଡାକ୍ତର ।

ବାଇଟ ୩– ଯତିଶ ମଣ୍ଡଳ, ଗାଁ ମୁଖିଆ-ଖୋଲା ଦେହରେ ବାଇଟ ଦେଇଛନ୍ତି

ବାଇଟ ୪ – ଶକ୍ତି ପ୍ରସାଦ ସାହୁ, ଡାକ୍ତର

Conclusion:ଫା.ଭି.ଓ – ଗାଁରେ ଅଜଣା ରୋଗର ଆତଙ୍କ ଦେଖା ଦେଇଥିବା ବେଳେ ଲୋକେ ଔଷଧ ପରିବର୍ତ୍ତେ ଗାଁ ଠାକୁରାଣିଙ୍କ ପିଠରେ ଆଶ୍ରୟ ନେଇଛନ୍ତି । ଆଜିର ଯୁଗରେ ବି ଏପରି ଦୃଶ୍ୟ ଦେଖିବାକୁ ମିଳୁଛି । ଏହାକୁ ଆମେ ସଚେତନତାର ଅଭାବ ବୋଲି ନିଶ୍ଚିତ ଭାବେ କହି ପାରିବା ।

ମାଲକାନଗିରି ରୁ ଜୟନ୍ତ ତିଆଡି ଇଟିଭି ଭାରତ.........
Last Updated : Oct 14, 2019, 8:59 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.