ETV Bharat / state

ଗୁଣିଗାରେଡି ସନ୍ଦେହରେ ଜଣକୁ ହତ୍ୟା

author img

By

Published : Oct 9, 2020, 10:45 AM IST

ମାଲକାନଗିରି ସୀମାନ୍ତ ପଡିଆ ବ୍ଳକ ଉଦୟଗିରି ଗ୍ରାମରେ ଗୁଣି ଗାରେଡି ସନ୍ଦେହରେ ଜଣଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ । ପଡିଆ ଥାନାରେ ମାମଲା ରୁଜୁ । ପୋଲିସର ତଦନ୍ତ ଜାରି ।

ଗୁଣିଗାରେଡି ସନ୍ଦେହରେ ଜଣଙ୍କୁ ହତ୍ୟା
ଗୁଣିଗାରେଡି ସନ୍ଦେହରେ ଜଣଙ୍କୁ ହତ୍ୟା

ମାଲକାନଗିରି: ସୀମାନ୍ତ ପଡିଆ ବ୍ଳକ ଦୁର୍ଗମ ଉଦୟଗିରି ଗ୍ରାମରେ ଗୁଣି ଗାରେଡି ସନ୍ଦେହରେ ଜଣଙ୍କୁ ହତ୍ୟା ଅଭିଯୋଗ । ପଡିଆ ଥାନାରେ ମାମଲା ରୁଜୁ । ପୋଲିସର ତଦନ୍ତ ଜାରି ।

ଗୁଣିଗାରେଡି ସନ୍ଦେହରେ ଜଣଙ୍କୁ ହତ୍ୟା

ସୂଚନା ମୁତାବକ, ଗତକାଲି କାଲଦାପଲ୍ଲୀ ପଞ୍ଚାୟତ ଅନ୍ତର୍ଗତ ଉଦୟଗିରି ଗ୍ରାମର ବାଗା କାବାସୀଙ୍କୁ କିଛି ଲୋକ ଗୁଣିଗାରେଡି କରୁଥିବା ସନ୍ଦେହ କରି ହତ୍ୟା କରିଛନ୍ତି । ହତ୍ୟା କରିବା ପରେ ଗ୍ରାମ ଠାରୁ 4ଶହ ମିଟର ଦୂର ଏକ ମଶାଣିରେ ନେଇ ପୋଡି ଦେଇଛନ୍ତି ।

ଯାହାକୁ ନେଇ ସନ୍ଧ୍ୟାରେ ପରିବାର ଲୋକେ ଭୟଭୀତ ଅବସ୍ଥାରେ ପଡିଆ ଥାନାରେ ପହଞ୍ଚି ଲିଖିତ ଅଭିଯୋଗ କରିଛନ୍ତି। ଏହାପରେ ପୋଲିସ ପକ୍ଷରୁ ଗ୍ରାମରେ ଚଢାଉ କରାଯାଇ ସନ୍ଦେହରେ କିଛି ଲୋକଙ୍କୁ ପଚରାଉଚରା କରାଯାଇଛି । ଏ ନେଇ ପଡିଆ ଥାନାରେ କେସ୍ ନଂ 43/20 ଧାରା 302/201/34ରେ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଥିବା ପଡିଆ ଥାନା ଅଧିକାରୀ ରଞ୍ଜନ କୁମାର ମାଝୀ କହିଛନ୍ତି।

ମାଲକାନଗିରିରୁ ଦେବଦତ୍ତ ବେହେରା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.