ETV Bharat / state

ମାଲକାନଗିରି ଗ୍ରାମାଞ୍ଚଳରେ କ୍ରୀଡାର ବିକାଶ ପାଇଁ 9 କୋଟି 55 ଲକ୍ଷ ଅନୁଦାନ ରାଶି - sports development

ଗ୍ରାମାଞ୍ଚଳରେ ଯେମିତି କ୍ରୀଡାବିତମାନଙ୍କ ପ୍ରତିଭା ଲୁଚି ନଯାଉ ସେନେଇ ଉଦ୍ୟମ କରିଛନ୍ତି ରାଜ୍ୟ ସରକାର । ଏନେଇ ପୌରାଞ୍ଚଳକୁ ମିନି ଷ୍ଟାଡିୟମରେ ପରିଣତ କରିବାକୁ ମାଲକାନଗିରିକୁ 9 କୋଟି 55 ଲକ୍ଷ ଅନୁଦାନ ରାଶି ଘୋଷଣା କରିଛନ୍ତି । ଅଧିକ ପଢନ୍ତ...

କ୍ରୀଡା କ୍ଷେତ୍ରରେ ଆଗଉଛି ଓଡିଶା
କ୍ରୀଡା କ୍ଷେତ୍ରରେ ଆଗଉଛି ଓଡିଶା
author img

By

Published : Aug 10, 2021, 11:34 AM IST

ମାନକାନଗିରି: କ୍ରୀଡା କ୍ଷେତ୍ରରେ ଆଗଉଛି ଓଡିଶା । ଆଗକୁ ଓଡିଶା ହକି ହବ ଭାବେ ପରିଚିତ ହେବାକୁ ଯାଉଛି । ଟୋକିଓ ଅଲମ୍ପିକ୍ସରେ ଭାରତୀୟ ଖେଳାଳିମାନେ ନିଜର ଉନ୍ନତମାନର ଖେଳ ପ୍ରଦର୍ଶନ କରି ପ୍ରମାଣିତ କରିଛନ୍ତି ଯେ ସେମାନେ ବି କିଛି କମ ନୁହନ୍ତି । ଭାରତୀୟ ହକି ଦଳରେ ଦୁଇ ଓଡିଆ ଖେଳାଳି ରାଜ୍ୟବାସୀଙ୍କୁ ଆହୁରି ଗର୍ବିତ କରିଛନ୍ତି । ଗ୍ରାମାଞ୍ଚଳରେ କ୍ରୀଡାବିତଙ୍କ ବିକାଶ ପାଇଁ ପ୍ରୟାସ ଆରମ୍ଭ କରିଛନ୍ତି ରାଜ୍ୟ ସରକାର ।

ସାରା ଦେଶରେ ଓଡିଶା କ୍ରୀଡା କ୍ଷେତ୍ରରେ ଏକ ଅଗ୍ରଣୀ ରାଜ୍ୟ ହୋଇଛି । ଗ୍ରାମାଞ୍ଚଳରେ ଯେମିତି କ୍ରୀଡାବିତମାନଙ୍କ ପ୍ରତିଭା ଲୁଚି ନଯାଉ ସେ ନେଇ ଉଦ୍ୟମ କରିଛନ୍ତି ରାଜ୍ୟ ସରକାର । ଏନେଇ ପୌରାଞ୍ଚଳକୁ ମିନି ଷ୍ଟାଡିୟମରେ ପରିଣତ କରିବାକୁ ମାଲକାନଗିରିକୁ 9 କୋଟି 55 ଲକ୍ଷ ଅନୁଦାନ ରାଶି ଘୋଷଣା କରିଛନ୍ତି ।

ଗତକାଲି ବସିଥିବା ରାଜ୍ୟ କ୍ୟାବିନେଟରେ ମୁଖ୍ୟମନ୍ତ୍ରୀ ଓଡିଶା ମୁନିସିପାଲଟି ଓ ଏନ୍ଏସିରେ 692କୋଟି 35ଲକ୍ଷ ଟଙ୍କାରେ 89ଟି ବହୁମୁଖୀ ଇନଡୋର୍ ଷ୍ଟାଡିୟମ କରାଯିବ। ନେଇ ନିଷ୍ପତ୍ତି ନେଇଛନ୍ତି । ଏଥି ମଧ୍ୟରୁ ମାଲକାନଗିରି ମୁନିସିପାଲଟି ପାଇଁ 9 କୋଟି 55 ଲକ୍ଷ ଓ ବାଲିମେଳା ଏନ୍ଏସି ପାଇଁ 6 କୋଟି ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ଏନେଇ ଜିଲ୍ଲାବାସୀଙ୍କ ତରଫରୁ ଓଡିଶା ବିହମ ନିଗମ ଅଧ୍ୟକ୍ଷ ଇଶ୍ବର ପାଣିଗ୍ରାହୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ମାଲକାନଗିରିରୁ ପଞ୍ଚାନନ ଦାସ,ଇଟିିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.