ETV Bharat / state

ସୁରକ୍ଷାକର୍ମୀଙ୍କ ମାଓ ଅପରେସନ: 7 ମାଓ ଶିବିର ଧ୍ବଂସ

ମାଲକାନିଗିରିରେ ସୁରକ୍ଷାକର୍ମୀଙ୍କ ମାଓ ଅପରେସନରେ 7ଟି ମାଓ ଶିବିର ଧ୍ବଂସ ସହ କିଛି ମାଓବାଦୀ ନିହତ ହୋଇଥିବା ଜଣାପଡିଛି । ଅଧିକ ପଢନ୍ତୁ...

author img

By

Published : Feb 26, 2021, 11:21 AM IST

ସୁରକ୍ଷାକର୍ମୀଙ୍କ ମାଓ ଅପରେସନ: 7 ମାଓ ଶିବିର ଧ୍ବଂସ
ସୁରକ୍ଷାକର୍ମୀଙ୍କ ମାଓ ଅପରେସନ: 7 ମାଓ ଶିବିର ଧ୍ବଂସ

ମାଲକାନଗିରି: ଜିଲ୍ଲାର ସୀମାବର୍ତ୍ତୀ ଛତିଶଗଡ଼ ନାରାୟଣପୁର ଏବଂ କାଙ୍କେର ଅଞ୍ଚଳରେ ସୁରକ୍ଷାକର୍ମୀମାନେ ଗତ 3 ଦିନ ଧରି ମାଓ ଅପରେସନ ଜାରି ରଖିଥିଲେ । ତେବେ ଏହି ଅପରେସନ ସମୟରେ ସୁରକ୍ଷାକର୍ମୀମାନେ 7ଟି ମାଓ ଶିବିରକୁ ଧ୍ବଂସ କରିବା ସହିତ କିଛି ମାଓବାଦୀ ନିହତ ହୋଇଥିବା ଜଣାପଡିଛି ।

ଜିଲ୍ଲାର ସୀମାନ୍ତ ଛତିଶଗଡ଼ ନାରାୟଣପୁର ଏବଂ କାଙ୍କେର ଅଞ୍ଚଳରେ ଏହି ଅପରେସନ ଚାଲିଥିଲା । ତେବେ ଘଟଣାସ୍ଥଳରୁ ମାଓବାଦୀଙ୍କ ବିପୁଳ ପରିମାଣର ମାଓ ବିସ୍ଫୋରକ ସାମଗ୍ରୀ ଜବତ କରିଛି ପୋଲିସ। ଏହି ଅପରେସନରେ କିଛି ମାଓବାଦୀ ମୃତାହତ ହୋଇଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି । ଏସଟିଏଫ୍, ଡିଆରଜି, ବିଏସଏଫ୍ ଏବଂ ଆଇଟିବିପି ଯବାନଙ୍କ ମିଳିତ ଅପରେସନରେ ଏହି ସଫଳତା ମିଳିପାରିଛି।

ଏହି ବଡ଼ ଧରଣର ମାଓ ଦମନ ଅପରେସନକୁ ମାଓବାଦୀ ସାମ୍ନା କରି ନ ପାରି ଜଙ୍ଗଲ ମଧ୍ୟରେ ସୁରକ୍ଷା କର୍ମୀଙ୍କୁ ଡରି ଛତ୍ରଭଙ୍ଗ ଦେଇଥିଲେ । ପୋଲିସର ଅପରେସନ ବେଳେ ବରମଟୋଲ, କୁଦୁଲପାଡ଼, କୁମଚଲମେଟା, ଟେକମେଟା, କୁକୁରଗାଓଁର ଜଙ୍ଗଲ ଏବଂ ପାହାଡ଼ୀ ଇଲାକାରେ ପୋଲିସ ମାଓ କ୍ୟାମ୍ପ ଘେରାବନ୍ଦୀ କରିଥିଲା । ମାଓବାଦୀମାନେ ଏହି ସୂଚନା ପାଇବା ପରେ ପୋଲିସ ଉପରେ ଗୁଳି ଚାଳନ କରିଥିଲେ ।

ତେବେ ପୋଲିସ ମାଓବାଦୀ ମଧ୍ୟରେ ଦୀର୍ଘ ସମୟ ଗୁଳିବିନିମୟ ହୋଇଥିଲା । ପୋଲିସର ଗୁଳିରେ କିଛି ମାଓବାଦୀ ମୃତାହତ ହୋଇଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି । ସେପଟେ ପୋଲିସ ଗୁଳିକୁ ସାମ୍ନା କରି ନ ପାରି ମାଓବାଦୀ କ୍ୟାମ୍ପ ଛାଡ଼ି ଛତ୍ରଭଙ୍ଗ ଦେଇଥିବା ବେଳେ ଏବେ ମଧ୍ୟ ସର୍ଚ୍ଚ ଅପରେସନ ଜାରି ରହିଛି ।

ମାଲକାନଗିରିରୁ ଦେବଦତ୍ତ ବେହେରା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.