ETV Bharat / state

କୋରୋନା ନେଲା ଜୀବନ, ଯୋଦ୍ଧାଙ୍କୁ 50 ଲକ୍ଷର ସରକାରୀ ସହାୟତା - covid warriors

କୋରୋନାରେ ପ୍ରାଣ ହରାଇଥିବା ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକର ବିଜାପଦରରେ କାର୍ଯ୍ୟରତ ଥିବା ଫାର୍ମାସିଷ୍ଟଙ୍କୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ତାଙ୍କ ପରିବାରଙ୍କୁ ୫୦ ଲକ୍ଷ ଟଙ୍କାର ସହାୟତା ବୀମାରାଶି ପ୍ରଦାନ କରାଯାଇଛି ।

କୋଭିଡ ଯୋଦ୍ଧାଙ୍କୁ 50 ଲକ୍ଷ ସହାୟତା
କୋଭିଡ ଯୋଦ୍ଧାଙ୍କୁ 50 ଲକ୍ଷ ସହାୟତା
author img

By

Published : Dec 28, 2020, 2:20 PM IST

ମାଲକାନଗିରି: କୋଭିଡ ଯୋଦ୍ଧାଙ୍କୁ ଆର୍ଥିକ ସହାୟତା ପ୍ରଦାନ । କୋରୋନାରେ ପ୍ରାଣ ହରାଇଥିବା ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକର ବିଜାପଦରରେ କାର୍ଯ୍ୟରତ ଥିବା ଫାର୍ମାସିଷ୍ଟଙ୍କୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ତାଙ୍କ ପରିବାରଙ୍କୁ ୫୦ ଲକ୍ଷ ଟଙ୍କାର ସହାୟତା ବୀମାରାଶି ପ୍ରଦାନ କରାଯାଇଛି ।

ଚଳିତବର୍ଷ ମାଲକାନଗିରି ଜିଲ୍ଲାର ମାଥିଲି ବ୍ଲକର ବିଜାପଦରରେ କାର୍ଯ୍ୟରତ ଥିବା ଫାର୍ମାଶିଷ୍ଟ ୱାଇ.ରାଜକୁମାର କୋଭିଡ ରୋଗୀଙ୍କ ଚିକିତ୍ସାରେ ନିୟୋଜିତ ଥିବାବେଳେ ନିଜେ କୋରୋନାରେ ସଂକ୍ରମିତ ହୋଇ ଗତ ଅଗଷ୍ଟ 29ରେ ଚିକିତ୍ସାବସ୍ଥାରେ ମୃତ୍ୟୁବରଣ କରିଥିଲେ ।

ଏହାପରେ ରାଜ୍ୟ ସରକାରଙ୍କ ପକ୍ଷରୁ ତାଙ୍କୁ ରାଷ୍ଟ୍ରୀୟ ମର୍ଯ୍ୟାଦା ପ୍ରଦାନ କରଯାଇଥିଲା । ରାଜ୍ୟ ସରକାରଙ୍କ ଘୋଷଣା ମୁତାବକ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୫୦ ଲକ୍ଷ ଟଙ୍କାର ସହାୟତା ବୀମାରାଶି ମାଲକାନଗିରି ଜିଲ୍ଲାପାଳ ୱାଇ ବିଜୟ ଆଜି ତାଙ୍କ ପରିବାରକୁ ପ୍ରଦାନ କରିଛନ୍ତି ।

ରାଜକୁମାରଙ୍କ ପରିବାରରେ ତାଙ୍କ ପତ୍ନୀଙ୍କ ସହ ଦୁଇ ଝିଅ ଅଛନ୍ତି । ଏହି ବୀମାରାଶି ମୃତ ୱାଇ ରାଜକୁମାରଙ୍କ ପତ୍ନୀ ୱାଇ ପ୍ରେମଲତା ଗ୍ରହଣ କରିଥିଲେ । ମାଲକାନଗିରି ଜିଲ୍ଲାରେ ତିନିଜଣ କୋଭିଡ ଯୋଦ୍ଧା ମୃତ୍ୟୁବରଣ କରିଛନ୍ତି ଏବଂ ତନ୍ମଧ୍ୟରୁ ଶ୍ରୀ ରଞ୍ଜନ ହନ୍ତାଳ , ହୋମଗାର୍ଡଙ୍କୁ ୫୦ ଲକ୍ଷ ଟଙ୍କାର ସହାୟତା ବୀମାରାଶି ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ପ୍ରଦାନ କରାଯାଇଛି ।

ମାଲକାନଗିରିରୁ ଦେବିଦତ୍ତ ବେହେରା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.