ETV Bharat / state

ମାଲକାନଗିରିରୁ 5 ନକଲି ନକ୍ସଲ ଗିରଫ - 5 fake naxal arrest

ମାଲକାନଗିରି ପୋଲିସ ହାତରେ ଧରା ପଡିଲେ 5 ଜଣ ନକଲି ନକ୍ସଲ । ମୋଟୁ ଥାନା ଅଞ୍ଚଳରୁ ଏମାନଙ୍କୁ ଗିରଫ କଲା ପୋଲିସ । ନକ୍ସଲ ନାଁରେ ବଟି ମାଗୁଥିବାରୁ ପୋଲିସ ଗିରଫ କରିବା ସହ 5 ଜଣଙ୍କୁ କୋର୍ଟ ଚାଲାଣ କରୁଥିବା ଜଣାପଡିଛି ।

ମାଲକାନଗିରିରେ 5 ନକଲି ନକ୍ସଲ ଗିରଫ
author img

By

Published : Nov 24, 2019, 7:32 PM IST

Updated : Nov 24, 2019, 7:41 PM IST

ମାଲକାନଗିରି: ଜିଲ୍ଲା ପୋଲିସ ହାତରେ ଧରା ପଡିଲେ 5 ନକଲି ନକ୍ସଲ । ମୋଟୁ ଥାନା ଅଞ୍ଚଳରୁ ଏମାନଙ୍କୁ ଗିରଫ କଲା ପୋଲିସ । ନକ୍ସଲ ନାଁରେ ବଟି ମାଗୁଥିବାରୁ ପୋଲିସ ଗିରଫ କରିବା ସହ 5 ଜଣଙ୍କୁ କୋର୍ଟ ଚାଲାଣ କରୁଥିବା ଜଣାପଡିଛି ।

ସୂଚନା ଅନୁଯାୟୀ, ମୋଟୁ ଥାନା ପେଟା ଗାଁ ନିକଟରେ ଥିବା ଜି.ଭି. ଗ୍ରାନାଇଟ୍ ନାମକ ଏକ ଘରୋଇ କମ୍ପାନୀର ମାଲିକ ବେଣୁଗୋପାଳ ରାଓଙ୍କୁ ନିଜକୁ ନକ୍ସଲ ପରିଚୟ ଦେଇ 50 ଲକ୍ଷ ଟଙ୍କାର ବଟି ମାଗୁଥିଲେ । ଏହାସହ ଟଙ୍କା ନଦେଲେ ବୋମା ବିସ୍ଫୋରଣ କରି କମ୍ପାନୀ ଅଫିସ ଉଡାଇ ଦେବା ସହ ତାଙ୍କୁ ହତ୍ୟା ଧମକ ମଧ୍ୟ ଦେଉଥିଲେ ।

ମାଲକାନଗିରିରେ 5 ନକଲି ନକ୍ସଲ ଗିରଫ

ଏନେଇ ବେଣୁଗୋପାଳ ମୋଟୁ ଥାନାରେ ଅଭିଯୋଗ କରିବା ପରେ ଫୋନ କଲକୁ ଟ୍ରାକ କରି ପୋଲିସ ଏହି ପାଞ୍ଚ ଜଣଙ୍କୁ ଗିରଫ କରିଛି । ଏମାନଙ୍କ ମଧ୍ୟରୁ 3 ଜଣ ମୋଟୁ ଅଞ୍ଚଳର ହୋଇଥିବାବେଳେ 2 ଜଣଙ୍କ ଘର ଆନ୍ଧ୍ରପ୍ରଦେଶର ବୋଲି ପୋଲିସ କହିଛି । ତେବେ ଗିରଫ ପରେ ସମସ୍ତ 5 ଜଣଙ୍କୁ କୋର୍ଟ ଚାଲାଣ କରାଯାଇଛି ।

ମାଲକାନଗିରିରୁ ଜୟନ୍ତି ତିଆଡି, ଇଟିଭି ଭାରତ

Intro:ମାଲକାନଗିରି ଜିଲ୍ଲା ପୋଲିସ ହାତରେ ଧରା ପଡିଲେ ୫ ଜଣ ନକଲି ନକ୍ସଲ । Body:ମୋଟୁ ଥାନା ଅନ୍ତର୍ଗତ ପେଟା ଗାଁ ନିକଟରେ ଥିବା ଜି.ଭି. ଗ୍ରେନାଇଟ୍ ନାମକ ଏକ ଘରୋଇ କମ୍ପାନିର ମାଲିକ ବେଣୁଗୋପାଳ ରାଓଙ୍କୁ ୫୦ ଲକ୍ଷ ଟଙ୍କାର ବଟି ମାଗି ପୋଲିସ ଜାଲରେ ଫସିଲେ ୫ ଲୁଟେରା । ଗତ ଏକ ବର୍ଷ ଧରି ଆନ୍ଧ୍ର ପ୍ରଦେଶର ଜି.ଭି. ଗ୍ରେନାଇଟ୍ ନାମକ ଏକ ଘରୋଇ କମ୍ପାନି ରାଜ୍ୟ ସରକାରଙ୍କ ଅନୁମତି ପରେ ମୋଟୁ ଅଞ୍ଚଳରୁ ପଥର ଖନନ କରି ବିଦେଶକୁ ରପ୍ତାନି କରି ଆସୁଛି । ତେବେ ଗତ କିଛି ମାସ ଧରି ଏହି ପାଞ୍ଚ ଜଣ ବ୍ୟକ୍ତି ନିଜକୁ ନକ୍ସଲ ବୋଲି ପରିଚୟ ଦେଇ ଭିନ୍ନ ଭିନ୍ନ ମୋବାଇଲରୁ ବେଣୁଗୋପାଳ ରାଓଙ୍କୁ ଫୋନ କରି ୫୦ ଲକ୍ଷ ଟଙ୍କା ଦାବି କରୁଥିଲେ । ଟଙ୍କା ନଦେଲେ ବୋମା ବିଷ୍ଫୋରଣ କରି କମ୍ପାନି ଅଫିସ ଉଡାଇ ଦେବା ସହ ତାଙ୍କୁ ହତ୍ୟା ଧମକ ମଧ୍ୟ ଦେଉଥିଲେ । ପରେ ବେଣୁଗୋପାଳ ରାଓ ମୋଟୁ ଥାନାରେ ଅଭିଯୋଗ କରିବା ପରେ ଫୋନ କଲକୁ ଟ୍ରାପ କରି ପୋଲିସ ଏହି ପାଞ୍ଚ ଜଣଙ୍କୁ ଗିରଫ କରିଛି । ଏମାନଙ୍କୁ ମଧ୍ୟରୁ ୩ ଜଣ ମୋଟୁ ଅଞ୍ଚଳର ହୋଇଥିବା ବେଳେ ୨ ଜଣଙ୍କ ଘର ଆନ୍ଦ୍ର ପ୍ରଦେଶର ବୋଲି ପୋଲିସ କହିଛି । ଗିରଫ ପରେ ସମସ୍ତ ୫ ଜଣଙ୍କୁ କୋର୍ଟ ଚାଲାଣ କରାଯାଇଛି ।

ବାଇଟ – ପ୍ରହଲ୍ଲାଦ ମିନା, ମାଲକାନଗିରି ଏସ.ଡି.ପି.ଓ.
Conclusion:ମାଲକାନଗିରିରୁ ଜୟନ୍ତ ତିଆଡି ଇଟିଭି ଭାରତ...................
Last Updated : Nov 24, 2019, 7:41 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.