ETV Bharat / state

SNCUରେ ଟିକ୍‌ଟକ୍‌ ଘଟଣା, ବାଧ୍ୟତାମୂଳକ ଛୁଟିରେ 4 ନର୍ସ - ଟିକଟକ

ଟିକ୍‌ ଟକ୍‌ ଘଟଣାରେ ଅଭିଯୁକ୍ତ ନର୍ସଙ୍କ ବିରୋଧରେ କାର୍ଯ୍ଯାନୁଷ୍ଠାନ ନେଲେ ସିଡିଏମଓ । ଅନିର୍ଦ୍ଦିଷ୍ଟ କାଳପାଇଁ ପଠାଇଲେ ଛୁଟିରେ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ମାଲକାନଗିରି
author img

By

Published : Jun 27, 2019, 6:45 PM IST

ମାଲକାନଗିରି: ଜିଲ୍ଲା ସଦର ଚିକିତ୍ସାଳୟରେ ନବଜାତ ଶିଶୁଙ୍କ ଜରୁରୀକାଳୀନ ସେବା ଲାଗି ଉଦ୍ଧିଷ୍ଟ ଥିବା SNCU ପରି ଏକ ଗୁରୁତ୍ତ୍ୱପୁର୍ଣ୍ଣ ବିଭାଗରେ ନର୍ସମାନେ ଗୁରୁତର ଶିଶୁଙ୍କ ଚିକିତ୍ସା ଛାଡି ଟିକ୍ ଟକ୍ ଭିଡିଓ କରୁଥିଲେ । ଏହି ଦୃଶ୍ୟ ବୁଧବାର ଭାଇରାଲ ହେବାପରେ ଏନେଇ ଗୁରୁବାର ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ମାଲକାନଗିରି

SNCU ଭିତରେ ଡାନ୍ସ ଓ ବିଭିନ୍ନ ଗୀତରେ ଅଭିନୟ କରି ଏହାକୁ ଟିକ୍ ଟକ୍‌ରେ ସେୟାର କରିଥିବା ୪ ଜଣ ନର୍ସ ନନ୍ଦିନୀ ରାୟ, ରୁବି ରାୟ, ଜ୍ୟୋତି ରାୟ ଓ ତାପସି ବିଶ୍ବାସଙ୍କୁ ଆଜି ଠାରୁ “ନୋ ୱାର୍କ ନୋ ପେ” ଅର୍ଥାତ ଚାକିରି ନାହିଁ କି ଦରମା ନାହିଁ ନୋଟିସ୍ ଜାରି କରାଯାଇଛି । ମାଲକାନଗିରି ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ପରେ ସିଡିଏମଓ ଏହି କାର୍ଯ୍ୟାନୁଷ୍ଠାନ ନେଇଛନ୍ତି । ସଂପୃକ୍ତ ୪ ଜଣ ନର୍ସ ଚୁକ୍ତି ମୂଳକ ଭାବେ ଚାକିରି କରୁଥିବାରୁ ସରକାରଙ୍କ କୌଣସି ନିୟମ ସେମାନଙ୍କ ଉପରେ ଲାଗୁ ହୋଇ ପାରୁନଥିବା ସିଡିଏମ୍ଓ କହିଛନ୍ତି । ତେଣୁ ସେମାନଙ୍କ ବିରୁଦ୍ଧରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ପର୍ଯ୍ୟନ୍ତ ଏହି ଅର୍ଡର ଜାରି ରହିବ ବୋଲି କୁହାଯାଇଛି ।

ସେପଟେ କାର୍ଯ୍ୟାନୁଷ୍ଠାନ ପରେ ନିଜ ଭୁଲ ସ୍ବୀକାର କରିଛନ୍ତି ନର୍ସ । ଏପରି ଭୁଲ ଆଉ କେବେ କରିବୁ ନାହିଁ ଓ ଡ୍ୟୁଟି ସରିବା ପରେ ଭିଡିଓ କରିଥିଲୁ । ଏହା ଭୁଲ ବୋଲି ଜାଣିନଥିଲୁ କହିଛନ୍ତି ନର୍ସ ।

ମାଲକାନଗିରିରୁ ଜୟନ୍ତ ତିଆଡି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.