ETV Bharat / state

ପୋଲିସ ମାଓବାଦୀ ଗୁଳିବିନିମୟ, ଟଳିଲେ 4 ମାଓବାଦୀ - encounter

ସର୍ଚ୍ଚ ଅପରେସନରେ ଚାରିଜଣ ମାଓବାଦୀ ନିହତ। ମାଓବାଦୀଙ୍କ ମୃତଦେହ ଜବତ କରିବା ସହ ଅନେକ ମାଓ ସାମଗ୍ରୀ ଜବତ କରିଛି ସୁକମା ପୋଲିସ। ଗୋଟିଏ ଇନସାସ ବନ୍ଧୁକ ଓ ଦୁଇଟି 303 ରାଇଫଲ ମିଳିଥିବା ସୂଚନା।

ପ୍ରତିକାତ୍ମକ ଫଟୋ
author img

By

Published : Mar 26, 2019, 12:38 PM IST

ମାଲକାନଗିରି: ଜିଲ୍ଲାର ସୀମାନ୍ତ ଛତିଶଗଡ ସୁକମା ଜିଲ୍ଲା ପୋଲିସ ଓ ମାଓବାଦୀଙ୍କ ଗୁଳିବିନିମୟରେ ଚାରିଜଣ ମାଓବାଦୀ ନିହତ ହୋଇଛନ୍ତି। ଜିଲ୍ଲା ପୋଲିସ, ସିଆରପିଏଫ ଓ କୋବରା 201ର ଏକ ସଂଯୁକ୍ତ ଟିମ ଗୁଇନ୍ଦା ସୂଚନା ପରେ କୁମ୍ବି ଅପରେସନ କରିଥିଲେ। ମାଓବାଦୀଙ୍କ 9,10 ଓ 30 ନମ୍ବର ପ୍ଲାଟୁନ ସହ ଗୁଳି ବିନିମୟରେ 2 ମହିଳା ନକ୍ସଲ ସମେତ ଚାରିଜଣ ନିହତ ହୋଇଛନ୍ତି। ମଙ୍ଗଳବାର ସକାଳ 6ଟାରୁ ଏହି ଅପରେସନ ଆରମ୍ଭ ହୋଇଥିଲା।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ମାଲକାନଗିରି

ସୂଚନା ମୁତାବକ ସୁକମା ଜିଲ୍ଲା ବିମାପୁରମରେ ମାଓବାଦୀମାନ କ୍ୟାମ୍ପ ପକାଇଥିବା ଗୁଇନ୍ଦା ସୂଚନା ମିଳିବା ପରେ ଛତିଶଗଡ ସୁକମା ଜିଲ୍ଲା ଡିଆରଜି ବାହୀନି କୁମ୍ବିଂ ଅପରେସନ ଆରମ୍ଭ କରିଥିଲେ। ଜବାନଙ୍କୁ ଦେଖି ମାଓବାଦୀ ମାନେ ଗୁଳିଚାଳନା କରିବାରୁ ଜବାନ ମାନେ ପାଲଟା ଆକ୍ରମଣ କରିଥିଲେ। ଏହି ଗୁଳିବିନିମୟମାଓ ନେତା ଜଗଦିସଙ୍କ ନେତୃତ୍ୱରେ ହେଉଥିଲା।

ଅନେକ ସମୟ ଧରି ଗୁଳି ବିନିମୟ ଚାଲିବା ପରେ ସର୍ଚ୍ଚଅପରେସନ ଆରମ୍ଭ କରିଥିଲେ ଯବାନ। ଅପରେସନରେ ଚାରିଜଣ ମାଓବାଦୀ ନିହତ ହୋଇଥିବା ଜଣା ପଡିଥିଲା। ମାଓବାଦୀଙ୍କ ମୃତଦେହ ଜବତ କରିବା ସହ ଅନେକ ମାଓ ସାମଗ୍ରୀ ଜବତ କରିଛି ସୁକମା ପୋଲିସ। ସେଥିମଧ୍ୟରେଗୋଟିଏ ଇନସାସ ବନ୍ଧୁକ ଓ ଦୁଇଟି 303 ରାଇଫଲ ମିଳିଥିବା ସୂଚନା ରହିଛି। ଘଟଣାର ସ୍ପଷ୍ଟିକରଣ କରିବା ସହ ବର୍ତ୍ତମାନ ମଧ୍ୟ ସର୍ଚ୍ଚ ଅପରେସନ ଜାରି ରହିଥିବା ସୁକମା ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସଲଭ ସିହ୍ନା କହିଛନ୍ତି।

ମାଲକାନଗିରିରୁ ଜୟନ୍ତ ତିଆଡି, ଇଟିଭି ଭାରତ

Intro:Body:Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.