ମାଲକାନଗିରି: ମାଓବାଦୀ ସନ୍ଦେହରେ 3 ଯୁବକଙ୍କୁ ଅଟକ ରଖିଲା ପୋଲିସ । ପ୍ରତିବାଦରେ ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ମୁଦୁଲିପଡା ଥାନାକୁ ଘେରିଛନ୍ତି ଶତାଧିକ ଗ୍ରାମବାସୀ ।
ବଣ୍ଡା ଘାଟିର ବଜୁଗୁଡ଼ା ଗାଁର ୩ ଜଣ ଲୋକ ବ୍ୟାଙ୍କ ଆକାଉଣ୍ଟ ଖାତା ଖୋଲିବାକୁ ଯାଇଥିଲେ । ସେହି ସମୟରେ ପୋଲିସ ସେମାନଙ୍କୁ ମାଓବାଦୀ ସନ୍ଦେହରେ ଉଠାଇ ନେଇଥିଲା । 2 ଜଣଙ୍କୁ ପୋଲିସ ପଚରାଉଚୁରା କରି ଛାଡ଼ି ଦେଇଥିବା ବେଳେ ଜଣକୁ ଅଟକ ରଖିଛି ।
ଏପର୍ଯ୍ୟନ୍ତ ପ୍ରକୃତ ଘଟଣା ଅସ୍ପଷ୍ଟ ଥିବାବେଳେ କଣ ପାଇଁ ଓ କେଉଁ କାରଣରୁ ସେମାନଙ୍କୁ ପୋଲିସ ଉଠାଇ ନେଇଯାଇଥିଲେ ତାହା ଜଣାପଡିନାହିଁ । ଅଟକ ଥିବା ଯୁବକଙ୍କୁ ଛାଡିବା ପାଇଁ ମୁଦୁଲିପଡା ଥାନା ସମ୍ମୁଖରେ ଶତାଧିକ ଲୋକ ଘେରାଉ କରିଛନ୍ତି ।
ମାଲକାନଗିରିରୁ ଦେବଦତ୍ତ ବେହେରା, ଇଟିଭି ଭାରତ