ETV Bharat / state

ମାଲ୍ୟବନ୍ତ ମହୋତ୍ସବର ଶେଷ ସନ୍ଧ୍ୟାରେ ଦଳାଚକଟା: ୩ ଗୁରୁତର, ୧୦ ଆହତ - ମାଲକାନଗିରି ମାଲ୍ୟବନ୍ତ ମହୋତ୍ସବ

ମାଲ୍ୟବନ୍ତ ମହୋତ୍ସବର ଶେଷ ସନ୍ଧ୍ୟାରେ ଦଳାଚକଟା । ଏଥିରେ ୩ ଜଣ ଗୁରୁତର ଆହତ ହୋଇଥିବା ବେଳେ ୧୦ ଜଣ ସାମାନ୍ୟ ଆହତ ହୋଇଥିବା ସୂଚନା । ଅଧିକ ପଢନ୍ତୁ

ମାଲ୍ୟବନ୍ତ ମହୋତ୍ସବରେ ଦଳାଚକଟା
ମାଲ୍ୟବନ୍ତ ମହୋତ୍ସବରେ ଦଳାଚକଟା
author img

By

Published : Jan 18, 2023, 12:40 PM IST

ମାଲ୍ୟବନ୍ତ ମହୋତ୍ସବରେ ଦଳାଚକଟା

ମାଲାକାନଗିରି: ମାଲ୍ୟବନ୍ତ ମହୋତ୍ସବର ଶେଷ ସନ୍ଧ୍ୟାରେ ଅଘଟଣ ଘଟିଛି । ମହୋତ୍ସବରେ ପ୍ରବଳ ଜନ ସମାଗମ ଯୋଗୁଁ ଦଳାଚକଟା ପରିସ୍ଥିତି ସୃଷ୍ଟି ହୋଇଛି । ଏଥିରେ ୩ ଜଣ ଗୁରୁତର ଥିବାବେଳେ ୧୦ ଜଣ ସାମାନ୍ୟ ଆହତ ହୋଇଛନ୍ତି । ଗୁରୁତରଙ୍କ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ୧୫ ତାରିଖରୁ ମାଲକାନଗିରିରେ ମାଲ୍ୟବନ୍ତ ମହୋତ୍ସବ ଆରମ୍ଭ ହୋଇଥିବାବେଳେ ଗତକାଲି(ମଙ୍ଗଳବାର) ଏହାର ଶେଷ ସନ୍ଧ୍ୟା ଥିଲା । ଏଥିରେ ଓଡିଶାର ଲୋକପ୍ରିୟ ମଣ୍ଟୁ ଛୁରିଆ ଓ ଗାୟିକା ଅସୀମା ପଣ୍ଡାଙ୍କ ସଙ୍ଗୀତ ପରିବେଷଣ କାର୍ଯ୍ୟକ୍ରମ ରହିଥିଲା ।

ଏହି ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଦେଖିବା ପାଇଁ ମାଲ୍ୟବନ୍ତ ପଡିଆରେ ୪୦ ହଜାରରୁ ଅଧିକ ଜନ ସମାଗମ ହୋଇଥିଲା । ଭିଡକୁ ପୋଲିସ ପ୍ରଶାସନ ନିୟନ୍ତ୍ରଣ କରୁଥିବା ବେଳେ ପ୍ରବେଶ ପଥର ମୁଖ୍ୟ ଗେଟ୍ ନିକଟ ଓ ପଡିଆ ମଧ୍ୟରେ ଲୋକଙ୍କ ଠେଲାପେଲା ଓ ଦଳାଚକଟା ହୋଇଥିଲା । ଫଳରେ ଏଥିରେ ତିନି ଜଣ ଗୁରୁତର ଆହତ ହେବା ସହ ୧୦ରୁ ଅଧିକ ସାମାନ୍ୟ ଆହତ ହୋଇଥିଲେ । ପରେ ପୋଲିସ ସ୍ଥିତି ନିୟନ୍ତ୍ରଣ କରିଥିଲା ।

ମାଲକାନଗିରି ଜିଲ୍ଲାସ୍ତରୀୟ ମାଲ୍ୟବନ୍ତ ମହୋତ୍ସବର ତୃତୀୟ ତଥା ଶେଷ ସନ୍ଧ୍ୟାରେ ରଙ୍ଗାରଙ୍ଗା କାର୍ଯ୍ୟକ୍ରମର ମଜା ନେଇଛନ୍ତି ହଜାର ହଜାର ସଂଖ୍ୟକ ଲୋକେ । ଏହି ଭବ୍ୟ କାର୍ଯ୍ୟକ୍ରମରେ ମାଲକାନଗିରି ଜିଲ୍ଲାପାଳ ବିଶାଳ ସିଂ ଅଧ୍ୟକ୍ଷତା କରିଥିବା ବେଳେ ଏଥିରେ ମୁଖ୍ୟ ଅତିଥି ଭାବେ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ଓ ପଛୁଆବର୍ଗ କଲ୍ୟାଣ ବିଭାଗ ଏବଂ ଆଇନ ବିଭାଗ ମନ୍ତ୍ରୀ ଜଗନ୍ନାଥ ସାରକା ଯୋଗ ଦେଇଥିଲେ ।

ସେହିପରି ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ପତିତପାବନ ବୈଦ୍ୟ, ପୌର ପରିଷଦ ଅଧ୍ୟକ୍ଷ ମନୋଜ କୁମାର ବାରିକ, ବିଜ୍ଞାପିତ ଅଞ୍ଚଳ ପରିଷଦ ବାଲିମେଳା ଅଧ୍ୟକ୍ଷ ପ୍ରଦୀପ କୁମାର ନାୟକ ପ୍ରମୁଖ ମଞ୍ଚାସୀନ ହୋଇ ନିଜ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ ।ପରେ ସାଂସ୍କୃତିକ କାର୍ଯ୍ୟକ୍ରମରେ ଡଃ ଆଇ ମନ୍ମଦ ରାଓଙ୍କ ଦ୍ୱାରା ସେକ୍ସୋଫୋନ୍ ଓ ମଙ୍ଗଳନାଦ, ଗୁଜୁରାଟର ସିଦ୍ଧିଧମାଲ, କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟ ଚଲାଣଗୁଡାର ଛାତ୍ରଛାତ୍ରୀଙ୍କ ଦ୍ୱାରା ଆଦିବାସୀ ନୃତ୍ୟ, ସମ୍ବଲପୁରର ମଣ୍ଟୁ ଛୁରିଆ ଓ ଅସୀମା ପଣ୍ଡା ଦଳ ଦ୍ୱାରା ସଙ୍ଗୀତ ଝଙ୍କାରରେ ଉପସ୍ଥିତ ପଦାଧିକାରୀ ଓ ଦର୍ଶକ ଝୁମି ଉଠିଥିଲେ ।

ଇଟିଭି ଭାରତ, ମାଲକାନଗିରି

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.