ETV Bharat / state

ବିଷାକ୍ତ ଖାଦ୍ୟ ଖାଇ ଆଖି ବୁଜିଲେ ୩ ଭାଇ ଭଉଣୀ - ଆଖି ବୁଜିଲେ ଗୋଟିଏ ପରିବାରର ୩ ଭାଇ ଭଉଣୀ

ମାଲକାନଗିରିରେ ବିଷାକ୍ତ ଖାଦ୍ୟ ଖାଇ ଆଖି ବୁଜିଲେ ଗୋଟିଏ ପରିବାରର ୩ ଭାଇ ଭଉଣୀ । ତେବେ ସେମାନଙ୍କର ମା’ ଓ ଅନ୍ୟ ଜଣେ ଭଉଣୀ ଗୁରୁତର ଥିବା ସୂଚନା ମିଳିଛି । ଅଧିକ ପଢନ୍ତୁ...

3 members of a family died in malkangiri after eat the poisonous food
ବିଷାକ୍ତ ଖାଦ୍ୟ ଖାଇ ଆଖି ବୁଜିଲେ ୩ ଭାଇ ଭଉଣୀ
author img

By

Published : Oct 15, 2020, 1:31 PM IST

ମାଲକାନଗିରି: ବିଷାକ୍ତ ଖାଦ୍ୟ ଖାଇ ଗୋଟିଏ ପରିବାରର ୩ଜଣଙ୍କ ମୃତ୍ୟୁ । ମାଲକାନଗିରି ଜିଲ୍ଲା କଚେଲି ଗ୍ରାମରେ ଘଟିଛି ଏହି ଅଭାବନୀୟ ଘଟଣା । ମୃତକଙ୍କ ମଧ୍ୟରେ ୨ଜଣ ଭଉଣୀ ଓ ଜଣେ ଭାଇ ଅଛନ୍ତି। ତେବେ ସେମାନଙ୍କର ମା’ ଓ ଅନ୍ୟ ଜଣେ ଭଉଣୀ ଗୁରୁତର ଥିବା ସୂଚନା ମିଳିଛି । ସେମାନଙ୍କୁ ଗୁରୁତର ଅବସ୍ଥାରେ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ମୃତକମାନେ ହେଲେ ସୁକାନ୍ତି ମାଡ଼ି (୧୨), ସୀତାରାମ ମାଡ଼ି (୭), ଅଞ୍ଜଳି ମାଡ଼ି (୩)।

ବିଷାକ୍ତ ଖାଦ୍ୟ ଖାଇ ଆଖି ବୁଜିଲେ ୩ ଭାଇ ଭଉଣୀ

ସେପଟେ ଖବର ପାଇ କଚେଲି ଗାଁରେ ଡାକ୍ତରୀ ଟିମ ପହଞ୍ଚି ଚିକିତ୍ସା ଅରମ୍ଭ କରିଛି। ତେବେ ବିଷାକ୍ତ ଖାଦ୍ୟ ଯୋଗୁ ଝାଡ଼ା ବାନ୍ତି ହେବା ସହ ମୃତ୍ୟୁ ଘଟିଥିବା ଡାକ୍ତରୀ ଟିମ୍‌ ଅନୁମାନ କରୁଛି। ଏହି ଘଟଣା ପରେ ସେହି ଗାଁ ରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।

ମାଲକାନଗିରିରୁ ଦେବଦତ୍ତ ବେହେରା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.