ETV Bharat / state

ଓଏମଆର ସିଟ ଗାଏବ ଘଟଣା, କାଠଗଡାରେ 3 ଶିକ୍ଷାଧିକାରୀ - Missing

ମାଲକାନଗିରିରେ ମ୍ୟାଟ୍ରିକ ପ୍ରଶ୍ନପତ୍ର ଗାଏବ ଘଟଣାରେ 3 ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପଡିଆ ଥାନା ପୋଲିସ ।

ଫଟୋ ସୌଜନ୍ୟ-ସମ୍ବାଦଦାତା,ମାଲକାନଗିରି
author img

By

Published : Mar 5, 2019, 11:13 PM IST

ମାଲକାନଗିରି: ଜିଲ୍ଲାର ମ୍ୟାଟ୍ରିକ ପ୍ରଶ୍ନପତ୍ର ଗାଏବ ଘଟଣାରେ 3 ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପଡିଆ ଥାନା ପୋଲିସ । ପୂର୍ବରୁ ଏହି ମାମଲାରେ ଜିଲ୍ଲା ଶିକ୍ଷା ବିଭାଗ ୪ ଜଣଙ୍କୁ ଚାକିରିରୁ ନିଲମ୍ବିତ କରିଛି । ତେବେ ଏହି ଘଟଣାରେ ଉଚ୍ଚ ପଦସ୍ଥ ଶିକ୍ଷା ଅଧିକାରୀ ସମୃକ୍ତ ଥିବା ନେଇ ତଦନ୍ତରୁ ଜଣାପଡିଛି ।

ଗିରଫ 3 ଅଭିଯୁକ୍ତଙ୍କ ମଧ୍ୟରେ ଗୋଠାନପାଲ୍ଲି ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଜଳନ୍ଦର ବେହେରା, ପଡିଆ ଏସ, ଏସ.ଡି ଉଚ୍ଚ ବିଦ୍ୟାଳୟର ଅତିରିକ୍ତ ସୁପରିଟେଣ୍ଡଣ୍ଟ ଶତ୍ରୁଘ୍ନ ସ୍ବାଇଁ ଓ ନୋଡାଲ ଅବଜର୍ଭର ସନ୍ଦିପ କୁମାର ସାହୁ ଅଛନ୍ତି ।

ଗତ 2 ତାରିଖରେ ମାଲକାନଗିରିର ପଡିଆ ଅନୁସୁଚିତ ଜାତି ଓ ଜନଜାତି ଉଚ୍ଚ ବିଦ୍ୟାଳୟରୁ ପରୀକ୍ଷା କେନ୍ଦ୍ରରେ କାଲଦାପାଲ୍ଲି, ଗୋଠନପାଲ୍ଲି, ପୁର୍ଶାନପାଲ୍ଲି ଓ ପଡିଆ ଉଚ୍ଚ ବିଦ୍ୟାଳୟର ୧୦୮ ଜଣ ଛାତ୍ରଛାତ୍ରୀ ଗଣିତ ପରୀକ୍ଷା ଦେଇଥିବା ବେଳେ ସେମାନଙ୍କ ଓ.ଏମ.ଆର ସିଟ ଗାଏବ ହୋଇଯାଇଛି ।

ଏହି ଘଟଣାକୁ ନେଇ ଶିକ୍ଷା ବିଭାଗ ପକ୍ଷରୁ ଗତ 3 ତାରିଖରେ ଏତଲା ଦିଆଯାଇଥିଲା ।

ମାଲକାନଗିରିରୁ ଜୟନ୍ତ ତିଆଡି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.