ମାଲକାନଗିରି: ଜିଲ୍ଲା ଶିଶୁ ସୁରକ୍ଷା କମିଟି, ଶ୍ରମ ବିଭାଗ ଓ ଆଦର୍ଶ ଥାନା ପୋଲିସ ମିଳିତ ଭାବେ ଚଢାଉ କରି ସହରର ବିଭିନ୍ନ ଦୋକାନରୁ 21 ଜଣ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କରିଛନ୍ତି ।
ଜିଲ୍ଲାର ଅନେକ ବେସରକାରୀ ଅନୁଷ୍ଠାନ 18 ବର୍ଷରୁ କମ ଶିଶୁଙ୍କୁ ଶ୍ରମିକ ଭାବେ ନିୟୋଜିତ କରି ସେମାନଙ୍କ ଭବିଷ୍ୟତ ସହ ଖେଳୁଛନ୍ତି । ତେଣୁ ଶନିବାରଠାରୁ ଆସନ୍ତା 14 ତାରିଖ ପର୍ଯ୍ୟନ୍ତ ଜିଲ୍ଲାର ସମସ୍ତ ଅଞ୍ଚଳରେ ଶିଶୁ ଶ୍ରମିକ ଉଦ୍ଧାର କରିବା ପାଇଁ ଏହି ଅଭିଯାନ ଜାରି ରହିବ ।
ଉଦ୍ଧାର ହୋଇଥିବା ସମସ୍ତ ଶିଶୁ ଶ୍ରମିକଙ୍କୁ 20 ହଜାର ଟଙ୍କାର ଆର୍ଥିକ ସହାୟତା କରାଯିବା ସହ ସେମାନଙ୍କୁ ଥଇଥାନ କରିବା ଲାଗି ଶିଶୁ ସୁରକ୍ଷା କମିଟି ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରିବ ବୋଲି ଜିଲ୍ଲା ଶିଶୁ ସୁରକ୍ଷା କମିଟିର ଅଧକ୍ଷ କହିଛନ୍ତି ।
ମାଲକାନଗିରିରୁ ଜୟନ୍ତ ତିଆଡି, ଇଟିଭି ଭାରତ