ମାଲକାନଗିରି: ସାପ କାମୁଡ଼ାରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଛି । ଏଭଳି ଅଭାବନୀୟ ଘଟଣା ଘଟିଛି ମାଲକାନଗିରି ଜିଲ୍ଲା ପଡିଆ ବ୍ଲକ ଅନ୍ତର୍ଗତ ସେମିଳିବାଞ୍ଚା ଗ୍ରାମପଞ୍ଚାୟତ ଅନ୍ତର୍ଗତ କାପାନପାଲି ଗାଁରେ ।
ସୂଚନା ଅନୁଯାୟୀ, ଶନିବାର ରାଜେ ମାଢି ନାମକ ଜଣେ ମହିଳା ତାଙ୍କ ପୁଅ ବୀମା ମାଢୀ ଏବଂ ଗାଁର ଅନ୍ୟ ଜଣେ ମହିଳା ଦେବେ ମାଢୀଙ୍କ ସହ ତାଙ୍କ ଘରେ ଶୋଇଥିବା ବେଳେ ଏକ ବିଷାକ୍ତ ସାପ କାମୁଡିଥିଲା ।
ଏହି ଘଟଣା ଜାଣିବା ପରେ ଗ୍ରାମର ମୁଖିଆ ସେମାନଙ୍କୁ ପଡିଆ ମେଡିକାଲରେ ଭର୍ତ୍ତି କରିଥିଲେ । କିନ୍ତୁ ଡାକ୍ତର ସେମାନଙ୍କ ମଧ୍ୟରୁ ରାଜେ ମାଢୀ ଓ ଦେବେ ମାଢୀଙ୍କୁ ମୃତ ଘୋଷଣା କରିଥିବା ବେଳେ ବୀମା ମାଢୀଙ୍କର ଅବସ୍ଥା ସଙ୍କଟପନ୍ନ ଥିବାରୁ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନ୍ତାନ୍ତର କରିଛନ୍ତି।
ମାଲକାନଗିରିରୁ ଜୟନ୍ତ ତିଆଡି, ଇଟିଭି ଭାରତ