ETV Bharat / state

ଭୁଶୁଡୁଛି ମାଓ ଗଡ, ଆତ୍ମ ସମର୍ପଣ କଲେ ୨ ମାଓବାଦୀଙ୍କ ସହ ୪ ନକ୍ସଲ - naxal

ସୁକୁମା ପୋଲିସକୁ ବଡ ସଫଳତା । ଆତ୍ମ ସମର୍ପଣ କଲେ ୨ ଦୁର୍ଦ୍ଦାନ୍ତ ମାଓବାଦୀଙ୍କ ସହ ୪ ଜଣ ନକ୍ସଲ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ମାଲକାନଗିରି
author img

By

Published : May 7, 2019, 9:50 PM IST

ମାଲକାନଗିରି: ସୁକୁମା ପୋଲିସକୁ ବଡ ସଫଳତା । ଆତ୍ମ ସମର୍ପଣ କଲେ ୨ ଦୁର୍ଦ୍ଦାନ୍ତ ମାଓବାଦୀଙ୍କ ସହ ୪ ଜଣ ନକ୍ସଲ । ସରକାରଙ୍କ ଲୋକାଭିମୁଖୀ କାର୍ଯ୍ୟକ୍ରମ ସହ ଉନ୍ନୟନ ମୂଳକ କାର୍ଯ୍ୟପନ୍ଥା ପ୍ରତି ଆକୃଷ୍ଟ ହୋଇ ସେମାନେ ଏଭଳି କରିଥିବା ଜଣାପଡିଛି ।

ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ରାଜ୍ୟର ସୁକୁମା ପୋଲିସ ମାଓ ଦମନ ପାଇଁ ଅଲ ଆଉଟ ଅପରେଶନ ଆରମ୍ଭ କରିଛି । ଏନେଇ ପ୍ରତିଦିନ ଡିଆରଜି, ଏସ୍‌ଟିଏଫ, ସିଆରପିଏଫ ଓ ବିଏସଏଫର ଯବାନ କୁମ୍ବିଂ ଅପରେସନକୁ ଜୋରଦାର କରିଛନ୍ତି । ଏହା ସହିତ ରାଜ୍ୟ ସରକାରଙ୍କ ଲୋକାଭିମୁଖୀ ଯୋଜନା ପରେ ଆଜି 4ଜଣ ମାଓବାଦୀ ବନ୍ଧୁକ ସହ ସୁକୁମା ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି । ଏହି ମାଓବାଦୀଙ୍କ ନାମ ସୋଢି ଭିମା, ସୋଢି ହୁରା, ମୁଚାକି ଦେବା ଓ ମୁଚାକି ଜଗା ବୋଲି ପୋଲିସ ସୂତ୍ରରୁ ପ୍ରକାଶ ପାଇଛି ।

ସୂଚନା ଯୋଗ୍ୟ ଯେ, ଏହି ମାଓବାଦୀ ଦୀର୍ଘ ଦିନ ଧରି ମାଓ ସଂଘଠନରେ କାର୍ଯ୍ୟ କରି ପୋଲିସ ପାଇଁ ମୁଣ୍ଡ ବିନ୍ଧାର କାରଣ ସାଜିଥିଲେ । ବିଶେଷ କରି ଏମାନଙ୍କ ନାଁ ରେ ସୁରକ୍ଷା କର୍ମୀଙ୍କ ଉପରେ ଆକ୍ରମଣ ସହ ଲ୍ୟାଣ୍ଡମାଇନ ବିସ୍ଫୋରଣ, ସାଧାରଣ ଲୋକଙ୍କୁ ପୋଲିସ ଇନଫର୍ମର ସନ୍ଦେହରେ ହତ୍ୟା କରିବା ଭଳି ବିଭିନ୍ନ ଅଭିଯୋଗ ରହିଥିବା ପୋଲିସ କହିଛି ।

ତେବେ ଆତ୍ମସମର୍ପଣ ପରେ ଏମାନଙ୍କ ନାମରେ ପୂର୍ବରୁ ରହିଥିବା ସମସ୍ତ ମାମଲା ପ୍ରତ୍ୟାହାର କରାଯିବା ସହ ମୁଖ୍ୟସ୍ରୋତକୁ ଫେରିଥିବାରୁ ଏମାନଙ୍କ ଉଜ୍ଵଳ ଭବିଷ୍ୟତ ପାଇଁ ସରକାରଙ୍କ ପକ୍ଷରୁ ରହିଥିବା ଆର୍ଥିକ ସହାୟତା ରାଶି ପ୍ରଦାନ କରାଯିବ । ଏହା ସହ ପୁନର୍ବାସ ଯୋଜନା ଅନୁଯାୟୀ ଏମାନଙ୍କୁ ଥଇଥାନ କାରାଯିବ ବୋଲି ସୁକୁମା ପୋଲିସ ପକ୍ଷରୁ କୁହାଯାଇଛି ।

ମାଲକାନଗିରିରୁ ଜୟନ୍ତ ତିଆଡି, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.