ETV Bharat / state

ଆନ୍ଧ୍ରକୁ ଚାଲାଣ ବେଳେ 15 ବାଳ ଶ୍ରମିକ ଉଦ୍ଧାର, ଦଲାଲ ଗିରଫ

author img

By

Published : Jun 29, 2021, 10:23 PM IST

ମାଲକାନଗିରିରୁ ଉଦ୍ଧାର ହେଲେ 15 ବାଳ ଶ୍ରମିକ । ଆନ୍ଧ୍ରପ୍ରଦେଶକୁ ଚାଲାଣ ବେଳେ ଉଦ୍ଧାର କଲା ଶିଶୁ ସୁରକ୍ଷା ବିଭାଗ । ଅଧିକ ପଢନ୍ତୁ...

ଆନ୍ଧ୍ରକୁ ଚାଲାଣବେଳେ 15 ବାଳ ଶ୍ରମିକ ଉଦ୍ଧାର, ଦଲାଲ ଗିରଫ

ମାଲକାନଗିରି: ଉଦ୍ଧାର ହୋଇଛନ୍ତି 15 ଶିଶୁ ଶ୍ରମିକ । ମାଲକାନଗିରି ଜିଲ୍ଲା ମାଥିଲି ଅଞ୍ଚଳରୁ 11 ଜଣ ନାବାଳିକା ଏବଂ 4 ନାବାଳକ ଦାଦନ ଶ୍ରମିକଙ୍କୁ ଉଦ୍ଧାର କଲା ଚାଇଲ୍ଡ ଲାଇନ । ମାଲାକନଗିରିର ମାଥିଲିରୁ ଆନ୍ଧ୍ରର ଏକ ଚିଙ୍ଗୁଡ଼ି କମ୍ପାନୀକୁ ଦଲାଲ ଟଙ୍କା ପ୍ରଲୋଭନ ଦେଖାଇ ଚାଲାଣ କରୁଥିବାବେଳେ ମାଲକାନଗିରି ପୋଲିସ ଉଦ୍ଧାର କରି ଚାଇଲଡ଼ ଲାଇନ ନିକଟରେ ହାଜର କରାଯାଇଥିବା ସୂଚନା ରହିଛି ।

ମିଳିଥିବା ସୂଚନା ଅନୁସାରେ ପରିବାରର ଆର୍ଥିକ ସ୍ଥିତି ଭଲ ନଥିବାରୁ ପିଲାଙ୍କୁ ଟଙ୍କା ପ୍ରଲୋଭନ ଦେଖାଇ ଆନ୍ଧ୍ରକୁ କାମ କରାଇବା ପାଇଁ ଚାଲାଣ କରୁଥିଲା ଦଲାଲ । ତେବେ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦଲାଲକୁ ଗିରଫ କରିବା ସହ ବାଳଶ୍ରମିକଙ୍କୁ ଉଦ୍ଧାର କରିଛି । ଅନ୍ୟପଟେ ଉଦ୍ଧାର ନାବାଳକ ନାବାଳିକାଙ୍କୁ ଶିକ୍ଷାଗତ ଯୋଗ୍ୟତା ଅନୁସାରେ ଥଇଥାନ କରାଯିବ ବୋଲି ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ସୂଚନା ଦେଇଛନ୍ତି ।

ମାଲକାନଗିରିରୁ ଦେବଦତ୍ତ ବେହେରା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.