ETV Bharat / state

ମାଲକାନଗିରିରୁ 10 ଶିଶୁ ଶ୍ରମିକ ଉଦ୍ଧାର - ମାଲକାନଗିରିରୁ ଶିଶୁ ଶ୍ରମିକ ଉଦ୍ଧାର

ମାଲକାନଗିରିର ବିଭିନ୍ନ ସ୍ଥାନରେ ଚଢାଉ କରାଯାଇ 10 ଶିଶୁ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି । ଅଧିକ ପଢନ୍ତୁ

ମାଲକାନଗିରିରୁ 10 ଶିଶୁ ଶ୍ରମିକ ଉଦ୍ଧାର
ମାଲକାନଗିରିରୁ 10 ଶିଶୁ ଶ୍ରମିକ ଉଦ୍ଧାର
author img

By

Published : Jun 5, 2022, 8:36 AM IST

ମାଲକାନଗିରି: ପୌରାଞ୍ଚଳର ବିଭିନ୍ନ ସ୍ଥାନରେ ଚାଇଲ୍ଡ ଲାଇନ ଓ ଶିଶୁ ସୁରକ୍ଷା କମିଟି ପକ୍ଷରୁ ଚଢ଼ାଉ କରାଯାଇ 10 ଶିଶୁ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି । ଉଦ୍ଧାର ଶ୍ରମିକଙ୍କ ମଧ୍ୟରେ 6 ଜଣ ନାବାଳିକା ଓ 4 ଜଣ ନାବାଳକ ରହିଛନ୍ତି । ଶନିବାର ସକାଳୁ ଜିଲ୍ଲାର ବସଷ୍ଟାଣ୍ଡ ଠାରୁ ଆରମ୍ଭ କରି ବିଭିନ୍ନ ସ୍ଥାନରେ ଚଢ଼ାଉ ବେଳେ ଏକ ବୋରଓ୍ବେଲ ଗାଡ଼ିରେ 4 ଜଣ ଶିଶୁ କାମ କରୁଥିବା ଦେଖି ସେମାନଙ୍କୁ ଉଦ୍ଧାର କରାଯାଇଥିଲା, ଏହା ପରେ ମାଲକାନଗିରି କଲେଜ କ୍ୟାମ୍ପସରେ ଆର ଅଣ୍ଡ ବି ଦ୍ୱାରା ହେଉଥିବା କାମରେ ମଧ୍ୟ 6 ଜଣ ଶିଶୁ କାମ କରୁଥିବା ବେଳେ ଉଦ୍ଧାର କରାଯାଇଥିଲା ।

ମାଲକାନଗିରିରୁ 10 ଶିଶୁ ଶ୍ରମିକ ଉଦ୍ଧାର

ସମସ୍ତ ଶିଶୁଙ୍କ ଘର ମାଲକାନଗିରି ସଦର ମହକୁମାରେ ହୋଇଥିବାରୁ ସେମାନଙ୍କ ବାପା ମାଆଙ୍କ ନିକଟରେ ହସ୍ତାନ୍ତର କରାଯାଇ ଏମାନଙ୍କ ଭବିଷ୍ୟତ ପାଇଁ ଶିଶୁ ସୁରକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା । ଏଥି ସହ ସମସ୍ତ ଶିଶୁ ପାଠପଢା ଅଧାରେ ଛାଡିଥିବାରୁ ପୁନଃ ସ୍କୁଲରେ ଆଡ଼ମିଶନ କରାଯିବା ନେଇ ଜିଲ୍ଲା ଶିକ୍ଷା ବିଭାଗକୁ ନିର୍ଦ୍ଦେଶ ଦିଆଯିବ । ସେହିପରି ଶିଶୁ ମାନଙ୍କୁ କାର୍ଯ୍ୟରେ ନିୟୋଜିତ କରିଥିବା ଠିକାଦାରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ମଧ୍ୟ ପୋଲିସକୁ ନିର୍ଦ୍ଦେଶ ଦିଆଯିବ ବୋଲି ଶିଶୁ ସୁରକ୍ଷା ସମିତି ଅଧକ୍ଷ ଅଶୋକ କୁମାର ପଟ୍ଟନାୟକ ପ୍ରକାଶ କରିଥିଲେ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.