ETV Bharat / state

ଲାଞ୍ଚ ନେଇ ଗଞ୍ଜେଇ ଗାଡି ଛାଡିଥିଲେ ପୋଲିସ ବାବୁ; ଜଣେ ନିଲମ୍ବିତ, 3 ଗିରଫ

ଲାଞ୍ଚ ନେଇ ଗଞ୍ଜେଇ ଗାଡି ଛାଡିବା ପୋଲିସ ବାବୁମାନଙ୍କୁ ପଡିଲା ମହଙ୍ଗା । ଘଟଣାରେ ଜଣେ ପୋଲିସ କର୍ମଚାରୀଙ୍କୁ ସସପେଣ୍ଡ କରାଯାଇଥିବା ବେଳେ 3 ଜଣଙ୍କୁ ଗିରଫ କରାଯାଇଛି । ଅଧିକ ପଢନ୍ତୁ...

author img

By

Published : Aug 30, 2020, 5:29 PM IST

ପୋଲିସ ବାବୁଙ୍କୁ ମହଙ୍ଗା ପଡିଲା ଲାଞ୍ଚ; ଜଣେ ସସପେଣ୍ଡ, 3 ପୋଲିସ ଗିରଫ

ମାଲକାନଗିରି: ଲାଞ୍ଚ ନେଇ ଗଞ୍ଜେଇ ଗାଡି ଛାଡିବା ପୋଲିସ ବାବୁମାନଙ୍କୁ ପଡିଲା ମହଙ୍ଗା । ଘଟଣାରେ ଜଣେ ପୋଲିସ କର୍ମଚାରୀଙ୍କୁ ସସପେଣ୍ଡ କରାଯାଇଥିବା ବେଳେ 3 ଜଣଙ୍କୁ ଗିରଫ କରାଯାଇଛି ।

ମାଲକାନଗିରି ସ୍ଥିତ ମୁଦୁଲିପଡ଼ା ଥାନାର ୪ ଜଣ ପୋଲିସ କର୍ମଚାରୀଙ୍କ ବିରୋଧରେ ପଦକ୍ଷେପ ଗ୍ରହଣ କରାଯାଇଛି । ଜଣେ ଏଏସଆଇ ଓ 2 ଜଣ ହୋମଗାର୍ଡ଼ଙ୍କୁ ଗିରଫ କରାଯାଇଥିବା ନେଇ ସୂଚନା ମିଳିଛି । ଗିରଫ ପରେ ଉକ୍ତ ଏଏସଆଇ ଓ 2 ଜଣ ହୋମଗାର୍ଡ଼ଙ୍କୁ କୋର୍ଟ ଚାଲାଣ କରାଯିବ ।

ଏଥିସହ ଅନ୍ୟ ଜଣେ ଏସଆଇଙ୍କୁ ନିଲମ୍ବନ କରିଛନ୍ତି ଏସପି । ଉଲ୍ଳେଖଯୋଗ୍ୟ ଯେ, ଗତ ୪ ଦିନ ତଳେ ଖଇରୀପୁଟରେ ଯାଞ୍ଚ ବେଳେ ଲାଞ୍ଚ ନେଇ ଗଞ୍ଜେଇ ଗାଡ଼ିକୁ ଛାଡ଼ିଥିଲେ ଏହି ପୋଲିସ କର୍ମୀ ।

ମାଲକାନଗିରିରୁ ଦେବଦତ୍ତ ବେହେରା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.