ETV Bharat / state

ଦେଢ କୋଟି ଟଙ୍କା ମୂଲ୍ୟର ଗଞ୍ଜେଇ ଜବତ - 1.5 crore worth ganja seized

ମାଲକାନଗିରି ଚିତ୍ରକୋଣ୍ଡା ଥାନା ଅନ୍ତର୍ଗତ ପଳାସପଦର ଗ୍ରାମରେ ପୋଲିସର ଚଢାଉ । ଦେଢ କୋଟି ମୂଲ୍ୟର ଗଞ୍ଜେଇ ଜବତ । ଅଧିକ ପଢନ୍ତୁ...

ଦେଢ କୋଟି ଟଙ୍କା ମୂଲ୍ୟର ଗଞ୍ଜେଇ ଜବତ
ଦେଢ କୋଟି ଟଙ୍କା ମୂଲ୍ୟର ଗଞ୍ଜେଇ ଜବତ
author img

By

Published : Apr 8, 2021, 7:18 PM IST

ମାଲକାନଗିରି: ଚିତ୍ରକୋଣ୍ଡା ପୋଲିସକୁ ମିଳିଛି ଏକ ବଡ଼ ସଫଳତା । ୫୭ଟି ଜରି ଅଖାରେ ବନ୍ଧା ହୋଇ ପଡୋଶୀ ଆନ୍ଧ୍ରକୁ ବେଆଇନ ଗଞ୍ଜେଇ ଚୋରା ଚାଲାଣ ପାଇଁ ଉଦ୍ୟମ କରାଯାଉଥିବାବେଳେ ପୋଲିସ ଚଢାଉ କରିଛି । ଘଟଣାସ୍ଥଳରୁ ଦେଢ କୋଟି ଟଙ୍କାର ଗଞ୍ଜେଇ ଜବତ ହୋଇଛି ।

ସୂଚନା ଅନୁଯାୟୀ, କୌଣସି ବିଶ୍ବସ୍ତ ସୂତ୍ରରୁ ଖବର ପାଇ ଚିତ୍ରକୋଣ୍ଡା ଥାନା ଭାରପ୍ରାପ୍ତ ଅଧିକାରୀ ସୂର୍ଯ୍ୟ ପ୍ରକାଶ ନାୟକ ଓ ତାଙ୍କ ଟିମ୍ ୬ ତାରିଖ ରାତିରେ ଚିତ୍ରକୋଣ୍ଡା ଥାନା ଅନ୍ତର୍ଗତ ପଳାସପଦର ଗ୍ରାମରେ ଥିବା ଏକ ଘରେ ଚଢ଼ାଉ କରିଥିଲେ । ଚଢ଼ାଉ ସମୟରେ ଅଭିଯୁକ୍ତମାନେ ଅନ୍ଧାରର ସୁଯୋଗ ନେଇ ପଛପଟ କବାଟ ଜରିଆରେ ନିକଟ ଜଙ୍ଗଲ ମଧ୍ୟକୁ ଦୌଡ଼ି ପଳାଇବାର ସକ୍ଷମ ହୋଇଥିଲେ । ପୋଲିସ ସେଠାରୁ ୫୭ଟି ଜରି ବସ୍ତାରେ ବେଆଇନ ଚୋରା ଚାଲାଣ ନିମନ୍ତେ ପ୍ରସ୍ତୁତ ହୋଇ ରହିଥିବା ଗଞ୍ଜେଇ ସହ, ଗୋଟେ ଓଜନ ମେସିନ, ୨୦ଟି ବ୍ରାଉନ କଲର ଟେପ ଓ ଏକ ପ୍ଲାଷ୍ଟିକ ଦଉଡି ଜବତ କରିଥିଲା । ଜବତ ହୋଇଥିବା ୫୭ ବସ୍ତା ଗଞ୍ଜେଇକୁ ଓଜନ ପରେ ତାହା ୧୭୧୫ କେଜି ୭୦୦ ଗ୍ରାମ ଜଣାପଡିଥିଲା । ଯାହାର ବଜାର ଦର ପାଖାପାଖି ଦେଢ଼ କୋଟିରୁ ଊର୍ଦ୍ଧ୍ବ ହେବ ବୋଲି ଥାନା ଅଧିକାରୀ ସୂଚନା ଦେଇଛନ୍ତି ।

ଏନେଇ ଚିତ୍ରକୋଣ୍ଡା ଥାନାରେ ଏକ ମାମଲା ରୁଜୁ କରାଯାଇଛି । ଘଟଣାରେ ତଦନ୍ତ ଜାରି ରହିଥିବାବେଳେ ଖୁବଶୀଘ୍ର ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି ଥାନା ଅଧିକାରୀ ଜଣାଇଛନ୍ତି ।

ମାଲକାନଗିରିରୁ ଦେବଦତ୍ତ ବେହେରା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.