ETV Bharat / state

ପଟ୍ଟାଙ୍ଗି ଓ ଦଶମନ୍ତପୁରରେ ଜିଲ୍ଲା ପରିଷଦ ଉପନିର୍ବାଚନ

author img

By

Published : Nov 27, 2019, 9:21 PM IST

କୋରାପୁଟ ଜିଲ୍ଲାର ପଟ୍ଟାଙ୍ଗି ଓ ଦଶମନ୍ତପୁରରେ ଖାଲିଥିବା ଦୁଇଟି ଜିଲ୍ଲା ପରିଷଦ ପଦ ପାଇଁ ବୁଧବାର ଉପନିର୍ବାଚନ ହୋଇଛି । ମତଦାନ ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ହୋଇଥିଲା ।

PHOTO
ଉପ-ନିର୍ବାଚନ

କୋରାପୁଟ: ବୁଧବାର ସକାଳ 7ଟାରୁ ମଧ୍ୟାହ୍ନ ୧୨ ଟା ପର୍ଯ୍ୟନ୍ତ କୋରାପୁଟ ଜିଲ୍ଲାର ପଟ୍ଟାଙ୍ଗି ଓ ଦଶମନ୍ତପୁର ବ୍ଲକର ଖାଲିପଡିଥିବା ଦୁଇଟି ଜିଲ୍ଲା ପରିଷଦ ଆସନ ପାଇଁ ଉପ ନିର୍ବାଚନ ଅନୁଷ୍ଠିତ ହୋଇଛି । ଏହି ଉପ ନିର୍ବାଚନରେ ଦଶମନ୍ତପୁର ବ୍ଲକର 8ଟି ପଞ୍ଚାୟତର 91 ବୁଥରେ 27458 ଭୋଟର ନିଜ ମତଦାନ କରିଛନ୍ତି । ମୋଟ ମତଦାନ 68 ପ୍ରତିଶତ ହୋଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କୋରାପୁଟ

ସେହିପରି ପଟ୍ଟାଙ୍ଗିର 7 ଟି ପଞ୍ଚାୟତର 2 ଟି ସମ୍ବେଦନଶୀଳ ବୁଥ ସହ 79ଟି ବୁଥରେ 23649 ଭୋଟରଙ୍କ ମଧ୍ୟରୁ 70% ଭୋଟର ମତଦାନ କରିଥିବା ସରକାରୀ ସୂତ୍ରରୁ ଜଣାପଡିଛି । ଏହି ଦୁଇଟି ବ୍ଲକରେ ସ୍ବଚାରୁ ରୂପେ ନିର୍ବାଚନ ପରିଚାଳନା କରିବା ପାଇଁ ପ୍ରଶାସନ ତରଫରୁ ସମସ୍ତ ପ୍ରସ୍ତୁତି କରାଯାଇଥିଲା ।

ଏହାସହ ପଟ୍ଟାଙ୍ଗି ବ୍ଲକର କୋଟିଆ ଅଞ୍ଚଳ ମାଓପ୍ରବଣ ହୋଇଥିବା ସହ ଆନ୍ଧ୍ର ଓ ଓଡିଶା ମଧ୍ୟରେ ଏକ ବିବାଦୀୟ ଅବସ୍ଥାରେ ଥିବା ଯୋଗୁଁ ସେଠାରେ ସୁରକ୍ଷା ବ୍ୟବସ୍ଥା କୁ ମଧ୍ୟ କଡାକଡି କରାଯାଇଥିଲା । କୋଟିଆ ଠାରେ ଥିବା ମତଦାନ କେନ୍ଦ୍ରରେ ସଶସ୍ତ୍ର ପୋଲିସଙ୍କ ଉପସ୍ଥିତିରେ ଶାନ୍ତିପୂର୍ଣ୍ଣ ମତଦାନ ସମ୍ପନ୍ନ ହୋଇଛି ।

ବୁଧବାର ଅନୁଷ୍ଠିତ ଏହି ଉପ ନିର୍ବାଚନର ଭୋଟ ଗଣତି ପଟ୍ଟାଙ୍ଗି ଓ ଦଶମନ୍ତପୁର ଠାରେ ଗୁରୁବାର କରାଯିବ ।

କୋରାପୁଟରୁ ସି.ଏଚ ଶାନ୍ତାକାର, ଇଟିଭି ଭାରତ

Intro:ଆଜି ସକାଳ ସାତଟା ଠାରୁ ମଧ୍ୟାହ୍ନ ୧୨ ଟା ପର୍ଯ୍ୟନ୍ତ କୋରାପୁଟ ଜିଲ୍ଲାର ପଟ୍ଟାଙ୍ଗି ଓ ଦଶମନ୍ତପୁର ବ୍ଲକ ର ଦୁଇଟି ଖାଲିପଡିଥିବା ଜିଲ୍ଲା ପରିଷଦ ଆସନ ପାଈଁ ଉପନିର୍ବାଚନ ଅନୁଷ୍ଠିତ ହୋଇନାଇଛି ।Body:ଏହି ଉପନିର୍ବାଚନରେ ଦଶମନ୍ତପୁର ବ୍ଲକର 8 ଟି ପଂଚାୟତ ର 91 ବୁଥ ରେ 27458 ଭୋଟର ନିଜ ମତ ରଖିବାର ସୁଯୋଗ ପାଇଥିବା ବେଳେ ସମୁଦାୟ 68% ଭୋଟର ନିଜ ମତଦାନ କରିଛନ୍ତି । ସେହିପରି ପଟ୍ଟାଙ୍ଗି ର 7 ଟି ପଂଚାୟତର 2 ଟି ସମ୍ବେଦନଶୀଳ ବୁଥ ସହ 79ଟି ବୁଥ ରେ 23649 ଭୋଟରଙ୍କ ମଧ୍ୟରୁ 70% ଭୋଟର ମତଦାନ କରିଥିବା ସରକାରୀ ସୂତ୍ରରୁ ପ୍ରକାଶ । ଏହି ଦୁଇଟି ବ୍ଲକରେ ସୁଚାରୁରୂପେ ନିର୍ବାଚନ ପରିଚାଳନା କରିବା ପାଇଁ ପ୍ରଶାସନ ତରଫରୁ ସମସ୍ତ ପ୍ରସ୍ତୁତି କରାଯାଇଥିବା ବେଳେ ପଟ୍ଟାଙ୍ଗି ବ୍ଲକର କୋଟିଆ ଅଂଚଳ ମାଓପ୍ରବଣ ହୋଇଥିବା ସହ ଆନ୍ଧ୍ର ଓ ଓଡିଶା ମଧ୍ୟରେ ଏକ ବିବାଦୀୟ ଅବସ୍ଥାରେ ଥିବା ଯୋଗୁଁ ସେଠାରେ ସୁରକ୍ଷା ବ୍ୟବସ୍ଥା କୁ ମଧ୍ୟ କଡାକଡି କରାଯାଇଥିଲା । କୋଟିଆ ଠାରେ ଥିବା ମତଦାନ କେନ୍ଦ୍ରରେ ସଶସ୍ତ୍ର ପୋଲିସ ଙ୍କ ଉପସ୍ଥିତିରେ ଶାନ୍ତିପୂର୍ଣ୍ଣ ମତଦାନ ସମ୍ପନ୍ନ ହୋଇଛି । ତେବେ ମତଦାନ କେନ୍ଦ୍ର ଗୁଡିକର ଅଧିକ ଦୂରତା ଓ ଧାନ , ମାଣ୍ଡିଆ କଟାରେ ବ୍ୟସ୍ତ ଥିବା ଯୋଗୁଁ କୋଟିଆ ପଂଚାୟତ ର ବିଭିନ୍ନ ଗ୍ରାମରୁ ଭୋଟର ଅଧିକ ସଂଖ୍ୟାରେ ପହଂଚି ପାରିନଥିବା ସାମାଜିକ କର୍ମୀ ରଞ୍ଜିତ ପାଙ୍ଗି ଜଣାଇଛନ୍ତି । ଆଜି ଅନୁଷ୍ଠିତ ଉପନିର୍ବାଚନର ଭୋଟ ଗଣତି ପଟ୍ଟାଙ୍ଗି ଓ ଦଶମନ୍ତପୁର ଠାରେ ଆସନ୍ତାକାଲି କରାଯିବ ବୋଲି ଜଣାପଡିଛି । Conclusion:ବାଇଟ : ଲୋକନାଥ ଦଳବେହେରା , ଉପଜିଲ୍ଲାପାଳ ଜୟପୁର
ବାଇଟ : ରଞ୍ଜିତ ପାଙ୍ଗି , ସାମାଜିକ କର୍ମୀ
............
ଶାନ୍ତାକାର
କୋରାପୁଟ
........
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.