କୋରାପୁଟ: ଜୟପୁରରେ ଚାଞ୍ଚଲ୍ୟ । ଦୁଇଦିନ ଭିତରେ ଅକାଳରେ ଆରପାରିକୁ ଚାଲିଗଲେ ଭାଇଭଉଣୀ । ତେବେ ସବୁଠାରୁ ଆଶ୍ଚର୍ଯ୍ୟକର କଥା ହେଉଛି ଘର ଛାତ ଉପରୁ ମିଳିଛି ଭାଇ ଭଉଣୀଙ୍କ ମୃତଦେହ । ଏଭଳି ଅବିଶ୍ବସନୀୟ ଘଟଣା ଘଟିଛି ଜୟପୁରର ପାରାବେଡା ମହାବୀର ଲାଇନର ଗଦାଧର ନାୟକଙ୍କ ଘରେ । ତେବେ ଏହା ପଛର କାରଣ ସ୍ପଷ୍ଟ ହୋଇନଥିବା ବେଳେ ତଦନ୍ତ ଆରମ୍ଭ କରିଛି ପୋଲିସ ।
ଗତ ଦୁଇଦିନ ତଳେ ପୁଅର ମୃତଦେହ ମିଳିଥିବାବେଳେ ଶନିବାର ଝିଅର ମୃତଦେହ ମିଳିଛି । ମୃତକ ହେଲେ ଗଦାଧର ନାୟକଙ୍କ ପୁଅ ଶିବାଶିଷ ଏବଂ ୨୪ ବର୍ଷୀୟ ଝିଅ ରଶ୍ମିତା ନାୟକ । ଶିବାଶିଷ ସପ୍ତମ ଶ୍ରେଣୀରେ ପାଠ ପଢୁଥିବା ବେଳେ ରଶ୍ମିତା ଭୁବନେଶ୍ବରର ଏକ ଘରୋଇ କମ୍ପାନୀରେ କାର୍ଯ୍ୟ କରୁଥିଲେ । ତେବେ ଉଭୟଙ୍କ ମୃତ୍ୟୁରେ ପରିବାର ଲୋକ ମର୍ମାହତ ହୋଇପଡିଥିବା ବେଳେ ଘଟଣା ଅଞ୍ଚଳବାସୀଙ୍କୁ ଆଶ୍ଟର୍ଯ୍ୟ କରିଛି ।
ଏହା ମଧ୍ୟ ପଢନ୍ତୁ:କୋଟିଆରେ ଆନ୍ଧ୍ରର ଷଡଯନ୍ତ୍ର ! ଆଦାନୀର ଜଳ ବିଦ୍ୟୁତ ପ୍ରକଳ୍ପ, ଓଡିଶା ପାଇବ କଣ ?
ସୂଚନାଅନୁସାରେ, ଶିବାଶିଷଙ୍କ ମୃତଦେହ ଘର ଛାତ ଉପରୁ ମିଳିଥିବା ବେଳେ ଶନିବାର ରଶ୍ମିତାଙ୍କ ମୃତଦେହ ମଧ୍ୟ ସେହି ଏକା ସ୍ଥାନରୁ ଏକା ସମସୟରେ ଉଦ୍ଧାର କରାଯାଇଛି । ତେବେ ରଶ୍ମିତା ଆତ୍ମହତ୍ୟା କରିଛନ୍ତି ନା ହତ୍ୟା କରାଯାଇଛି ସେନେଇ କାରଣ ସ୍ପଷ୍ଟ ହୋଇନଥିବା ବେଳେ ତେବେ ଭାଇଙ୍କ ମୃତ୍ୟୁ ପରେ ସେ ମର୍ମାହତ ହୋଇ ଚିନ୍ତାରେ ରହିଥିବା ଅନୁମାନ କରାଯାଉଛି । ସେଥିପାଇଁ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । ତେବେ ଶୁକ୍ରବାର ଭୁବନେଶ୍ବରରୁ ଘରକୁ ଆସୁିଥିଲେ ରଶ୍ମିତା ନାୟକ । ତଦନ୍ତ ପରେ ପ୍ରକୃତ କାରଣ ସ୍ପଷ୍ଟ ହେବ ବୋଲି କହିଛନ୍ତି ଜୟପୁର ଏସଡିପିଓ ଅରୂପ ଅଭିଷେକ ବେହେରା । ଖବରପାଇ ଜୟପୁର ଟାଉନଥାନା ପୋଲିସ ପହଞ୍ଚି ମୃତଦେହ ଜବତ କରି ଜୟପୁର ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି ।
ଏନେଇ ମୃତ ରଶ୍ମିତାଙ୍କ ପଡୋଶୀ କହିଛନ୍ତି, "ଦୁଇ ଦିନ ଭିତରେ ଭାଇ ଭଉଣୀଙ୍କ ମୃତଦେହ ଉଦ୍ଧାର କରାଯାଇଛି । ବାପାମାଆଙ୍କର ସାହାରା ହେବା ପାଇଁ ପୁଅ ଝିଅ ଜନ୍ମ କରିଥାନ୍ତି । କିନ୍ତୁ ସେମାନେ ଯଦି ଏପରି ନିଷ୍ପତ୍ତି ନେବେ ତାହେଲେ ଆଉ କଣ କରିହେବ । ଆମକୁ ବହୁତ ଦଃଖ ଲାଗୁଛି । ଏହାର ପ୍ରଭାବ ଯେମିତି ଆଉ କେଉଁ ଛୁଆ ଉପରେ ନପଡୁ । ୧୨ ବର୍ଷ ହେଲା ଏଠାରେ ଏହି ପରିବାର ରହିଆସୁଛନ୍ତି । ହେଲେ କେବେ ଆମେ ଅଶାନ୍ତି ଜାଣିନାହୁଁ । ହେଲେ ହଠାତ୍ ଏଭଳି ଦେଖି ଆମେ ଆଶ୍ଟର୍ଯ୍ୟ ହୋଇଯାଇଛୁ ।"
ଇଟିଭି ଭାରତ, କୋରାପୁଟ