ETV Bharat / state

ବନ୍ଦ ପଡିଛି ବ୍ୟାୟାମଶାଳା-ଖେଳପଡିଆ: ଅସୁସ୍ଥ ମନ, ନିସ୍ତେଜ ପ୍ରାଣ - yoga centre and indoor stadiums are closed due to lockdown

ଏ ହେଉଛି କୋରାପୁଟ ଜିଲ୍ଲାର ବ୍ୟାୟମଶାଳା, ଯୋଗକେନ୍ଦ୍ର, ଖେଳପଡ଼ିଆ ଓ ଇଣ୍ଡୋର ଷ୍ଟାଡିୟମ । ଯେଉଁଠି ବ୍ୟାୟାମ ପାଇଁ ରହିଛି ସବୁ ପ୍ରକାରର ଉପକରଣ । ଦିନ ଥିଲା ଯେଉଁଠି ସକାଳ ହେଲେ ଏଠାକୁ ଲୋକଙ୍କ ସୁଅ ଛୁଟୁଥିଲା । ଶରୀରକୁ ସୁସ୍ଥ ରଖିବା ପାଇଁ ଯୁବକଙ୍କ ଠାରୁ ଆରମ୍ଭ କରି ବୟଷ୍କ ଲୋକ ସମସ୍ତେ ସକାଳ ହେଲେ ଏଠାକୁ ବ୍ୟାୟାମ କରିବାକୁ ଚାଲି ଆସନ୍ତି । ହେଲେ ଆଜି ଏସବୁ ଖାଁ ଖାଁ ।

ବନ୍ଦ ପଡିଛି ଖେଳକୁଦ ଓ ବ୍ୟାୟାମଶାଳା,  ଲୋକେ ହନ୍ତସନ୍ତ

author img

By

Published : May 20, 2020, 2:46 PM IST

Updated : May 20, 2020, 8:20 PM IST

କୋରାପୁଟ: ମହାମାରୀ କୋରୋନା ସଂକ୍ରମଣରୁ ବର୍ତ୍ତି ପାରିନି ଆଧିବାସୀ ଅଧ୍ୟୁଷିତ ଜିଲ୍ଲା କୋରାପୁଟ । ଲକଡାଉନ ଯୋଗୁଁ ବନ୍ଦ ପଡିଛି ବ୍ୟାୟମଶାଳା, ଯୋଗକେନ୍ଦ୍ର, ଖେଳପଡ଼ିଆ ଓ ଇଣ୍ଡୋର ଷ୍ଟାଡିୟମ । କୋରୋନାକୁ ପ୍ରତିହତ କରିବା ପାଇଁ ହେଉ ବା ପରବର୍ତ୍ତୀ ଜୀବନରେ ସୁସ୍ଥ ରହିବା ପାଇଁ ହେଉ ଶରୀର, ମନ ଓ ପ୍ରାଣ କୁ ନିତ୍ୟ ପ୍ରଫୁଲ୍ଲ , ସତେଜ ଓ ଜାଗ୍ରତ କରି ରଖିବାର ନିହାତି ଆବଶ୍ୟକ ଥିବା ବେଳେ ସାମାଜିକ ଦୁରତ୍ୱକୁ ପାଳନ କରିବା ପାଇଁ କୋରାପୁଟରେ ଏହି ସବୁ କେନ୍ଦ୍ର ବନ୍ଦ ପଡିଥିବା ଯୋଗୁଁ ସମସ୍ୟା ଦେଖାଦେଇଛି । ଏହି ସବୁ କେନ୍ଦ୍ର କେବେ ଖୋଲିବ ତାହାର ଅପେକ୍ଷାରେ ଅଛନ୍ତି କୋରାପୁଟବାସୀ ।

ବନ୍ଦ ପଡିଛି ବ୍ୟାୟାମଶାଳା-ଖେଳପଡିଆ: ଅସୁସ୍ଥ ମନ, ନିସ୍ତେଜ ପ୍ରାଣ

ବ୍ୟାୟାମଶାଳାରେ ଥିବା ଉପକରଣ ସେମାନଙ୍କୁ ବ୍ୟବହାର କରୁଥିବା ଯୁବସାଥୀଙ୍କ ଅପେକ୍ଷାରେ ଦିନ କାଟୁଥିବାବେଳେ ଷ୍ଟାଡିୟମରେ କ୍ରିକେଟ ପିଚ ମଧ୍ୟ ତା ଉପରେ ଖେଳୁଥିବା ଉତ୍ସାହୀ କ୍ରୀଡ଼ାବିତଙ୍କ ବାଟ ଦେଖୁଛି । ଆଉ ଲୋକେ ଏବେ ବିକଳ୍ପ ସ୍ବରୁପ ନିଜସ୍ୱ ଘର, ବାରଣ୍ଡା ପ୍ରଭୃତିରେ ବ୍ୟାୟାମ ଓ ଯୋଗାସନ କରି ସମୟ ବିତାଉଥିବା ପୌରାପରିଷଦ ବ୍ୟାୟମଶାଳା ର ସଭାପତି ଭବାନୀ ଶଙ୍କର ମିଶ୍ର ଜଣାଇଛନ୍ତି ।

କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

Last Updated : May 20, 2020, 8:20 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.