କୋରାପୁଟ: ଜିଲ୍ଲାରେ ପାଳିତ ହେଉଛି ବିଶ୍ବ ଯୋଗ ଦିବସ । କୋରାପୁଟ ଜିଲ୍ଲାର ଲକ୍ଷ୍ମୀପୁର, ବୈପାରିଗୁଡା ଓ କୋରାପୁଟରେ ଥିବା ବିଏସଏଫ କ୍ୟାମ୍ପରେ ଯବାନଙ୍କ ଦ୍ୱାରା ନିଜ ନିଜ କ୍ୟାମ୍ପ ପରିସର ମଧ୍ୟରେ ସାମୂହିକ ଯୋଗାସନ ପ୍ରଦର୍ଶନ କରାଯାଇଥିବା ବେଳେ କୋରାପୁଟର ଅଗ୍ରଣୀ ନାଟ୍ୟ ସଂସ୍ଥା ନନ୍ଦନୀଙ୍କ ଆନୁକୂଲ୍ୟରେ କୋଭିଡ଼ ନିୟମକୁ ମାନି ଯଥା ସାଧ୍ୟ କମ୍ ସଂଖ୍ୟକ ବ୍ୟକ୍ତିଙ୍କ ଉପସ୍ଥିତିରେ ଯୋଗାସନର ଅଭ୍ୟାସ କରାଯାଇଥିଲା ।
ପ୍ରତିବର୍ଷ ଜିଲ୍ଲାର ବିଭିନ୍ନ ଅଂଚଳରେ ଅନେକ ସଂଗଠନ ଦ୍ୱାରା ଯୋଗ ଶିବିର ଆୟୋଜିତ ହେଉଥିବା ବେଳେ ଚଳିତ ବର୍ଷ କୋଭିଡ଼ କଟକଣା ଯୋଗୁଁ ହାତଗଣତି ସଙ୍ଗଠନ ଦ୍ୱାରା ବିଶ୍ୱ ଯୋଗ ଦିବସକୁ ପାଳନ କରାଯାଇଛି ।
କୋରାପୁଟରୁ ସିଏଚ୍ ଶାନ୍ତାକାର, ଇଟିଭି ଭାରତ