ETV Bharat / state

ବିଶ୍ବ ପୁସ୍ତକ ଦିବସ: ଏବେ ବି କମିନି ବହିର ମହତ୍ତ୍ବ - ବହି

କିଛି କାଗଜ ଉପରେ ଅକ୍ଷର ଓ ଚିତ୍ରର ସମାହାରକୁ ନେଇ ଯୁଗ ଯୁଗ ଧରି ମାନବ ସଭ୍ୟତାର ଇତିହାସକୁ ବହନ କରି ଚାଲିଛି ବହି । ପୀଢ଼ି ପରେ ପୀଢ଼ିକୁ ନିଜ ଅସ୍ତିତ୍ଵର ମୂଳ ଆଧାର ପ୍ରତି ସଚେତନ କରି ଆସିଛି ଏହି ବହି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କୋରାପୁଟ
author img

By

Published : Apr 24, 2019, 7:04 AM IST

କୋରାପୁଟ: କିଛି କାଗଜ ଉପରେ ଅକ୍ଷର ଓ ଚିତ୍ରର ସମାହାରକୁ ନେଇ ଯୁଗ ଯୁଗ ଧରି ମାନବ ସଭ୍ୟତାର ଇତିହାସକୁ ବହନ କରି ଚାଲିଛି ବହି । ପୀଢ଼ି ପରେ ପୀଢ଼ିକୁ ନିଜ ଅସ୍ତିତ୍ଵର ମୂଳ ଆଧାର ପ୍ରତି ସଚେତନ କରି ଆସିଛି ଏହି ବହି । ମୋବାଇଲ, କମ୍ପ୍ୟୁଟର, ଟାବ୍ଲେଟ୍ ଭଳି ଯାନ୍ତ୍ରିକ ଉପକରଣ ଆସିବା ପରେ କିଛି ବର୍ଷଲ ପାଇଁ ଯୁବପୀଢ଼ି ବହିରୁ ମୁହଁ ଫେରାଇ ନେଉଥିବା ଆଶଙ୍କା ପ୍ରକାଶ ପାଇଥିଲା । କିନ୍ତୁ ଧୀରେ ଧୀରେ ଯୁବପୀଢି ନିଜେ ବହି ପଢିବା ସହ ନିଜ ଓ ବନ୍ଧୁଙ୍କ ପାଇଁ କିଣିବା ଆରମ୍ଭ କରିଛନ୍ତି ବହିଟିଏ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କୋରାପୁଟ

ଯୁବକ ଯୁବତୀମାନେ ବହିକୁ ବର୍ତ୍ତମାନ ନିଜର ଅତି ଘନିଷ୍ଠ ବନ୍ଧୁ ବୋଲି କହୁଥିବା ବେଳେ ଅନେକ ଯୁବକ ଯୁବତୀ ପାଠାଗାରରେ ବହି ପଢିବା ପାଇଁ ସମୟ କାଢୁଛନ୍ତି । ଯାହା ଏକ ଶୁଭ ଲକ୍ଷଣ ବୋଲି ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍ପିଟାଲର ଲାଇବ୍ରେରିଆନ ସତ୍ୟନାରାୟଣ ପ୍ରଧାନ ଜଣାଇଛନ୍ତି ।

ସେହିପରି ପୂର୍ବ ଅପେକ୍ଷା ଅଧିକ ସଂଖ୍ୟାରେ ପିଲା ଓ ଯୁବକ ଯୁବତୀ ଛୋଟ ଗପ ବହିଠାରୁ ଆରମ୍ଭ କରି ଜାତୀୟ ତଥା ଅନ୍ତର୍ଜାତୀୟସ୍ତରରେ ଖ୍ୟାତି ଅର୍ଜନ କରିଥିବା ବିଭିନ୍ନ ବହି କିଣି ପଢିବା ପସନ୍ଦ କରୁଛନ୍ତି । ଯାହା ଜଣାଇଛନ୍ତି ସହରରେ ପୁସ୍ତକ ବ୍ୟବସାୟୀ କିଟୁ ପାଣିଗ୍ରାହୀ ।

କୋରାପୁଟରୁ ସିଏଚ୍‌ ଶାନ୍ତାକାର, ଇଟିଭି ଭାରତ

Intro:Body:Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.