କୋରାପୁଟ: ଆଉ ଦିନକ ପରେ ରଥଯାତ୍ରା । ଚଳଚଞ୍ଚଳ ଶାବର ଶ୍ରୀକ୍ଷେତ୍ର । ହେଲେ ଚଳିତ ବର୍ଷ ଶାବର ଶ୍ରୀକ୍ଷେତ୍ରରେ ଟିନୋଟି ରଥ ଗଡିବା ସହିତ ସୁଭଦ୍ରାଙ୍କ ରଥକୁ କେବଳ ମହିଳାମାନେ ଟାଣିବାର ବ୍ୟବସ୍ଥା ହୋଇଛି । ତେବେ ଏନେଇ କୋରାପୁଟ ମହିଳାମାନେ ବେଶ ଉତ୍ସାହିତ ହୋଇଉଠିଛନ୍ତି ।
ଗତବର୍ଷ ପର୍ଯ୍ୟନ୍ତ ଏଠାରେ ଅନୁଷ୍ଠିତ ହୋଇଆସୁଥିବା ରଥଯାତ୍ରାରେ ଗୋଟିଏ ରଥ ଟାଣିବା ସମୟରେ ମହିଳାଙ୍କ ପାଇଁ ରଥଦୌଡ଼ି ଧରି ଟାଣିବା ତ ଦୂରର କଥା ପୁରୁଷଙ୍କ ଗହଳିରେ ରଥ ଦଉଡିକୁ ସ୍ପର୍ଶ କରିବା ମଧ୍ୟ କଷ୍ଟ ହେଉଥିଲା ।
ତେଣୁ ଏଥର ରଥ ଦଉଡିକୁ ଧରି ମା ସୁଭଦ୍ରାଙ୍କୁ ଶ୍ରୀଗୁଣ୍ଡିଚା ମନ୍ଦିରକୁ ନେଇ ଯିବାର ଆନନ୍ଦରେ କୋରାପୁଟର ମହିଳା ଆଜିଠାରୁ ବିଭୋର ହୋଇ ଉଠିଛନ୍ତି ।
କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ