ETV Bharat / state

G-20 Summit: ବିଶ୍ବ ଜାଣିବ ଓଡିଆ ଆଦିବାସୀଙ୍କ ଜୀବନଶୈଳୀ, ମାଣ୍ଡିଆ କ୍ଷେତରୁ ଦିଲ୍ଲୀ ଯିବେ କୋରାପୁଟ ଚାଷୀ ରାଇମତି

author img

By ETV Bharat Odisha Team

Published : Sep 7, 2023, 1:13 PM IST

Updated : Sep 7, 2023, 1:37 PM IST

ମାଣ୍ଡିଆ ଚାଷ କରି ବିଶ୍ବ ଦରବାରରେ ପରିଚିତ କୋରାପୁଟ ମହିଳା ମାଣ୍ଡିଆ ଚାଷୀ ରାଇମତି ଘିଉରିଆ ନୂଆଦିଲ୍ଲୀରେ ହେବାକୁ ଥିବା ଜି-୨୦ ସମ୍ମିଳନୀରେ ଯୋଗ ଦେବେ । ମାଣ୍ଡିଆ ଚାଷ ଉପରେ ନିଜର ଅନୁଭୁତି ଓ ମାଣ୍ଡିଆର ଉପକାରିତା ସମ୍ପର୍କରେ ବିଶ୍ବକୁ ବଖାଣିବେ ରାଇମତି । ଅଧିକ ପଢ଼ନ୍ତୁ

G-20 Summit
ମାଣ୍ଡିଆ କ୍ଷେତରୁ ନୂଆଦିଲ୍ଲୀ ଯିବେ କୋରାପୁଟ ଚାଷୀ ରାଇମତି

woman millet farmer from koraput to join g20 summit

କୋରାପୁଟ: ବିଶ୍ବ ଜାଣିବ ଓଡିଆ ଆଦିବାସୀଙ୍କ ଜୀବନଶୈଳୀ । ଜି20 ଶିଖର ସମ୍ମିଳନୀରେ ଯୋଗ ଦେଇ ଆଦିବାସୀଙ୍କ ଜୀବନଶୈଳୀ ଓ ମିଲେଟ ମିଶନର ବିଷୟରେ ତଥ୍ୟ ଉପସ୍ଥାପନା କରିବେ କୋରାପୁଟର ଆଦିବାସୀ ମହିଳା ତଥା ମାଣ୍ଡିଆ ଚାଷୀ ରାଇମତି ଘିଉରିଆ । ମିଲେଟ ମିଶନ ଦ୍ବାରା ଆଦିବାସୀମାନେ କେତେ ଉପକାରିତା ପାଇଛନ୍ତି ସେ ବିଷୟରେ ତଥ୍ୟ ଉପସ୍ଥାପନା କରିବେ । ଖାଲି ରାଇମତି ନୁହନ୍ତି ମୟୂରଭଞ୍ଜ ଜିଲ୍ଲାର ସଫଳ ମହିଳା ମାଣ୍ଡିଆ ଚାଷୀ ଜି-20 ସମ୍ମିଳନୀରେ ଯୋଗ ଦେଇ ମାଣ୍ଡିଆ ଚାଷର ତାଙ୍କ ଅନୁଭୂତି ବାଣ୍ଟିବେ ।

କୋରାପୁଟ ଜିଲ୍ଲା କୁନ୍ଦୁରା ବ୍ଲକରୁ ଜଣେ ଆଦିବାସୀ ମହିଳା ମାଣ୍ଡିଆ ଚାଷୀ ରାଇମତି ଘିଉରିଆ ଦିଲ୍ଲୀରେ ଆୟୋଜିତ ହେଉଥିବା G-20 ଅନ୍ତର୍ଜାତୀୟ ସମ୍ମିଳନୀରେ ଭାଗ ନେବାପାଇଁ ଦିଲ୍ଲୀ ଗସ୍ତ କରିଛନ୍ତି । ସେହି ସମ୍ମିଳନୀରେ କୋରାପୁଟ ଅଞ୍ଚଳରେ ଚାଷ କରାଯାଉଥିବା ବିଭିନ୍ନ ମାଣ୍ଡିଆ ଓ ଅନ୍ୟାନ୍ୟ ମିଲେଟ ଶସ୍ୟ ସମ୍ପର୍କରେ ନିଜ ବକ୍ତବ୍ୟ ରଖିବେ ରାଇମତି । ନୂଆଗୁଡା ଗାଁର ରାଇମତି ତାଙ୍କ ପରି ଅନେକ ମହିଳାଙ୍କ ପାଇଁ ଏକ ଆଦର୍ଶ ପାଲଟିଛନ୍ତି । ରାଇମତି ଜଣେ ମହିଳା ଚାଷୀ ଏବଂ ଜଣେ ପ୍ରଶିକ୍ଷକ ଭାବେ ଖ୍ୟାତି ଅର୍ଜନ କରିଛନ୍ତି । ଜୈବିକ କୃଷି ଉପରେ ଗୁରୁତ୍ୱ ଦେଇ ନିଜ ଜମିରେ ଚାଉଳ, ମିଲେଟ ଚାଷ କରି ଆସୁଛନ୍ତି । ସେ ଅନ୍ୟାନ୍ୟ ଚାଷୀ ପରିବାରକୁ ସ୍ଥାନୀୟ ଜେନେଟିକ୍ ସମ୍ବଳ ସଂରକ୍ଷଣ ବିଷୟରେ ଶିକ୍ଷା ଦେଇଥିଲେ । ସେ ଚାଉଳ କିସମର 72 ଟି ପାରମ୍ପାରିକ ବିହନ ସାଙ୍ଗକୁ 30 ପ୍ରକାରର ମିଲେଟର ସଂରକ୍ଷଣ କରିଛନ୍ତି । ସେ ତାଙ୍କ ଗ୍ରାମରେ ପ୍ରତିଷ୍ଠିତ ଏକ FPO (ବାମନ୍ଦାଇ ଫାର୍ମର୍ସ ପ୍ରଡ୍ୟୁସର କମ୍ପାନୀ ଲିମିଟେଡ୍)ର ନେତୃତ୍ୱ ନେଉଛନ୍ତି ଯାହା ବାୟୋ ସାର ଏବଂ ବାୟୋ-କୀଟନାଶକ ପ୍ରସ୍ତୁତି ଏବଂ ବିକ୍ରୟ, କ୍ରୟ, ମିଲେଟର ମାର୍କେଟିଂ ଏବଂ ମୂଲ୍ୟଯୁକ୍ତ ଉତ୍ପାଦ ସହିତ ଜଡିତ ।

ଏହା ସହିତ ସେ ତାଙ୍କ ଗାଁରେ ଏକ ଫାର୍ମ ସ୍କୁଲ ପ୍ରତିଷ୍ଠା କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । 2012 ମସିହାରୁ ଫାର୍ମ ସ୍କୁଲକୁ ସୁଗମ କରିବା ଦାୟିତ୍ୱ ଗ୍ରହଣ କରିଥିଲେ । ତାଙ୍କର ନେତୃତ୍ୱ ଏବଂ ବହୁକୁଶଳୀ କାର୍ଯ୍ୟକଳାପ ହେତୁ ତାଙ୍କୁ ଅନେକ ପୁରସ୍କାର ଏବଂ ମାନ୍ୟତା ପ୍ରଦାନ କରାଯାଇଥିଲା । 2012 ମସିହାରେ ନୂଆଦିଲ୍ଲୀ, ପିପିଭି ଆଣ୍ଡ ଏଫଆର ଅଥରିଟି ଦ୍ୱାରା ଦିଆଯାଇଥିବା ଜେନୋମ ସେଭର୍ କମ୍ୟୁନିଟି ଆୱାର୍ଡ ପାଇଥିଲେ । ବର୍ତ୍ତମାନ ଦିଲ୍ଲୀରେ ଅନୁଷ୍ଠିତ ହେଉଥିବା G-20 ସମ୍ମିଳନୀରେ କୋରାପୁଟ ଅଞ୍ଚଳରେ ବ୍ୟବହୃତ ହେଉଥିବା ପାରମ୍ପରିକ ଜ୍ଞାନ କୌଶଳ ତଥା ବାଟି ମାଣ୍ଡିଆ ଓ ମାମି ମାଣ୍ଡିଆ ଭଳି ଉନ୍ନତ ମାନର ପାରମ୍ପରିକ ମିଲେଟ ଶସ୍ୟ ସମ୍ପର୍କରେ ନିଜ ମତାମତ ଉପସ୍ଥାପନ କରିବେ ରାଇମତି । ଏ ଦିଗରେ ଅଗ୍ରଣୀ ଗବେଷଣା କେନ୍ଦ୍ର ସ୍ୱାମୀନାଥନ ଫାଉଣ୍ଡେସନ ଦ୍ୱାରା ରାଇମତିଙ୍କୁ ଆବଶ୍ୟକ ସ୍ଥଳେ ସହଯୋଗ କରାଯାଇଥିବା ସଂସ୍ଥାର ନିର୍ଦ୍ଦେଶକ ପ୍ରଶାନ୍ତ କୁମାର ପରିଡା ଜଣାଇଛନ୍ତି । କୋରାପୁଟର ମାଣ୍ଡିଆକୁ ରାଇମତିଙ୍କ ମାଧ୍ୟମରେ ବିଶ୍ବ ଦରବାରରେ ଉପସ୍ଥାପନା କରାଯିବା କୋରାପୁଟ ଅଞ୍ଚଳର ଚାଷୀଙ୍କ ପାଇଁ ପ୍ରେରଣାର ଉତ୍ସ ସାଜିବ ବୋଲି କୃଷି ଅଧିକାରୀ ତାପସ ଚନ୍ଦ୍ର ରାଏ କହିଛନ୍ତି ।

ଏହା ବି ପଢନ୍ତୁ...G-20 Summit: ଓଡିଶା ମିଲେଟ ମିଶନ ସଫଳତା ଜାଣିବ ସାରା ବିଶ୍ୱ, ମୟୂରଭଞ୍ଜର ଚାଷୀ ସୁବାସା ମହାନ୍ତ ବଖାଣିବେ ମାଣ୍ଡିଆ ଚାଷର ଅନୁଭୂତି

ପ୍ରକାଶ ଥାଉ କି, ଆସନ୍ତା ସେପ୍ଟେମ୍ବର 9 ଓ 10 ତାରିଖରେ ଜାତୀୟ ରାଜଧାନୀ ନୂଆଦିଲ୍ଲୀରେ ଜି20 ସମ୍ମିଳନୀ ଅନୁଷ୍ଠିତ ହେବ । ଜି-୨୦ ବୈଠକରେ ଜଳବାୟୁ ପରିବର୍ତ୍ତନ, ୟୁକ୍ରେନ ସଂଘର୍ଷ ଯୋଗୁଁ ଆର୍ଥିକ ଓ ସାମାଜିକ କୁପ୍ରଭାବ ହ୍ରାସ, ଦାରିଦ୍ର୍ୟ ମୁକାବିଲା, ବିଶ୍ବ ବ୍ୟାଙ୍କ ସମେତ ବହୁପକ୍ଷୀୟ ବ୍ୟାଙ୍କ ସମୂହରେ କ୍ଷମତା ବୃଦ୍ଧି ପ୍ରଭୃତି ବୈଶ୍ବିକ ସମସ୍ୟା ଉପରେ ଚର୍ଚ୍ଚା କରାଯିବ । ଏଥିରେ ଏକାଧିକ ରାଷ୍ଟ୍ରମୁଖ୍ୟ ସାମିଲ ହେବେ ।

ଇଟିଭି ଭାରତ, କୋରାପୁଟ

Last Updated : Sep 7, 2023, 1:37 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.