ETV Bharat / state

କିଏ ପକାଇଛି ଗ୍ରାମରେ ମାଟିଖୋଳା ମେସିନ, ଆନ୍ଧ୍ର ନା ଓଡିଶା ? ଦ୍ବନ୍ଦ୍ବରେ କୋଟିଆବାସୀ

ଆନ୍ଧ୍ର ଓ ଓଡ଼ିଶା ସୀମା ବିବାଦ ମଧ୍ୟରେ ସରକାରୀ ସୁଖ ସ୍ବଚ୍ଛନ୍ଦରୁ ବଞ୍ଚିତ ରହୁଛନ୍ତି କୋଟିଆର ନିରୀହ ଗ୍ରାମବାସୀ । ମାଟି ଖନନ କରିବାକୁ ତଳ ଗଂଜେଇପଦରରେ କିଏ ଡେରା ପକାଇଛି ଆନ୍ଧ୍ର ନା ଓଡିଶା ତାହାକୁ ନେଇ ଚିନ୍ତାରେ ଗ୍ରାମବାସୀ । ଅଧିକ ପଢ଼ନ୍ତୁ

ଆନ୍ଧ୍ର ଓ ଓଡ଼ିଶା ସୀମା ବିବାଦ ମଧ୍ୟରେ ଛନ୍ଦି ହେଇପଡୁଛନ୍ତି ନିରୀହ କୋଟିଆବାସୀ

author img

By

Published : Feb 10, 2023, 5:35 PM IST

ଆନ୍ଧ୍ର ଓ ଓଡ଼ିଶା ସୀମା ବିବାଦ ମଧ୍ୟରେ ଛନ୍ଦି ହେଇପଡୁଛନ୍ତି ନିରୀହ କୋଟିଆବାସୀ

କୋରାପୁଟ : ଆନ୍ଧ୍ର ଓ ଓଡ଼ିଶା ସୀମା ବିବାଦ ମଧ୍ୟରେ ଛନ୍ଦି ହେଇପଡୁଛନ୍ତି ନିରୀହ କୋଟିଆବାସୀ । ଉଭୟର ସୀମା ବିବାଦ ତୁଟୁନଥିବା ବେଳେ ସରକାରୀ ସୁଖ ସ୍ବଚ୍ଛନ୍ଦରୁ ବଞ୍ଚିତ ରହୁଛନ୍ତି କୋଟିଆର ନିରୀହ ଗ୍ରାମବାସୀ । କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ କୋଟିଆ ଗ୍ରାମପୁଞ୍ଜକୁ ନେଇ ଉଭୟ ଆନ୍ଧ୍ର ଓ ଓଡ଼ିଶା ମଧ୍ୟରେ ଦୀର୍ଘ ବର୍ଷ ଧରି ଲାଗିରହିଛି ବିବାଦ । ଏହି ବିବାଦ ମଧ୍ୟରେ ବଳି କୋଟିଆବାସୀ । ଏମିତି ଏକ ବିବାଦ ଦେଖିବାକୁ ମିଳିଛି ଯାହା ଫଳରେ ଏକାଠି ମେଳି ହୋଇଛନ୍ତି ୭ଟି ଗ୍ରାମର ଗ୍ରାମବାସୀ ।

ଗାଁର ଯୁବକ ଯୁବତୀଙ୍କଠାରୁ ଆରମ୍ଭ କରି ବୃଦ୍ଧବୃଦ୍ଧା ପର୍ଯ୍ୟନ୍ତ ହାତରେ ମାରଣାସ୍ତ୍ର ଧରି ମାରିବାକୁ ଆଗେଇ ଆସିଛନ୍ତି । ମାଟି ଖନନ କରିବାକୁ ଦେବୁନାହିଁ ବୋଲି କହିବା ସହିତ ଏବେ ପ୍ରଶାସନିକ ଅଧିକାରୀମାନେ କୁଆଡେ ଗଲେ ବୋଲି ପ୍ରଶ୍ନ କରିଛନ୍ତି ଗ୍ରାମବାସୀ । ଏତେ ଦିନ ଧରି ଖବର ଦେବା ସତ୍ତ୍ବେ ଗାଁକୁ ଆସୁନାହାନ୍ତି କି କୌଣସି ସମାଧାନ କରୁନାହାନ୍ତି ବୋଲି କହିବା ସହିତ,'କିଏ ଗ୍ରାମରେ ମେସିନ ପକାଇଛି ? କାହିଁକି ପକାଇଛି ? ଏହା ଆନ୍ଧ୍ର ସରକାରଙ୍କ ପକ୍ଷରୁ ଆସିଛନ୍ତି ନା ଓଡ଼ିଶା ସରକାରଙ୍କ ପକ୍ଷରୁ ଆସିଛନ୍ତି ? ତାହା କୌଣସି ଗ୍ରାମବାସୀଙ୍କ ପାଖରେ ଖବର ନାହିଁ ବୋଲି ପ୍ରକାଶ କରି ତାତିଛନ୍ତି ତଳ ଗଞ୍ଜେଇପଦର ଗ୍ରାମବାସୀ ।

ସୂଚନା ଅନୁଯାୟୀ ଗତ ପାଞ୍ଚ ଦିନ ତଳେ ତାମିଲନାଡୁରୁ ୬ ଜଣ ଅଜଣା ବ୍ୟକ୍ତି ଏକ ଟ୍ରକ୍‌ ଯୋଗେ କିଛି ମାଟିଖୋଳା ଯନ୍ତ୍ରପାତି ଧରି ତଳଗଞ୍ଜେଇପଦର ଗ୍ରାମରେ ପହଞ୍ଚି ଥିଲେ । ପାହାଡ ତଳେ ରହିଥିବା ଜାଗା ଗୁଡ଼ିକରେ ପହଞ୍ଚି ଯନ୍ତ୍ରପାତି ଦ୍ବାରା ମାଟି ଖୋଳିବା ଆରମ୍ଭ କରିଥିଲେ । ସେହି ସମୟରେ ଗ୍ରାମବାସୀ ପହଞ୍ଚି କୁଆଡେ ଆସିଛ ଓ କିଏ ପଠାଇଛି ବୋଲି ପ୍ରଶ୍ନ କରିଥିଲେ କିନ୍ତୁ ସେମାନେ କିଛି ନକହି କାମ ବନ୍ଦ କରି ଦେଇଥିଲେ ।

ଗତ ୨୦୨୧ ମସିହା ଡିସେମ୍ବର ୨୮ ତାରିଖରେ ଏକ ଟିମ୍‌ ଆସି ହାଇଡ୍ରୋ ପାୱାର ପ୍ରୋଜେକ୍ଟ ପାଇଁ ଜାଗା ଚିହ୍ନଟ କରୁଥିବା ବେଳେ ଓଡ଼ିଶାର କିଛି ଅଧିକାରୀଙ୍କ ସହିତ ଯୁକ୍ତିତର୍କ ହେବା ସହିତ ବିରୋଧର ସମ୍ମୁଖୀନ ହୋଇଥିଲେ । ଫଳରେ ସେଠାରୁ ସେମାନେ ଫେରି ପଳେଇ ଥିଲେ। ଗ୍ରାମବାସୀ ଙ୍କ କହିବା ଅନୁଯାୟୀ ଏହି ପ୍ରକଳ୍ପ ହେଲେ ୭ ଖଣ୍ଡ ଗାଁ ଜଳମଗ୍ନ ହେବ ଏବଂ ଜଙ୍ଗଲ ଜମି ନଷ୍ଟ ହେବ । ତେଣୁ ସେମାନେ ଏହି ପ୍ରକଳ୍ପ କରାଇ ଦେବେନାହିଁ ବୋଲି ଅଡ଼ି ବସିଥିଲେ ।

ଏନେଇ କୋଟିଆ ସରପଞ୍ଚ ଲିଉ ଗେମେଲଙ୍କୁ ପଚାରିବାରୁ ସେ ମଧ୍ୟ ଏ ସମ୍ପର୍କରେ କିଛି ଜାଣିନାହାନ୍ତି ଓ ଏନେଇ କୌଣସି ପଲ୍ଲିସଭା କି ଗ୍ରାମସଭା ହୋଇନାହିଁ ବୋଲି ସ୍ପଷ୍ଟ କରିଛନ୍ତି । ଗ୍ରାମବାସୀ ଏହାକୁ ନେଇ ଅସନ୍ତୁଷ୍ଟ ଥିବା ସହ ପ୍ରକଳ୍ପ କରାଇ ଦେବେନାହିଁ ବୋଲି ସରପଞ୍ଚଙ୍କୁ ଜଣାଇଛନ୍ତି । ଗ୍ରାମବାସୀ ଜିଲ୍ଲା ପ୍ରଶାସନ ଅଧିକାରୀ ହୁଅନ୍ତୁ କିମ୍ବା ବ୍ଲକ ପ୍ରଶାସନିକ ଅଧିକାରୀ ଏହି ପ୍ରକଳ୍ପ ହେବା ଦ୍ୱାରା ସ୍ଥାନୀୟ ଗ୍ରାମସବାସୀଙ୍କ କି ଲାଭ ହେବ ସେ ସମ୍ପର୍କରେ ଗାଁକୁ ଆସି ଆଲୋଚନା କରନ୍ତୁ ବୋଲି ଗ୍ରାମବାସୀ କହିଛନ୍ତି । ପଟ୍ଟାଙ୍ଗୀ ବିଡିଓ କୋଟିଆ ଗସ୍ତ କରିଥିଲେ ମଧ୍ୟ ଉକ୍ତ ଗ୍ରାମକୁ ଯାଇନଥିବାରୁ ନେଇ ଗ୍ରାମବାସୀ ଅଧିକ ସନ୍ଦିହାନ ହୋଇ ଉଠିଛନ୍ତି । ତେବେ ଏଠି ପ୍ରଶ୍ନ ଉଠୁଛି ତଳ ଗଞ୍ଜେଇପଦରରେ କିଏ ଡେରା ପକାଇଛି, ଆନ୍ଧ୍ର ନା ଓଡ଼ିଶା ?

ଇଟିଭି ଭାରତ,କୋରାପୁଟ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.