କୋରାପୁଟ: ଜିଲ୍ଲାରେ ଏପରି ଅନେକ ଜାତି ଓ ସମ୍ପ୍ରଦାୟର ଲୋକେ ଅଛନ୍ତି ଯେଉଁମାନେ ଆଦିବାସୀ ହୋଇ ମଧ୍ୟ ଆଦିବାସୀର ମାନ୍ୟତା ପାଉନାହାନ୍ତି । ଫଳରେ ଆଦିବାସୀଙ୍କୁ ମିଳୁଥିବା ସୁବିଧା ସୁଯୋଗରୁ ବଞ୍ଚିତ ହେଉଛନ୍ତି ଯୋଗ୍ୟ । ଏନେଇ ଆଦିବାସୀଙ୍କ ଅଧିକାର ଉପରେ କାର୍ଯ୍ୟ କରୁଥିବା ଆଦିବାସୀ ସ୍ବେଛାସେବୀ ମଦନ କିରସାନି ନିଜର ମତ ରଖିଛନ୍ତି ।
ଶୁକ୍ରବାର ବିଶ୍ବ ଆଦିବାସୀ ଦିବସ ପାଳନ ଅବସରରେ ଏନେଇ ଆଲୋଚନା କରାଯାଇଛି । ସମସ୍ତେ ଏକାଠି ହୋଇ ଆଦିବାସୀ ମାନ୍ୟତା ପାଇଁ ଲଢ଼ୁଥିବା ଝୋଡିଆ, ଦୁରୁଆ, କୋଣ୍ଡା ଦୋରା ଭଳି ଆଦିବାସୀ ଜନଜାତିଙ୍କ ସହ ଠିଆ ହୋଇ ଦାବି ହାସଲ କରିବା ପାଇଁ ଦୃଢ ପ୍ରତିଜ୍ଞାବଦ୍ଧ ହୋଇଛନ୍ତି ।
ଏ ସଂକ୍ରାନ୍ତରେ ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ ସହିତ ଆଲୋଚନାକୁ ଆହୁରି ତୀବ୍ରତର କରାଯିବ ବୋଲି ଲକ୍ଷ୍ମୀପୁର ବିଧାୟକ ପ୍ରଭୁ ଯାନୀ ଦୃଢୋକ୍ତି ପ୍ରକାଶ କରିଛନ୍ତି ।
କୋରାପୁଟରୁ ସିଏଚ୍ ଶାନ୍ତାକାର, ଇଟିଭି ଭାରତ