ETV Bharat / state

ଆଦିବାସୀ ଜୀବନର ଅଭିନ୍ନ ଅଙ୍ଗ: ସାପ୍ତାହିକ ହାଟ - ସାପ୍ତାହିକ ହାଟ

କୋରାପୁଟ ଜିଲ୍ଲାର ସାପ୍ତାହିକ ହାଟ ଖାଲି ଯେ ଏକ ହାଟ ତାହା ନୁହେଁ, ଏହା ଭାଇଚାରା ଓ ସୁସମ୍ପର୍କ ସ୍ଥାପନାରେ ଏକ ମାଧ୍ୟମ ସାଜିଛି । ଏଥିସହ ଗିରିକନ୍ଦର ଆଦିବାସୀଙ୍କ ପାଇଁ ଏହି ହାଟ ଅର୍ଥନୀତି ସୁଦୃଢ କରିବା ଓ ବେରୋଜଗାରୀ ରୋକିବାର ସାଜିଛି ମୁଖ୍ୟ ମାଧ୍ୟମ ।

od_kpt_Weekly market part of the Koraput tribal people life
ଆଦିବାସୀ ଜୀବନର ଏକ ଅଭିନ୍ନ ଅଙ୍ଗ ସାଜିଛି ସାପ୍ତାହିକ ହାଟ
author img

By

Published : Feb 9, 2020, 10:48 PM IST

କୋରାପୁଟ: ଜିଲ୍ଲାର ସାପ୍ତାହିକ ହାଟ । ଯାହା ସହରବାସୀ ତଥା ପର୍ଯ୍ୟଟକଙ୍କ ପାଇଁ ଏକ ପ୍ରମୁଖ ବ୍ୟବସାୟିକ କେନ୍ଦ୍ର । କିନ୍ତୁ ଗିରିକନ୍ଦର ଆଦିବାସୀଙ୍କ ପାଇଁ ଏହି ହାଟର ପରିଚୟ ଭିନ୍ନ । ସେମାନଙ୍କ ପାଇଁ ଏହି ହାଟ ସାଜିଛି ଅର୍ଥନୀତି ସୁଦୃଢ କରିବା ଓ ବେରୋଜଗାରୀ ରୋକିବାର ମୁଖ୍ୟ ମାଧ୍ୟମ ।

ଆଦିବାସୀ ଜୀବନର ଏକ ଅଭିନ୍ନ ଅଙ୍ଗ ସାଜିଛି ସାପ୍ତାହିକ ହାଟ

ଦୀର୍ଘ ବର୍ଷ ଧରି ଚାଲିଆସୁଥିବା ଏହି ହାଟରେ ନାମମାତ୍ର ଚାଷୀଠୁ କ୍ଷୁଦ୍ରଚାଷୀ ସଭିଏଁ ନିଜ ଉତ୍ପାଦ ବିକ୍ରି କରିବାର ସୁଯୋଗ ପାଉଛନ୍ତି । ସାପ୍ତାହିକ ହାଟରେ ସୁଆଁ, ମାଣ୍ଡିଆ ଭଳି କ୍ଷୁଦ୍ର ଶସ୍ୟ ସହ ଚଣା, ମୁଢି, ଲିଆ ଭଳି ସାମଗ୍ରୀରେ ତିଆରି ସୁସ୍ବାଦୁ ଲଡୁ ମିଳିଥାଏ । ଆଦିବାସୀ ବ୍ୟବସାୟୀ ମଧ୍ୟ ଗ୍ରାହକଙ୍କ ପାଇଁ ଏସବୁ ପ୍ରସ୍ତୁତ କରି ବିକ୍ରି କରିବାକୁ ସପ୍ତାହ ଧରି ଅପେକ୍ଷା କରିଥାନ୍ତି । ଆଉ ଏଥିରୁ ଉପାର୍ଜିତ ଅର୍ଥ ପାଇ ବେଶ ଖୁସି ହୁଅନ୍ତି । ଖାଲି ଯେ ଖାଦ୍ୟ ଜାତୀୟ ସାମଗ୍ରୀ ତାହା ନୁହେଁ ଏଠାରେ ବିଭିନ୍ନ ପ୍ରକାର ରୋଜଗାରର ପନ୍ଥା ମଧ୍ୟ ଦେଖିବାକୁ ମିଳିଥାଏ ।

କେବଳ ଏତିକି ନୁହେଁ ଏହି ହାଟ ଗୋଟିଏ ଅଞ୍ଚଳକୁ ଆଉ ଏକ ଅଞ୍ଚଳ ସହ ଭାଇଚାରା ଓ ସୁସମ୍ପର୍କ ସ୍ଥାପନା କରିବାରେ ସଫଳ ହୋଇଥିବା ଅନେକ ମତ ଦେଇଛନ୍ତି । କାରଣ ଏଠାକୁ କେହି କିଛି ବିକ୍ରି କରିବାକୁ ଆସେ ତ ଆଉ କିଏ ଗାଁରେ ସହଜରେ ମିଳୁନଥିବା ପଦାର୍ଥ ମିଳିଯିବା ଆଶା ରଖି ଏଠାକୁ ଆସିଥାଏ । ନିଜ ପିଲାମାନଙ୍କୁ ସ୍ବାବଲମ୍ବୀ କରିବା ଉଦ୍ଦେଶ୍ୟରେ ବାପା ମା' କିଣି ଦେଇଥିବା ସିଲେଇ ମେସିନ ଧରି ଗୌରୀ ଭଳି ଯୁବତୀମାନେ ହାଟକୁ ଆସିଥାନ୍ତି । ଆଉ ପୁରୁଣାଠୁ ଆରମ୍ଭ କରି ନୂଆ ପର୍ଯ୍ୟନ୍ତ ସବୁ କିଛି ମରାମତି କରି ଟଙ୍କା ଉତ୍ପାର୍ଜନ କରୁଛନ୍ତି । ତେବେ ଆଦିବାସୀଙ୍କ ଜୀବନର ଏହି ନିଆରା ଭାବପୂର୍ଣ୍ଣ ସ୍ଥଳ ସହରବାସୀଙ୍କୁ ବେଶ ଆକୃଷ୍ଟ କରୁଥିବାବେଳେ କୋରାପୁଟ ଜିଲ୍ଲାରେ ବସୁଥିବା ଶତାଧିକ ହାଟକୁ ସାମାଜିକ ପରିବର୍ତ୍ତନର ବାର୍ତ୍ତା ପହଞ୍ଚାଇବାକୁ ସରକାର ମଧ୍ୟ ଏହାକୁ ଏକ ପ୍ରକୃଷ୍ଟ ସ୍ଥାନ ଭାବରେ ପରିଗଣିତ କରିଛନ୍ତି ।

କୋରାପୁଟରୁ ସିଏଚ୍‌ ଶାନ୍ତାକାର, ଇଟିଭି ଭାରତ

Intro:କୋରାପୁଟ ଜିଲ୍ଲାର ସାପ୍ତାହିକ ହାଟ ସହରବାସୀ ତଥା ପର୍ଯ୍ୟଟକଙ୍କ ପାଇଁ ଏକ ପ୍ରମୁଖ ବ୍ୟବସାୟିକ କେନ୍ଦ୍ର ଭାବେ ଆକୃଷ୍ଟ କରୁଥିବା ବେଳେ ଏହା ଗିରିକନ୍ଦର ମଧ୍ୟରେ ବସବାସ କରିଥିବା ଆଦିବାସୀ ଙ୍କ ପାଈଁ ଆବାହମାନ କାଳରୁ ଏକ ବହୁ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ବହନ କରିଆସିଛି । Body:ସାପ୍ତାହିକ ହାଟରେ ନାମମାତ୍ର ଚାଷୀ ଓ କ୍ଷୁଦ୍ର ଚାଷୀ ଙ୍କ ଠାରୁ ଆରମ୍ଭ କରି ବହୁମାତ୍ରାରେ ଚାଷ କରୁଥିବା ବୃହତ ଚାଷୀଙ୍କ ପାଇଁ ମଧ୍ୟ ନିଜ ଉତ୍ପାଦ ବିକ୍ରୟ କରିବା ପାଇଁ ସୁଯୋଗ ମିଳିଥାଏ । ତେବେ ସବୁଠାରୁ ଅଧିକ ଗାଁ ଗଣ୍ଡାରେ ସୁଆଁ , ମାଣ୍ଡିଆ ଭଳି କ୍ଷୁଦ୍ର ଶସ୍ୟ ସମେତ ଚଣା, ମୁଢି , ଲିଆ ଭଳି ଜିନିଷରେ ତିଆରି ସୁସ୍ୱାଦୁ ଲଡୁ ତିଆରିକରି ସପ୍ତାହ ପରେ ସପ୍ତାହ ହାଟ ପାଈଁ ଅପେକ୍ଷା କରୁଥିବା ମହିଳା ଏଠାରେ ଦୁଇ ପଇସା ଅର୍ଜନ କରି ଉଲ୍ଲସିତ ହୋଇଉଠନ୍ତି । ଗୋଟାଏ ହାଟରେ ଆସିଥିବା ଅନ୍ୟ ଅଂଚଳର ଆଦିବାସୀ ଗ୍ରାହକର ଆସନ୍ତା ସପ୍ତାହ ପାଇଁ ବରାଦ ନେବାବେଳେ ପରସ୍ପର ମଧ୍ୟରେ ସମ୍ପର୍କ ସ୍ଥାପନା ଏହି ବ୍ୟବସାୟିକ କେନ୍ଦ୍ର ଅନେକ ମାତ୍ରାରେ ସହାୟକ ହୋଇଥାଏ ବୋଲି ସେମାନେ ମତ ଦେଇଥାନ୍ତି । କେହି କିଛି ବିକ୍ରି କରିବାକୁ ଆସେ ତ ଆଉ କିଏ ତା ଗାଁରେ ମିଳୁନଥିବା ପଦାର୍ଥ ସହଜରେ ମିଲିଯିବାର ଆଶା ରଖି ପିଣ୍ଡି ପରେ ପିଣ୍ଡି ଘୁରିବୁଲୁଥାନ୍ତି । ବାପା ମା ସ୍ୱାବଲମ୍ବୀ ହେବା ପାଇଁ କିଣି ଦେଇଥିବା ସିଲାଇ ମେସିନ ଧରି ହାଟକୁ ଆସିଥିବା ଗୌରୀ ଭଳି ଯୁବତୀଙ୍କ ପାଇଁ ଗାଁ ଗଣ୍ଡାରୁ ଆସିଥିବା ଲୋକଙ୍କ ନୂଆ ଲୁଗା ସିଲାଇ କରିବା ତଥା ପୁରୁଣା ଲୁଗାକୁ ମରାମତି କରି ରୋଜଗାର ର ପନ୍ଥା ଯୋଗାଇବାରେ ସାପ୍ତାହିକ ହାଟ ସୁଯୋଗ ପ୍ରଦାନ କରିଛି । ହାଟ ରୁ ହାଟ ଆଦିବାସୀଙ୍କ ପାଇଁ ଏକ ସମୟ ମାପିବାର ମାଧ୍ୟମ ହୋଇଥିବା ବେଳେ ଏହା ବିଭିନ୍ନ ଆଦିବାସୀ ଜନଜାତିର ପରସ୍ପର ସହ ମିଶି ଭାବ ବିନିମୟ କରିବାର ଏକ ପ୍ରମୁଖ ସ୍ଥଳୀ ପାଳଟିଯାଏ ।କୋରାପୁଟ ଜିଲ୍ଲାରେ ବସୁଥିବା ଶତାଧିକ ହାଟକୁ ସାମାଜିକ ପରିବର୍ତ୍ତନର ବାର୍ତା ପହୁଞ୍ଚାଇବା ପାଈଁ ସରକାର ମଧ୍ୟ ଏକ ପ୍ରକୃଷ୍ଟ ସ୍ଥାନ ଭାବରେ ପରିଗଣିତ କରିଛନ୍ତି । ଆଦିବାସୀ ଜୀବନର ଏହି ନିଆରା ଭାବପୁର୍ଣ୍ଣ ସ୍ଥଳୀକୁ ସହରବାସୀ ମଧ୍ୟ ଆକୃଷ୍ଟ ହୋଇ ନିଜ ଜୀବନରେ ହଜିଯାଉଥିବା ସମ୍ପର୍କକୁ ଖୋଜିପାଇବାର ପନ୍ଥାକୁ ଆବିଷ୍କାର କରିବା ପାଇଁ ଛୁଟି ଆସନ୍ତି । Conclusion:ବାଇଟ : ରମାନାଥ ମିଶ୍ର , ଡେପୁଟି କଂଟ୍ରୋଲର , ସିଭିଲ ଡିଫେନ୍ସ , କୋରାପୁଟ
ବାଇଟ : ଚନ୍ଦ୍ରମା ଖିଲ , ଆଦିବାସୀ ବ୍ୟବସାୟୀ
ବାଇଟ : ଗୌରୀ , ଆଦିବାସୀ ଯୁବତୀ
ବାଇଟ : ସନୀ , ଆଦିବାସୀ ମୁଆଁ ବିକ୍ରେତା
ପିଟୁସି : ଶାନ୍ତାକାର
........
ଶାନ୍ତାକାର
କୋରାପୁଟ
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.