ETV Bharat / state

ସ୍ବାଧୀନତା ଦିବସରେ ଦିଆଯିବ ଜଳ ସଂରକ୍ଷଣ ସଚେତନତାର ବାର୍ତ୍ତା - ସ୍ବାଧିନତା ଦିବସ

ଚଳିତ ବର୍ଷ ସ୍ବାଧିନତା ଦିବସ ଅବସରରେ କୋରାପୁଟରେ ଦିଆଯିବ ଜଳ ସଂରକ୍ଷଣ ସଚେତନତାର ବାର୍ତ୍ତା । ଜିଲ୍ଲାପାଳ ପୋମା ଟୁଡୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସ୍ବାଧୀନତା ଦିବସ ପ୍ରସ୍ତୁତି ବୈଠକରେ ଏହା ନିଷ୍ପତ୍ତି ନିଆଯାଇଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କୋରାପୁଟ
author img

By

Published : Jul 24, 2019, 11:25 PM IST

କୋରାପୁଟ: ଆଉ କିଛି ଦିନ ପରେ ଦେଶର ପୁରପଲ୍ଲୀ ଠାରୁ ଆରମ୍ଭ କରି ସହର ବଜାର ସବୁଠାରେ ପାଳିତ ହେବ ସ୍ବାଧିନତା ଦିବସ । ଚଳିତବର୍ଷ ଜିଲ୍ଲା ସ୍ତରୀୟ ସ୍ବାଧୀନତା ଦିବସ ପାଳନ ଅବସରରେ କୋରାପୁଟ ଜିଲ୍ଲା ପ୍ରଶାସନ ପକ୍ଷରୁ ନୂଆ ପଦକ୍ଷେପ ନିଆଯାଇଛି । ଜଳ ସଂରକ୍ଷଣ , ଜଳର ଉପଯୁକ୍ତ ବ୍ୟବହାର ଓ ଭୂମିରେ ଜଳସ୍ତର ବୃଦ୍ଧି କରିବା ପାଇଁ ଜନ ସଚେତନତା ସୃଷ୍ଟି କରିବା ଦିଗରେ ବିଶେଷ ପଦକ୍ଷେପ ନେବା ପାଇଁ ନିଷ୍ପତ୍ତି ନିଆଯାଇଛି । ଯାହା ଅଗଷ୍ଟ 15 ତାରିଖରୁ ଆରମ୍ଭ ହେବ ।

କୋରାପୁଟ ଜିଲ୍ଲାପାଳ ପୋମା ଟୁଡୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସ୍ବାଧୀନତା ଦିବସ ପ୍ରସ୍ତୁତି ବୈଠକରେ ଏନେଇ ଚର୍ଚ୍ଚା ହେବା ପରେ ସର୍ବସମ୍ମତି କ୍ରମେ ଏକ ପ୍ରସ୍ତାବ ଗୃହୀତ ହୋଇଥିଲା । ଚଳିତ ବର୍ଷ ସରକାରୀ ବିଭାଗ ଦ୍ୱାରା ପ୍ରସ୍ତୁତ ହେଉଥିବା ପ୍ରଜ୍ଞାପନ ମେଢ ଗୁଡିକ ଜଳ ସଂରକ୍ଷଣର ବାର୍ତ୍ତା ଦିଆଯିବ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କୋରାପୁଟ

ଏହାସହିତ ସ୍ବାଧୀନତା ଦିବସ ପାଳନ ଅବସରରେ ପିଲାଙ୍କ ମଧ୍ୟରେ ଆୟୋଜିତ ହେଉଥିବା ବିଭିନ୍ନ ପ୍ରତିଯୋଗିତାରେ ମଧ୍ୟ ଜଳ ସମ୍ପଦ ସଂକ୍ରାନ୍ତୀୟ ବାର୍ତ୍ତାର ପ୍ରସାର କରାଯିବ ବୋଲି ଏହି ବୈଠକରେ ନିଷ୍ପତ୍ତି ନିଆଯାଇଛି । ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ପୋଲିସ ପ୍ୟାରେଡ଼ ପଡ଼ିଆରେ ଚିତ୍ତାକର୍ଷକ ପ୍ୟାରେଡ଼ ସହିତ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଦ୍ୱାରା ଶାରୀରିକ କ୍ରୀଡା କୌଶଳର ପ୍ରଦର୍ଶନ କରାଯିବ ।

କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

Intro:କୋରାପୁଟରେ ଆୟୋଜିତ ହେବାକୁ ଥିବା ଚଳିତ ବର୍ଷର ଜିଲ୍ଲା ସ୍ତରୀୟ ସ୍ବାଧୀନତା ଦିବସ ପାଳନ ଅବସରରେ ଜଳ ସଂରକ୍ଷଣ , ଜଳର ସଦବ୍ୟବହାର ଓ ଭୂମି ରେ ଜଳର ପରିମାଣ ବୃଦ୍ଧି କରିବା ପାଇଁ ଜନ ସଚେତନତା ସୃଷ୍ଟି କରିବା ଦିଗରେ ବିଶେଷ ପଦକ୍ଷେପ ନେବା ପାଇଁ ନିଷ୍ପତ୍ତି ନିଆଯାଇଛି ।Body:ଜିଲ୍ଲାପାଳ ପୋମା ଟୁଡୁ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସ୍ବାଧୀନତା ଦିବସ ପ୍ରସ୍ତୁତି ବୈଠକ ରେ ଏ ନେଇ ଚର୍ଚ୍ଚା ହେବା ପରେ ସର୍ବ ସମ୍ମତି କ୍ରମେ ପ୍ରସ୍ତାବ ଗୃହୀତ ହୋଇଥିଲା । ଚଳିତ ବର୍ଷ ସରକାରୀ ବିଭାଗ ଗୁଡିକ ଦ୍ୱାରା ପ୍ରସ୍ତୁତ ହେଉଥିବା ପ୍ରଜ୍ଞାପନ ମେଢ ଗୁଡିକ ଜଳ ସଂରକ୍ଷଣ ର ବାର୍ତା ବହନ କରିବା ସହିତ ସ୍ବାଧୀନତା ଦିବସ ପାଳନ ଅବସରରେ ପିଲାଙ୍କ ମଧ୍ୟରେ ଆୟୋଜିତ ହେଉଥିବା ବିଭିନ୍ନ ପ୍ରତିଯୋଗିତାରେ ମଧ୍ୟ ଜଳ ସମ୍ପଦ ସଂକ୍ରାନ୍ତୀୟ ବାର୍ତା ର ପ୍ରସାର କରାଯିବ ବୋଲି ଏହି ବୈଠକରେ ନିଷ୍ପତ୍ତି ନିଆଯାଇଛି ।Conclusion:ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ପୋଲିସ ପ୍ୟାରେଡ଼ ପଡ଼ିଆରେ ଚିତ୍ତାକର୍ଷକ ପ୍ୟାରେଡ଼ ସହିତ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଦ୍ୱାରା ଶାରୀରିକ କ୍ରୀଡା କୌଶଳ ର ପ୍ରଦର୍ଶନ କରାଯିବ ।
........
ଶାନ୍ତାକାର
କୋରାପୁଟ
..........
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.