ETV Bharat / state

ତିରିଶି ବର୍ଷ ପରେ ଦୂର ହେଲା ଜଳକଷ୍ଟ

author img

By

Published : Sep 27, 2019, 4:28 PM IST

ବିଫଳ ହେଲେ ସରକାର ସାହା ହେଲା ଶୋଭା ସ୍ବେଚ୍ଛାସେବୀ ସଙ୍ଗଠନ । ସଙ୍ଗଠନର ଉଦ୍ୟମରେ ଏବେ ତିନୋଟି ଗାଁରେ ପାନୀୟ ଜଳ ପହଞ୍ଚି ପାରିଛି ।

ତିରିଶି ବର୍ଷ ପରେ ପୂରଣ ହେଲା ଆଶା, ଦୂର ହେଲା ପାନୀୟ ଜଳର ସମସ୍ୟା

କୋରାପୁଟ: ନିକଟରେ କୋଲାବ ଜଳଭଣ୍ଡାର ନିର୍ମାଣ କରିବା ପାଇଁ ଶହ ଶହ ପରିବାରଙ୍କୁ ବିସ୍ଥାପିତ କରି ସରକାର କୋଟପାଡ ଅଞ୍ଚଳରେ ପାଞ୍ଚଟି କଲୋନୀରେ ଥଇଥାନ କରାଇଥିଲେ । ମାତ୍ର 'ଜଳ ହିଁ ଜୀବନ'ର ସ୍ଲୋଗାନ ଦେଉଥିବା ସରକାର ସେମାନେ କିପରି ଢୋକେ ପାଣି ପାଇବେ ସେ ନେଇ ବିଫଳ ହୋଇଥିଲେ । ମାତ୍ର ଶୋଭା ସ୍ବେଚ୍ଛାସେବୀ ସଙ୍ଗଠନର ଉଦ୍ୟମରେ ଏବେ ତିନୋଟି ଗାଁରେ ପାନୀୟ ଜଳ ପହଞ୍ଚି ପାରିଛି ।

ତିରିଶି ବର୍ଷ ପରେ ପୂରଣ ହେଲା ଆଶା, ଦୂର ହେଲା ପାନୀୟ ଜଳର ସମସ୍ୟା

ଗ୍ରାମବାସୀ ଏହି କଲୋନୀ ଗୁଡିକୁ ସଂଖ୍ୟା ମାତ୍ରର ପରିଚୟତାକୁ ବଦଳାଇ ପୁନଃ ନାମକରଣ କରିଥିଲେ । କଲୋନୀ ନମ୍ବର 6କୁ ବଦଳାଇ ବୈକୁଣ୍ଠପୁର ନାଁ ଦେଲେ । ନାଁ ବଦଳିଲା ମାତ୍ର ଭାଗ୍ୟ ବଦଳିବାର ଆଶା ମଉଳିଗଲା । ଆଗଭଳି ସାରା ଗାଁ ବିଦ୍ୟାଳୟର ନଳକୂପ ଏକମାତ୍ର ଭରଷା ହୋଇ ରହିଥିଲା । ସରକାରୀ ବିଭାଗ କିଛି ସ୍ଥାନରେ ନଳକୂପ ଖୋକିବାକୁ ଚେଷ୍ଟା କରି ବିଫଳ ହେବା ପରେ ଏକରକମ ଆଶା ଛାଡ଼ିଦେଇଥିଲେ ଗ୍ରାମବାସୀ । କିନ୍ତୁ ଚଳିତବର୍ଷ ଶୋଭା ସଙ୍ଗଠନର ପ୍ରୟାସ ଫଳବତୀ ହୋଇଛି । ନଳକୂପ ଖୋଲାଯାଇ ମୋଟର ପମ୍ପ ଲଗାଇଦିଆଯାଇଛି ।

ଗ୍ରାମବାସୀ ଓ ସଙ୍ଗଠନର ପ୍ରଚେଷ୍ଟାରେ ବର୍ତ୍ତମାନ ଟ୍ରାନ୍ସଫର୍ମର ବଦଳାଯାଇ ଥ୍ରୀ ଫେଜ ଲାଇନ ସଂଯୋଗ କରାଯିବାର କାର୍ଯ୍ୟ ଆରମ୍ଭ ହୋଇଯାଇଛି । ଅଳ୍ପଦିନ ମଧ୍ୟରେ ପିଇବା ପାଣିର ସମସ୍ୟା ଦୂରହେବ ବୋଲି ଗ୍ରାମବାସୀ ଆଶା ବାନ୍ଧିଛନ୍ତି ।

କେନାଲ ପାଣିକୁ ବ୍ୟବହାର କରି ଚାଷବାସ କରିବା ଏହି ବିସ୍ଥାପିତ ଲୋକଙ୍କ ପାଇଁ ଏକ ସ୍ବପ୍ନ ହୋଇ ରହିଯାଇଛି । ତେବେ ଅନ୍ତତଃ ପକ୍ଷେ ପିଇବା ପାଣିର ସୁବିଧା ହୋଇଯାଇଥିବା ଯୋଗୁଁ ଗ୍ରାମବାସୀଙ୍କ ମନରେ ଏକ ନୂତନ ଜୀବନ ପାଇଥିବାର ଆନନ୍ଦ ଭରିଯାଇଛି ।

କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

Intro:କୋଲାବ ବିସ୍ଥାପିତ ଗାଁ ରେ ତିରିଶି ବର୍ଷ ପରେ ପାନୀୟ ଜଳର ସମସ୍ୟା ଦୂର ହେଲା ।Body:କୋରାପୁଟ ନିକଟରେ କୋଲାବ ଜଳଭଣ୍ଡାର ନିର୍ମାଣ କରିବା ପାଈଁ ଶହ ଶହ ପରିବାରଙ୍କୁ ବିସ୍ଥାପିତ କରି ସରକାର କୋଟପାଡ ଅଂଚଳରେ ପାଞ୍ଚଟି କଲୋନୀ ରେ ଥଇଥାନ କଲେ ।କିନ୍ତୁ ଜଳହିଁ ଜୀବନର ସ୍ଲୋଗାନ ଦେଉଥିବା ସରକାର ସେମାନେ କିପରି ପିଇବାକୁ ଢୋକେ ପାଣି ପାଇବେ ସେ ନେଇ ବିଫଳ ହୋଇଥିବା ବେଳେ ଶୋଭା ସ୍ବେଚ୍ଛାସେବୀ ସଂଗଠନର ଉଦ୍ୟମରେ ଆଜି ତିନୋଟି ଗାଁରେ ପାନୀୟ ଜଳ ପହଂଚି ପାରିଛି । ଗ୍ରାମବାସୀ ଏହି କଲୋନୀ ଗୁଡିକୁ ସଂଖ୍ୟା ମାତ୍ରର ପରିଚାୟକୁ ବଦଳାଇ ପୁନଃ ନାମକରଣ କଲେ । କଲୋନୀ ନମ୍ବର ୬ କୁ ବୈକୁଣ୍ଠପୁର ନାଁ ଦେଲେ । ନାଁ ବଦଳିଲେ ଭାଗ୍ୟ ବଦଳିବାର ଆଶା ମଉଳିଗଲା । ଆଗଭଳି ହିଁ ସାରା ଗାଁଟି ପାଇଁ ବିଦ୍ୟାଳୟର ନଳକୂପ ଏକମାତ୍ର ଭରଷା ହୋଇ ରହିଥିଲା । ସରକାରୀ ବିଭାଗ କିଛି ସ୍ଥାନରେ ନଳକୂପ ଖୋକିବାକୁ ଚେଷ୍ଟା କରି ବିଫଳ ହେବା ପରେ ଏକରକମ ଆଶା ଛାଡ଼ିଦେଇଥିଲେ । କିନ୍ତୁ ଚଳିତ ବର୍ଷ ଶୋଭା ସଂଗଠନର ପ୍ରୟାସ ଫଳବତୀ ହୋଇଛି । ନଳକୂପ ଖୋଲାଯାଇ ମୋଟର ପମ୍ପ ଲଗାଇଦିଆଯାଇଛି । ଗ୍ରାମବାସୀ ଓ ସଂଗଠନର ପ୍ରଚେଷ୍ଟାରେ ବର୍ତମାନ ଟ୍ରାନ୍ସଫର୍ମର ବଦଳାଯାଇ ଥ୍ରୀ ଫେଜ ଲାଇନ ସଂଯୋଗ କରାଯିବା ର କାର୍ଯ୍ୟ ଆରମ୍ଭ ହୋଇଯାଇଛି । ଅଳ୍ପଦିନ ମଧ୍ୟରେ ପିଇବା ପାଣିର ସମସ୍ୟା ଦୁରହେବ ବୋଲି ଗ୍ରାମବାସୀ ଆଶା ବାନ୍ଧିଛନ୍ତି । ଚାଷ କରିବା ପାଇଁ କିପରି ସହଜରେ କେନାଲ ପାଣିକୁ ବ୍ୟବହାର କରିପାରିବେ ସେ ଦିଗରେ ସରକାର ଆନ୍ତରିକତା ଦେଖାଇଲେ ନାହିଁ । କୋଲାବ ଜଳଭଣ୍ଡାର ରୁ ବାହାରିଥିବା କେନାଲ ସେମାନଙ୍କ ଗାଁରୁ ଏତେ ଦୂରରେ ଗଲା ଯେ ନଥିବା ସମାନ ହେଲା ବୋଲି ଗ୍ରାମବାସୀ ଅଭିଯୋଗ କରି ଆସିଛନ୍ତି ।Conclusion:କେନାଲ ପାଣି କୁ ବ୍ୟବହାର କରି ଚାଷବାସ କରିବା ଏହି ବିସ୍ଥାପିତ ଲୋକଙ୍କ ପାଇଁ ଏକ ସ୍ୱପ୍ନ ହୋଇ ରହିଯାଇଛି ।ତେବେ ଅନ୍ତତଃ ପକ୍ଷେ ପିଇବା ପାଣିର ସୁବିଧା ହୋଇଯାଇଥିବା ଯୋଗୁଁ ଗ୍ରାମବାସୀଙ୍କ ମନରେ ଏକ ନୂତନ ଜୀବନ ପାଇଥିବାର ଆନନ୍ଦ ଭରିଯାଇଛି ।
.........
Byte : Manguli Birudi , Villager , Baikunthapur
Byte : Chaitan Patra , Villager
P2C : Shantakar
........
ଶାନ୍ତାକାର
କୋରାପୁଟ
.........
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.