ETV Bharat / state

ବିଦ୍ୟାଳୟରେ ପାଣି ପିଇବାକୁ ଗୁରୁତ୍ବ, ବାଜୁଛି ସ୍ବତନ୍ତ୍ର ବେଲ

author img

By

Published : Dec 19, 2019, 7:33 AM IST

ଜେଇଏଲସି ପ୍ରାଥମିକ ବିଦ୍ୟାଳୟରେ ଛାତ୍ରଛାତ୍ରୀ ମାନଙ୍କ ପାଣି ପିଇବା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି । ପାଣି ପିଇବା ପାଇଁ ଦିନକୁ ତିନିଥର ବାଜୁଛି ବେଲ ।

koraput
ଫଟୋ ସୌଜନ୍ୟ: ସମ୍ବାଦଦାତା, କୋରାପୁଟ

କୋରାପୁଟ: ସ୍କୁଲ ପିଲାଙ୍କ ପାଇଁ ସ୍ବତନ୍ତ୍ର ଭାବେ ପାଣି ପିଇବା ପାଇଁ ଘଣ୍ଟି ବାଜୁଛି । ପିଲାମାନେ ନିଜ ନିଜ ଶ୍ରେଣୀଗୃହରୁ ବାହାରିବା ସହ ବାରଣ୍ଡାରେ ରଖାଯାଇଥିବା ପାଣି ବୋତଲରୁ ପାଣି ପିଉଛନ୍ତି । ଏପରି ଦେଖିବାକୁ ମିଳିଛି କୋରାପୁଟ ବ୍ଲକ ଅନ୍ତର୍ଗତ ଦେବୀଘାଟ ସ୍ଥିତ ଜେଇଏଲସି ପ୍ରାଥମିକ ବିଦ୍ୟାଳୟରେ । ବିଦ୍ୟାଳୟରେ ପ୍ରତି ଦୁଇ ପିରିଅଡ଼ ପରେ ବାଜୁଛି ଏହି ବେଲ । ଏହାଦ୍ବାରା ପିଲାମାନଙ୍କ ମଧ୍ୟରେ ଆବଶ୍ୟକ ପରିମାଣର ପାଣି ପିଇବାର ଅଭ୍ୟାସ ହେବା ସହ ଶୃଙ୍ଖଳିତ ଭାବେ କାର୍ଯ୍ୟ ସମ୍ପାଦନ କରିବାର ଦକ୍ଷତା ବୃଦ୍ଧି ପାଉଥିବା ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରଶାନ୍ତ କୁମାର ପାତ୍ର ଜଣାଇଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କୋରାପୁଟ

ପିଲାଏ ମଧ୍ୟ ଏହି ନୂତନ ବ୍ୟବସ୍ଥାକୁ ନେଇ ଯେତିକି ଉତ୍ସାହିତ ଏହାର କାର୍ଯ୍ୟକାରିତାକୁ ନେଇ ସେତିକି ଆନନ୍ଦିତ ହୋଇଉଠିଛନ୍ତି । ତେବେ ଏସବୁ ଅବସରପ୍ରାପ୍ତ ଶିକ୍ଷାଅଧିକାରୀ ଶିବଶଙ୍କର ପଟ୍ଟନାୟକଙ୍କ ସହଯୋଗ ଯୋଗୁଁ ସମ୍ଭବ ହୋଇପାରିଛି ବୋଲି ପ୍ରଧାନ ଶିକ୍ଷକ ଜଣାଇଛନ୍ତି । ଶ୍ରୀ ପଟ୍ଟନାୟକ ଗତ କିଛିଦିନ ପୂର୍ବେ ପିଲାଙ୍କ ମଧ୍ୟରେ ପାଣି ପିଇବାକୁ ନେଇ ଉପଯୁକ୍ତ ଅଭ୍ୟାସ ନ ଥିବା ଦେଖି ପ୍ରତ୍ୟେକ ପିଲାଙ୍କୁ ପାଣି ବୋତଲ ଯୋଗାଇଦେଇଥିଲେ । ବର୍ତ୍ତମାନ ପିଲାଏ ଏହି ବୋତଲର ସଦୁପଯୋଗ କରି ଏକ ସୁନ୍ଦର ଅଭ୍ୟାସ ଆରମ୍ଭ କରି ପାରିଥିବା ଶ୍ରୀ ପାତ୍ର ମତ ରଖିଛନ୍ତି ।

କୋରାପୁଟ ଜିଲ୍ଲାରେ ପ୍ରଥମ ଥର ପାଇଁ ଏପରି ଏକ ପଦକ୍ଷେପ ବ୍ୟକ୍ତିଗତ ସହଯୋଗରେ ହୋଇପାରିଥିବା ବେଳେ ଅନ୍ୟ ବିଦ୍ୟାଳୟ ଗୁଡିକ ମଧ୍ୟ ଅନୁରୂପ ଭାବେ କାର୍ଯ୍ୟକ୍ରମ ଆରମ୍ଭ କରିବାର ଆବଶ୍ୟକତା ରହିଛି ବୋଲି ସାଧାରଣରେ ମତ ପ୍ରକାଶ ପାଇଛି ।

କୋରାପୁଟରୁ ସି.ଏଚ ଶାନ୍ତାକାର, ଇଟିଭି ଭାରତ

Intro:ଘଣ୍ଟି ବାଜିଲା । ପିଲାଏ ନିଜ ନିଜ ଶ୍ରେଣୀଗୃହରୁ ବାହାରି ବିଦ୍ୟାଳୟର କାର୍ଯ୍ୟାଳୟ ସମ୍ମୁଖରେ ଥିବା ବାରଣ୍ଡାରେ ରଖାଯାଇଥିବା ସୁଦୃଶ୍ୟ ପାଣି ବୋତଲ ରୁ ପାଣି ପିଇଲେ । ଆମେ କହୁଚୁ କୋରାପୁଟ ବ୍ଲକ ଅନ୍ତର୍ଗତ ଦେବୀଘାଟ ରେ ଥିବା ଜେଇଏଲସି ପ୍ରାଥମିକ ବିଦ୍ୟାଳୟର କଥା ।Body:ପ୍ରତି ଦୁଇ ପିରିଅଡ଼ ପରେ ବାଜୁଛି ଏହି ବେଲ ।ଏହାଦ୍ୱାରା ପିଲାମାନଙ୍କ ମଧ୍ୟରେ ଆବଶ୍ୟକ ପରିମାଣର ପାଣି ପିଇବାର ଅଭ୍ୟାସ ହେବା ସହ ଶୃଙ୍ଖଳିତ ଭାବେ କାର୍ଯ୍ୟ ସମ୍ପାଦନ କରିବାର ଦକ୍ଷତା ବୃଦ୍ଧି ପାଉଥିବା ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରଶାନ୍ତ କୁମାର ପାତ୍ର ଜଣାଇଛନ୍ତି । ପିଲାଏ ମଧ୍ୟ ଏହି ନୂତନ ବ୍ୟବସ୍ଥାକୁ ନେଇ ଯେତିକି ଉତ୍ସାହିତ ଏହାର କାର୍ଯ୍ୟକାରୀତାକୁ ନେଇ ସେତିକି ଆନନ୍ଦିତ ହୋଇଉଠିଛନ୍ତି । ଘରୁ ପାଣି ବୋତଲ ଆଣି ପୁଣିଥରେ ଘରକୁ ପାଣି ଫେରାଇନେଉଥିବା ପିଲାମାନେ ମଧ୍ୟ ଏହି ବ୍ୟବସ୍ଥାରେ ଦିନକୁ ତିନିଥର ପାଣି ପିଇବାର ଅଭ୍ୟାସକୁ ନେଇ ଆନନ୍ଦିତ ହୋଇଥିବା ପ୍ରକାଶ କରିଛନ୍ତି । ତେବେ ଏସବୁ ଅବସର ପ୍ରାପ୍ତ ଶିକ୍ଷାଅଧିକାରୀ ଶିବ ଶଙ୍କର ପଟ୍ଟନାୟକ ଙ୍କ ସହଯୋଗ ଯୋଗୁଁ ସମ୍ଭବ ହୋଇପାରିଛି ବୋଲି ଶ୍ରୀ ପାତ୍ର ଜଣାଇଛନ୍ତି । ଶ୍ରୀ ପଟ୍ଟନାୟକ ଗତ କିଛିଦିନ ପୂର୍ବେ ପିଲାଙ୍କ ମଧ୍ୟରେ ପାଣି ପିଇବାକୁ ନେଇ ଉପଯୁକ୍ତ ଅଭ୍ୟାସ ନଥିବା ଦେଖି ପ୍ରତ୍ୟେକ ପିଲାଙ୍କୁ ସୁଦୃଶ୍ୟ ପାଣି ବୋତଲ ଯୋଗାଇଦେଇଥିଲେ ଓ ବର୍ତମାନ ପିଲାଏ ଏହି ବୋତଲର ସଦୁପଯୋଗ କରି ଏକ ସୁନ୍ଦର ଅଭ୍ୟାସ ଆରମ୍ଭ କରି ପାରିଥିବା ଶ୍ରୀ ପାତ୍ର ମତ ରଖିଛନ୍ତି । କୋରାପୁଟ ଜିଲ୍ଲାରେ ପ୍ରଥମ ଥର ପାଇଁ ଏପରି ଏକ ପଦକ୍ଷେପ ବ୍ୟକ୍ତିଗତ ସହଯୋଗରେ ହୋଇପାରିଥିବା ବେଳେ ଅନ୍ୟ ବିଦ୍ୟାଳୟ ଗୁଡିକ ମଧ୍ୟ ଅନୁରୂପ ଭାବେ କାର୍ଯ୍ୟକ୍ରମ ଆରମ୍ଭ କରିବାର ଆବଶ୍ୟକତା ରହିଛି ବୋଲି ସାଧାରଣରେ ମତ ପ୍ରକାଶ ପାଇଛି ।Conclusion:ବାଇଟ : ପ୍ରଶାନ୍ତ କୁମାର ପାତ୍ର , ପ୍ରଧାନ ଶିକ୍ଷକ ( White shirt sitting )
ବାଇଟ : ଛାତ୍ର
ବାଇଟ : ଶିବ ଶଙ୍କର ପଟ୍ଟନାୟକ , ଅବସରପ୍ରାପ୍ତ ଶିକ୍ଷା ଅଧିକାରୀ (Coat)
ପିଟୁସି : ଶାନ୍ତାକାର
.....…...
ଶାନ୍ତାକାର
କୋରାପୁଟ
........
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.