ETV Bharat / state

ନିର୍ବାଚନ ଅଧିକାରୀଙ୍କ ବଢିଲା ଦାୟିତ୍ବ, ବ୍ଲକ କାର୍ଯ୍ୟାଳୟରେ ହେବ ଭୋଟ ଗଣତି

author img

By

Published : Feb 7, 2022, 6:22 PM IST

ଚଳିତ ବର୍ଷ ଭୋଟ ଗଣତି ବ୍ଲକ କାର୍ଯ୍ୟାଳୟରେ ହେଉଥିବାରୁ ନିର୍ବାଚନ ଅଧିକାରୀଙ୍କ ଦାୟିତ୍ବ ବୃଦ୍ଧି ପାଇଛି । ଅଧିକ ପଢନ୍ତୁ

ବ୍ଲକ କାର୍ଯ୍ୟାଳୟରେ ହେବ ଭୋଟ ଗଣତି, ନିର୍ବାଚନ ଅଧିକାରୀଙ୍କ ବଢିଲା ଦାୟିତ୍ବ

କୋରାପୁଟ: ବିଗତ ଦିନ ଅପେକ୍ଷା ଚଳିତ ବର୍ଷ ପଞ୍ଚାୟତ ନିର୍ବାଚନରେ ନିର୍ବାଚନ ଅଧିକାରୀଙ୍କ ପାଇଁ ଦାୟିତ୍ବ ବୃଦ୍ଧି ପାଇଛି । କାରଣ ପୂର୍ବରୁ ପଞ୍ଚାୟତ କାର୍ଯ୍ୟାଳୟରେ ମତଦାନ ପରେ ଭୋଟ ଗଣତି ହେଉଥିବା ବେଳେ ଚଳିତ ଥର କିନ୍ତୁ ବ୍ଲକ କାର୍ଯ୍ୟାଳୟରେ ଏହି କାର୍ଯ୍ୟକୁ କରାଯିବ । ତେବେ ଏ ସମ୍ପର୍କରେ କୋରାପୁଟ ବିଡ଼ିଓ ନରେନ୍ଦ୍ର ନାୟକ ସୂଚନା ଦେଇଛନ୍ତି ।

ବ୍ଲକ କାର୍ଯ୍ୟାଳୟରେ ହେବ ଭୋଟ ଗଣତି, ନିର୍ବାଚନ ଅଧିକାରୀଙ୍କ ବଢିଲା ଦାୟିତ୍ବବ୍ଲକ କାର୍ଯ୍ୟାଳୟରେ ହେବ ଭୋଟ ଗଣତି, ନିର୍ବାଚନ ଅଧିକାରୀଙ୍କ ବଢିଲା ଦାୟିତ୍ବ

ବିଗତ ଦିନରେ ନିର୍ବାଚନ ପରେ ସମ୍ପୃକ୍ତ ପଞ୍ଚାୟତ କାର୍ଯ୍ୟାଳୟରେ ହିଁ ଭୋଟ ଗଣତି ହୋଇଯାଉଥିଲା । କିନ୍ତୁ ଚଳିତ ଥର ଏଥିରେ ପରିବର୍ତ୍ତନ କରାଯାଇଛି । ସାରା ରାଜ୍ୟ ସମେତ ଜିଲ୍ଲାରେ ମଧ୍ୟ ସମସ୍ତ ପଞ୍ଚାୟତର ଭୋଟ ଗଣତି ବ୍ଲକ କାର୍ଯ୍ୟାଳୟରେ ଅନୁଷ୍ଠିତ ହେବ ବୋଲି କୋରାପୁଟ ବିଡ଼ିଓ ନରେନ୍ଦ୍ର ନାୟକ କହିଛନ୍ତି । ଫଳରେ ଭୋଟ ଗଣତି ପ୍ରକ୍ରିୟାରେ ମଧ୍ୟ ବିଳମ୍ବ ହେବ । ମତଦାନରେ ୩ ଦିନ ପରେ ଭୋଟ ଗଣତି ପ୍ରକ୍ରିୟା ଆରମ୍ଭ ହେବ ।

ଏହି ପ୍ରକ୍ରିୟାକୁ ପଞ୍ଚାୟତରେ ନିର୍ବାଚନ ଅନୁଷ୍ଠିତ କରିବା ସହ କିପରି ଭୋଟ ବାକ୍ସକୁ ବ୍ଲକ କାର୍ଯ୍ୟାଳୟ ପର୍ଯ୍ୟନ୍ତ ପହଞ୍ଚାଯିବ ସେ ସଂକ୍ରାନ୍ତରେ ଏକ ତାଲିମ ଶିବିର ସୋମବାର କୋରାପୁଟ ପଞ୍ଚାୟତ ଭଵନରେ ଆୟୋଜିତ ହୋଇଯାଇଛି । ଏହି ତାଲିମ ଶିବିରରେ 300 ଜଣ ନିର୍ବାଚନ ଅଧିକାରୀ ଯୋଗ ଦେଇଥିବା ସୂଚନା ପ୍ରଦାନ କରିଛନ୍ତି ନାୟକ ।

କୋରାପୁଟରୁ ସି. ଏଚ ଶାନ୍ତାକାର, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.