ETV Bharat / state

ଭାଷଣରେ ବିକାଶ, ଲୋକେ ତିଆରି କଲେ ବାଉଁଶ ପୋଲ

author img

By

Published : Oct 25, 2022, 1:52 PM IST

Updated : Oct 27, 2022, 12:17 PM IST

ଅଧାପନ୍ତରିଆ ହୋଇ ପଡିଛି ଚାବରି ନଦୀରେ ତିଆରି ପୋଲ କାମ । ନିଜସ୍ବ ଖର୍ଚ୍ଚରେ ବାଉଁଶ ପୋଲ ତିଆରି କରି ଯାତାୟତ କରୁଛନ୍ତି ୬ଟି ଗାଁର ଲୋକେ । ଅଧିକ ପଢନ୍ତୁ

Villagers made bamboo bridge
ଆଧାରେ ଅଟକିଛି ନିର୍ମାଣାଧୀନ ପୋଲ କାମ, ଯାତାୟତ ପାଇଁ ବାଉଁଶ ପୋଲ ତିଆରି କଲେ ଗ୍ରାମବାସୀ

କୋରାପୁଟ: ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ଦେଶ ଅମୃତ ମହୋତ୍ସବ ପାଳନ କରୁଥିବାବେଳେ, ଯାତାୟତ ପାଇଁ ଦୀର୍ଘ ବର୍ଷ ହେବ ସମସ୍ୟା ଭୋଗୁଛନ୍ତି କୋରାପୁଟ ଜିଲ୍ଲାର ୬ଟି ଗ୍ରାମର ଗ୍ରାମବାସୀ । ସମାଧାନ ପାଇଁ ଦୀର୍ଘ ଦିନ ଧରି ଏକ ପୋଲ ଦାବି କରିଆସୁଛନ୍ତି । ଦାବି ଆଧାରରେ ପୋଲ ନିର୍ମାଣ କାର୍ଯ୍ୟ ମଧ୍ୟ ଆରମ୍ଭ ହେଲା, ମାତ୍ର ସଂପୂର୍ଣ୍ଣ ହୋଇପାରିଲା ନାହିଁ । ପ୍ରଶାସନର ଅଣଦେଖା ଓ ଠିକାଦାର କମ୍ପାନୀର ବେପରୁଆ ମନୋଭାବ ପାଇଁ ଅଧାରେ ଅଟକିଛି ଏହି ପୋଲ ନିର୍ମାଣ କାମ । ଅଧାପନ୍ତରିଆ ହୋଇ ପଡିଛି କୋରାପୁଟ ଜିଲ୍ଲାର ଦଶମନ୍ତପୁର ବ୍ଲକ ନନ୍ଦୀଗାଁ ପଞ୍ଚାୟତ କାର୍ଯ୍ୟାଳୟ ନିକଟରୁ ମଧୁବିଶାଲି ଯିବା ବାଟରେ ଥିବା ଚାବରି ନଦୀରେ ତିଆରି ହେଉଥିବା ପୋଲ । ଫଳରେ ନାହିଁ ନଥିବା ସମସ୍ୟା ଭୋଗୁଛନ୍ତି ପ୍ରାୟ ୬ଟି ଗ୍ରାମର ଲୋକେ ।

ଏ ସମସ୍ୟାରୁ ମୁକୁଳିବା ପାଇଁ ନିଜ ଖର୍ଚ୍ଚ ଓ ପରିଶ୍ରମରେ ବାଉଁଶ ପୋଲ ତିଆରି କରିଛନ୍ତି ଗାଁ ଲୋକେ । ଜୀବନକୁ ବିପଦରେ ପକାଇ ଛୋଟଠୁ ବଡ ପର୍ଯ୍ୟନ୍ତ, ଛାତ୍ରଛାତ୍ରୀଙ୍କ ଠାରୁ ଆରମ୍ଭ କରି ଗୁରୁତର ରୋଗୀଙ୍କ ପର୍ଯ୍ୟନ୍ତ ଏହି ଅସ୍ଥାୟୀ ବାଉଁଶ ପୋଲ ଦେଇ ଯାତାୟତ କରୁଛନ୍ତି । ନନ୍ଦୀଗାଁ ପଞ୍ଚାୟତ କାର୍ଯ୍ୟାଳୟ ନିକଟରୁ ମଧୁବିଶାଲି ଯିବା ବାଟରେ ପଡେ ଚାବରି ନଦୀ । ନଦୀର ଆରପଟେ ଥିବା ମଧୁବିଶାଲି, ସଲପଗୁଡ଼ା, ତେତଲିଗୁଡ଼ା, ମାଳତିଗୁଡ଼ା, ଚାକଲି ଓ ଝାବରାପଦରର ଗ୍ରାମବାସୀ ଗତ ପାଞ୍ଚବର୍ଷ ଧରି ଯାତାୟତରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିଲେ । ପାଞ୍ଚ ବର୍ଷ ପୂର୍ବେ ଗାଁ ଲୋକେ ଏହି ନଦୀର ସ୍ୱଳ୍ପ ଜଳ ପ୍ରବାହିତ ହେଉଥିବା ସ୍ଥାନକୁ ଦେଖି ବର୍ଷ ତମାମ କଷ୍ଟରେ ହେଉ ପଛେ ପାର୍‌ ହୋଇଯାଉଥିଲେ ।

ଯାତାୟତ ପାଇଁ ବାଉଁଶ ପୋଲ ତିଆରି କଲେ ଗ୍ରାମବାସୀ

ତେବେ ଗ୍ରାମବାସୀଙ୍କ ବାରମ୍ବାର ଦାବି ଉପସ୍ଥାପନ କରିବା ପରେ ୨୦୧୭ରେ ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ଵାରା ଏହି ନଦୀ ଉପରେ ଏକ ୭୬.୦୫ ମିଟର ଲମ୍ବ ବିଶିଷ୍ଟ ଏକ ପୋଲ ନିର୍ମାଣ କରିବା ପାଇଁ ଏନବିସିସି ଠିକାଦାର କମ୍ପାନୀକୁ ଦାୟିତ୍ଵ ଦିଆଯାଇଥିଲା । ସମୁଦାୟ ୨୭୭.୮ ଲକ୍ଷ ଟଙ୍କା ବ୍ୟୟରେ ଏହି ପୋଲ ନିର୍ମାଣ ପାଇଁ ସ୍ଥିର ହୋଇଥିଲା । ନିର୍ମାଣ କାର୍ଯ୍ୟ ୨୦୧୯ ସୁଦ୍ଧା ସଂପୂର୍ଣ୍ଣ କରିବାକୁ ଧାର୍ଯ୍ୟ ହୋଇଥିଲା । ମାତ୍ର ବର୍ଷ ୨୦୨୨ ଶେଷ ହେବାକୁ ବସିଥିଲେ ସୁଦ୍ଧା ପୋଲ ନିର୍ମାଣ ଶେଷ ତ ଦୂରର କଥା ଆରମ୍ଭ ମଧ୍ୟ ହୋଇନାହିଁ । କେବଳ ନଦୀ ଭିତରେ ଗାତ ଖୋଳି ଛାଡି ଦିଆଯାଇଛି । ଠିକାଦାରଙ୍କ ମନମାନି ଓ ସରକାରୀ କଳର ଉଦାସୀନତା ଯୋଗୁଁ ଅନିଶ୍ଚିତତାରେ ଏହି ପୋଲ ନିର୍ମାଣ କାମ । ଫଳରେ ନୀରିହ ଗ୍ରାମବାସୀ ଭାଗ୍ୟକୁ ଆଦରି ସେହି ବିପଦପୂର୍ଣ୍ଣ ପୋଲରେ ପ୍ରତିଦିନ ପାର୍‌ ହେଉଛନ୍ତି ।

ସମସ୍ୟାର ସମାଧାନ ପାଇଁ ଟଙ୍କା ଆଦାୟ କରି ୧୦ ହଜାର ଟଙ୍କା ଖର୍ଟ୍ଟ କରି କାମଚଳା ଦେଶୀ ବାଉଁଶ ପୋଲଟିଏ ତିଆରି କରିଛନ୍ତି ଗ୍ରାମବାସୀ । ପାଣି ମଧ୍ୟରେ ମାଟି ଜମା କରିଦେବା ପରେ ଆଉ କାର୍ଯ୍ୟ ଆଗକୁ ବଢି ପାରୁନାହିଁ । ଫଳରେ ନଦୀରେ ପ୍ରବାହିତ ହେଉଥିବା ଜଳର ସ୍ରୋତ ଦିଗ ବଦଳାଇବା ସହ ଟିକିଏ ବର୍ଷା ହେଲେ ଲୋକଙ୍କ ଯାତାୟାତରେ ବାଧା ସୃଷ୍ଟି ହେଉଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ସମସ୍ତ ୬ଟି ଗାଁର ରୋଗୀଙ୍କୁ ହସ୍ପିଟାଲ ନେବା ସମୟରେ ନଦୀ ପାର କରି ହେଉନଥିବା ଯୋଗୁଁ ଏହି ପାଞ୍ଚ ବର୍ଷରେ କିଛି ରୋଗୀଙ୍କ ଜୀବନ ମଧ୍ୟ ଯାଇଛି । ଖାଲି ସ୍ବାସ୍ଥ୍ୟ ନୁହେଁ ଶିକ୍ଷା ମଧ୍ୟ ପ୍ରଭାବିତ ହୋଇଛି ।

ଠିକାଦାର କମ୍ପାନୀ ଓ ଜିଲ୍ଲା ପ୍ରଶାସନ ଅଣଦେଖା କରିଦେଇଥିବା ମଧୁବିଶାଲି ଗାଁର ଯୁବକ କୁମୁନାଥ ନାୟକ ଅଭିଯୋଗ କରିଛନ୍ତି । ଗାଁର ଚାରିପାଖେ ପାଣି ରହିଥିବା ଯୋଗୁଁ ଗାଁ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ମଧ୍ୟ ବର୍ଷକୁ ଚାରିମାସ ପାଣି ବଢୁଥିବା ଆଳ ଦେଖାଇ ଆସୁନଥିବା ଗ୍ରାମବାସୀ ପତି ଗୌଡ଼ ଜଣାଇଛନ୍ତି । ତେବେ ଏସବୁ ଅସୁବିଧା ଓ ପ୍ରଶାସନିକ ଅଣଦେଖାକୁ ସହ୍ୟ କରିନପାରି ନଦୀ ଆର ପାଖରେ ଥିବା ଗାଁ ଗୁଡ଼ିକର ଲୋକମାନେ ନିଜ ନିଜ ମଧ୍ୟରେ ଚାନ୍ଦା ଉଠାଇ ଅର୍ଥ ଏକାଠି କରିବାସହ ଶ୍ରମଦାନ କରି ନଦୀ ଉପରେ ବାଉଁଶ ଓ କାଠରେ ଏକ ଅସ୍ଥାୟୀ ପୋଲ ନିର୍ମାଣ କରିବାକୁ ବାଧ୍ୟ ହୋଇଥିବା କୁମ ଗୌଡ଼ ଜଣାଇଛନ୍ତି ।

ତେବେ ଟିକେ ବଡ ଧରଣର ବର୍ଷା ହେଲେ ଗତ କିଛିଦିନ ମଧ୍ୟରେ ନଦୀ ପାଣି ପୋଲଟିକୁ ଭସାଇ ନେଉଥିବା ଗ୍ରାମବାସୀ ଜଣାଇଛନ୍ତି । ବର୍ତ୍ତମାନ ପୁଣିଥରେ ନୂତନ ଭାବେ ଏକ ପୋଲ ନିର୍ମାଣ କରିଥିଲେ ମଧ୍ୟ, ଏହାର ସ୍ଥାୟୀତ୍ବ ଉପରେ ଗ୍ରାମବାସୀ ବିଶ୍ୱାସ କରିପାରିନାହାନ୍ତି । ସ୍ଥାୟୀ ପୋଲ ପାଇଁ ସରକାରଙ୍କ ପାଖରେ ପୁଣିଥରେ ନେହୁରା ହେବା ଛଡ଼ା ଆଉ କିଛି ବାଟ ନଥିବା ଗ୍ରାମବାସୀ କହିଛନ୍ତି ଓ ତୁରନ୍ତ ପୋଲ କାମ ଶେଷ କରିବାକୁ ଦାବି କରିଛନ୍ତି। ଅନ୍ୟପଟେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବିଜୁ ସେତୁ ନିର୍ମାଣ କରି ବାଃ ବାଃ ନେଉଥିବା ସରକାରଙ୍କ ଶୁଭଦୃଷ୍ଟି ଏହି ଅଞ୍ଚଳର ଲୋକଙ୍କ ଉପରେ କେବେ ପଡିବ ତାକୁ ହିଁ ଅପେକ୍ଷା । ଏ ସଂକ୍ରାନ୍ତରେ ଠିକାଦାର ସଂସ୍ଥା କିମ୍ବା ବିଭାଗୀୟ ଅଧିକାରୀଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।

ଇଟିଭି ଭାରତ, କୋରାପୁଟ

Last Updated : Oct 27, 2022, 12:17 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.