ETV Bharat / state

ଫାଟୁଆ ରୋଗରେ ଆକ୍ରାନ୍ତ ଗାଈଗୋରୁ, ଟୀକାକରଣ ନେଇ ଚିନ୍ତାରେ ଚାଷୀ - Animal Husbandry Inspector

ଦୀର୍ଘ ୧ ବର୍ଷ ହେବ ଗାଈଗୋରୁଙ୍କୁ ମିଳିନି ଭ୍ୟାକ୍ସିନ । ଏବେ ଚାଷ କାର୍ଯ୍ୟ ଜାରି ରହିଥିବାବେଳେ ଫାଟୁଆ ରୋଗକୁ କିଭଳି ନିୟନ୍ତ୍ରଣ କରାଯାଇ ପାରିବ, ସେନେଇ ପ୍ରାଣୀଧନ ନିରୀକ୍ଷକ ଦାବି ଜଣାଇଛନ୍ତି । ଅଧିକ ପଢନ୍ତୁ...

ଫାଟୁଆ ରୋଗରେ ଆକ୍ରାନ୍ତ ଗାଈଗୋରୁ, ଚୀକାକରଣ ନେଇ ଚିନ୍ତାରେ ଚାଷୀ

author img

By

Published : Aug 22, 2021, 9:45 PM IST

କୋରାପୁଟ: ଗାଈ ଗୋରୁଙ୍କୁ ହୋଇଛି ଫାଟୁଆ ରୋଗ ଆଉ ଏନେଇ ଚିନ୍ତାରେ ଗ୍ରାମବାସୀ । ସରକାରଙ୍କ ନିୟମାନୁସାରେ ଗାଈ ଗୋରୁଙ୍କୁ ପ୍ରତି ଛଅ ମାସରେ ଥରେ ଫାଟୁଆ ରୋଗର ଭ୍ୟାକ୍ସିନ ଦେବା ନିତାନ୍ତ ଆବଶ୍ୟକ । କିନ୍ତୁ ୨୦୨୦ ମସିହାରୁ ଏ ଯାଏଁ ସରକାରଙ୍କ ତରଫରୁ ଜିଲ୍ଲାକୁ ଭ୍ୟାକ୍ସିନ ଯୋଗାଇ ଦିଆଯାଇନଥିବା ନେଇ କୋରାପୁଟ ବ୍ଲକ ଅଧିନ ମହାଦେଇପୁଟ ପଞ୍ଚାୟତର ପ୍ରାଣୀଧନ ନିରୀକ୍ଷକ ବାବୁଲି ଚନ୍ଦ୍ର ସାମନ୍ତରାୟ ସୂଚନା ଦେଇଛନ୍ତି ।

ଫାଟୁଆ ରୋଗରେ ଆକ୍ରାନ୍ତ ଗାଈଗୋରୁ, ଚୀକାକରଣ ନେଇ ଚିନ୍ତାରେ ଚାଷୀ

ସୂଚନାନୁସାରେ ବର୍ଷା ଦିନରେ ଚାଷ କାର୍ଯ୍ୟ ଲାଗି ରହୁଥିବାରୁ ତା ପୂର୍ବରୁ ଗାଈଗୋରୁଙ୍କୁ ଟୀକାକରଣ ହୋଇଥାଏ କିନ୍ତୁ ବିଡମ୍ବନାର ବିଷୟ ସଠିକ୍ ସମୟରେ ଭାକସିନ ଦିଆଯାଇ ନଥିବାରୁ ଏବେ ମହାଦେଇପୁଟ ପଞ୍ଚାୟତରେ ଫାଟୁଆ ରୋଗ ବ୍ୟାପକ ହେବାରେ ଲାଗିଛି ।

ଏବେ ଚାଷ କାର୍ଯ୍ୟ ଜାରି ରହିଥିବାରୁ ଗାଈଗୋରୁ ଜମିକୁ ଯାଇନପାରି ଗୁହାଳରେ ଓ ପଡ଼ିଆରେ ବସି ରହୁଥିବା ଯୋଗୁଁ ଚାଷୀ ଚିନ୍ତାରେ ରହିଥିବାବେଳେ କିଭଳି ଏହି ରୋଗ ଅନ୍ୟ ଗାଁକୁ ନ ବ୍ୟାପିବ, ସେନେଇ ଆତଙ୍କିତ ହୋଇ ପଡିଛନ୍ତି ଗ୍ରାମବାସୀ । ଏନେଇ ସରକାର ତୁରନ୍ତ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି ।

କୋରାପୁଟରୁ ସିଏଚ୍ ଶାନ୍ତାକାର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.