କୋରାପୁଟ: ଜିଲ୍ଲାରେ ଆଜି(ଗୁରୁବାର) ଠାରୁ କୋରୋନା ଟୀକାକରଣ ବନ୍ଦ । ପରବର୍ତ୍ତୀ ଘୋଷଣା ପର୍ଯ୍ୟନ୍ତ ବନ୍ଦ ରହିବ ଟୀକାକରଣ । ତେବେ ଜିଲ୍ଲାରେ ଟିକା ପହଞ୍ଚିବା ପରେ ପୁଣିଥରେ ସମସ୍ତ ଟିକାଦାନ କେନ୍ଦ୍ରରେ ଟୀକାକରଣ ଆରମ୍ଭ ହେବ ବୋଲି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ମକରନ୍ଦ ବେଉରା କହିଛନ୍ତି ।
ବର୍ତ୍ତମାନ ପର୍ଯ୍ୟନ୍ତ ଜିଲ୍ଲାରେ 2.8 ଲକ୍ଷ ଟିକା ଦିଆଯାଇ ଥିବାବେଳେ ପ୍ରତିଦିନ ଜିଲ୍ଲା ପାଇଁ ରଖାଯାଇଥିବା 6,578 ଟି ଟିକାର ଲକ୍ଷ୍ୟ ପୂରଣ କରିବା ପାଇଁ ଯଥେଷ୍ଟ ପରିମାଣର ଟିକା ଆସୁନଥିବା ସେ କହିଛନ୍ତି । ତେବେ ସମ୍ବେଦନଶୀଳ ସ୍ଥାନରେ ଆବଶ୍ୟକତା ଅନୁଯାୟୀ ଟିକା ପହଞ୍ଚାଇବା ପାଇଁ ପ୍ରଚେଷ୍ଟା କରାଯାଉଛି ବୋଲି ସେ ସୂଚନା ଦେଇଛନ୍ତି ।
କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ