ETV Bharat / state

ରାସ୍ତାକଡରେ ପଡିଛି ବ୍ୟବହୃତ ମାଳମାଳ ପିପିଇ କିଟ, ଭୟଭୀତ ସାଧାରଣ ଲୋକେ

author img

By

Published : May 31, 2021, 4:44 PM IST

Updated : May 31, 2021, 7:59 PM IST

କୋରାପୁଟ ସହର ଉପକଣ୍ଠ ରାସ୍ତାକଡରେ ଓ ନାଳରେ ଦେଖିବାକୁ ମିଳିଛି ବ୍ୟବହୃତ ଗ୍ଲୋବ୍ସ ଓ ପିପିଇ କିଟ । ଅଧିକ ପଢନ୍ତୁ...

ରାସ୍ତା କଡରେ ପଡିଛି ବ୍ୟବହୃତ ମାଳ ମାଳ ପିପିଇ କିଟ, ଭୟଭୀତ ଜନତା

କୋରାପୁଟ: ଚାରିଆଡେ ବ୍ୟାପୁଛି କୋରୋନାର ଭୟ । ସାଧାରଣ ଲୋକଙ୍କ ଠାରୁ ଡାକ୍ତରଙ୍କ ପର୍ଯ୍ୟନ୍ତ ସମସ୍ତେ ମାସ୍କ ଠାରୁ ଆରମ୍ଭ କରି ପିପିଇ କିଟ ବ୍ୟବହାର କରିବା ନେଇ ସରକାର ସଚେତନତା ସୃଷ୍ଟି କରୁଛନ୍ତି । ହେଲେ କୋରାପୁଟ ସହର ଉପକଣ୍ଠରେ ରାସ୍ତାକଡ ଓ ନାଳରେ ବ୍ୟବହୃତ ମାସ୍କ, ଗ୍ଲୋବସ ଓ ପିପିଇ କିଟ ପଡିରହିବା ଦେଖି ଭୟଭୀତ ହୋଇଛନ୍ତି ଲୋକେ।

ରାସ୍ତାକଡରେ ପଡିଛି ବ୍ୟବହୃତ ମାଳମାଳ ପିପିଇ କିଟ

ସୂଚନାମୁତାବକ, ଆଜି (ସୋମବାର) ସକାଳୁ ପ୍ରାତଃଭ୍ରମଣରେ ଯାଇଥିବା ଲୋକେ ବାଟମଙ୍ଗଳା ମନ୍ଦିର ଠାରୁ ରଙ୍ଗବାଲିକୁମ୍ଭା ଆଡକୁ ଯାଇଥିବା ରାସ୍ତାରେ କିରୋସିନ ଡିପୋ ନିକଟବର୍ତ୍ତୀ ରାସ୍ତାକଡ଼ରେ ଏହାକୁ ଦେଖି ଭୟଭୀତ ହୋଇପଡିଥିବା ଜଣେ ପ୍ରାତଃ ଭ୍ରମଣକାରୀ ଜଣାଇଛନ୍ତି । କୋରୋନାର ଭୟ ଲାଗିରହିଥିବା ବେଳେ ଏପରି ସମ୍ବେଦନଶୀଳ ବ୍ୟବହୃତ ଜିନିଷ ଖୋଲା ଆକାଶରେ ପଡିରହିଥିବା ଦେଖି ପ୍ରାତଃଭ୍ରମଣକାରୀ ମାନେ ଫେରିଯାଇଥିବା ସେ ଜଣାଇଛନ୍ତି । ତେବେ କୋରାପୁଟ ପୌର ଅଧିକାରୀ ଆଲୋକ ରଞ୍ଜନ ସାମନ୍ତରାୟ ଏ ସମ୍ପର୍କରେ ଜାଣିନଥିବା କହି ଘଟଣାର ତଦନ୍ତ କରିବା ସହ ତୁରନ୍ତ ସଫା କରିବାର ପ୍ରତିଶ୍ରୁତି ଦେଇଛନ୍ତି ।

କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

Last Updated : May 31, 2021, 7:59 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.