ETV Bharat / state

ସରକାରୀ ବୈଠକରେ ପ୍ଲାଷ୍ଟିକ ବ୍ୟବହାରକୁ ମନା - କୋରାପୁଟ ସରକାରୀ ବୈଠକରେ ପ୍ଲାଷ୍ଟିକ ବ୍ୟବହାର କୁ ମନା

କୋରାପୁଟ ସରକାରୀ ବୈଠକ ଗୁଡିକରେ ପ୍ଲାଷ୍ଟିକ ବ୍ୟବହାରକୁ ମନା । ଏନେଇ ଲିଖିତ ବିଜ୍ଞପ୍ତି ପ୍ରକାଶ କଲେ କୋରାପୁଟ ଜିଲ୍ଲାପାଳ ଅବଦଲ ଅକ୍ତର । ଅଧିକ ପଢନ୍ତୁ

ସରକାରୀ ବୈଠକରେ ପ୍ଲାଷ୍ଟିକ ବ୍ୟବହାର କୁ ମନା
ସରକାରୀ ବୈଠକରେ ପ୍ଲାଷ୍ଟିକ ବ୍ୟବହାର କୁ ମନା
author img

By

Published : Jan 9, 2022, 7:20 AM IST

କୋରାପୁଟ: ଆଉ ସରକାରୀ ବୈଠକ ଗୁଡିକରେ ବ୍ୟବହାର ହେବନି ପ୍ଲାଷ୍ଟିକ । ଜିଲ୍ଲାରେ ହେଉଥିବା ସରକାରୀ ବୈଠକରେ ପ୍ଲାଷ୍ଟିକର ବ୍ୟବହାର ବନ୍ଦ କରିବାକୁ ଲିଖିତ ବିଜ୍ଞପ୍ତି ପ୍ରକାଶ କଲେ କୋରାପୁଟ ଜିଲ୍ଲାପାଳ ଅବଦଲ ଅକ୍ତର ।

ସରକାରୀ ବୈଠକରେ ପ୍ଲାଷ୍ଟିକ ବ୍ୟବହାର କୁ ମନା
ସରକାରୀ ବୈଠକରେ ପ୍ଲାଷ୍ଟିକ ବ୍ୟବହାର କୁ ମନା

ସରକାରୀ ସଭା ସମିତିରେ ଫାଇଲ ପତ୍ର ଠାରୁ ଆରମ୍ଭ କରି ପାଣି ବୋତଲ ପର୍ଯ୍ୟନ୍ତ ବହୁ ପରିମାଣରେ ପ୍ଲାଷ୍ଟିକର ବ୍ୟବହାର କରାଯାଉଥିବା ପରିଲକ୍ଷିତ ହୋଇଛି । ଏହା ଫଳରେ ସରକାରୀ କାର୍ଯ୍ୟାଳୟ ଗୁଡିକରେ ପ୍ଲାଷ୍ଟିକ ବର୍ଜ୍ୟବସ୍ତୁର ପରିମାଣ ବଢ଼ିବାରେ ଲାଗିଛି । ଏଥି ସହିତ ସରକାରୀ ବୈଠକ ଗୁଡିକରେ ଅଯଥା ଖର୍ଚ୍ଚ ମଧ୍ଯ ବୃଦ୍ଧି ପାଉଥିବା ଯୋଗୁଁ କୋରାପୁଟ ଜିଲ୍ଲାପାଳ ଏପରି ନିଷ୍ପତ୍ତି ନେଇଛନ୍ତି ।

ସରକାରୀ ବୈଠକରେ ପ୍ଲାଷ୍ଟିକ ବ୍ୟବହାର କୁ ମନା

ଗତକାଲି ପ୍ରଶାସନ ତରଫରୁ ସରକାରୀ ବୈଠକ ଗୁଡିକରେ ପ୍ଲାଷ୍ଟିକ ର ବ୍ୟବହାର ବନ୍ଦ କରିବା ପାଇଁ ନିର୍ଦେଶ ଦିଆଯାଇଛି । ଏନେଇ କୋରାପୁଟ ଜିଲ୍ଲାପାଳ ଅବଦଲ ଅକ୍ତର ଏକ ଲିଖିତ ବିଜ୍ଞପ୍ତି ପ୍ରକାଶ କରିଛନ୍ତି । ଏହା ଫଳରେ ସରକାରୀ କଳ ସୃଷ୍ଟି କରୁଥିବା ପ୍ଲାଷ୍ଟିକ ବର୍ଜ୍ୟବସ୍ତୁ ର ପରିମାଣ ଉପରେ ନିୟନ୍ତ୍ରଣ ଆସିବ ବୋଲି ଜିଲ୍ଲାପାଳ ଆଶାବ୍ୟକ୍ତ କରିଛନ୍ତି ।

କୋରାପୁଟରୁ ସିଏଚ୍ ଶାନ୍ତାକାର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.