ETV Bharat / state

କୋରାପୁଟ ଗସ୍ତରେ କେନ୍ଦ୍ରମନ୍ତ୍ରୀ, ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦାନ

author img

By

Published : Sep 19, 2019, 9:07 PM IST

କେନ୍ଦ୍ର ମତ୍ସ୍ୟ ଓ ପଶୁସମ୍ପଦ ରାଷ୍ଟ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ଦିନିକିଆ ଗସ୍ତରେ କୋରାପୁଟ ଆସିଥିଲେ । ଏହି ଗସ୍ତ ଅବସରରେ ମନ୍ତ୍ରୀ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କୋରାପୁଟ

କୋରାପୁଟ: ଜିଲ୍ଲାକୁ ଦିନିକିଆ ଗସ୍ତରେ ଆସିଥିଲେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ । ଏହି ଗସ୍ତ ଅବସରରେ ସେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ । ପ୍ରଥମେ ପଟ୍ଟାଙ୍ଗୀ ହାଇସ୍କୁଲରେ ପହଞ୍ଚି ସେଠାରେ ବୃକ୍ଷରୋପଣ କରିଥିଲେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କୋରାପୁଟ

ପରେ ସେଠାରୁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଯାଇ ରୋଗୀଙ୍କୁ ଭେଟିଥିଲେ । ଏହାପରେ ବିଭିନ୍ନ ସମସ୍ୟା ସମ୍ପର୍କରେ ରୋଗୀଙ୍କୁ ପଚାରି ବୁଝିଥିଲେ । ଏହି ଗସ୍ତ ଅବସରରେ ମନ୍ତ୍ରୀଙ୍କୁ ଦୋରା ସମାଜ ପକ୍ଷରୁ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା । ଏଠାରେ ଲାଗି ରହିଥିବା ବିଭିନ୍ନ ସମସ୍ୟା ସମ୍ପର୍କରେ କେନ୍ଦ୍ର ସରକାରଙ୍କ ଆଗରେ ଉପସ୍ଥାପନ କରିବେ ବୋଲି ପ୍ରତିଶୃତି ଦେଇଥିଲେ ମନ୍ତ୍ରୀ ।

ଏହାସହ ସୁନାବେଡା ମହିଳା କଲେଜକୁ ଗସ୍ତ କରି ପ୍ଲାଷ୍ଟିକ ବର୍ଜନ ପାଇଁ ଆହ୍ବାନ କରିବା ସହ ଜଳ ସଂରକ୍ଷଣ ଉପରେ ସଚେତନତା ସୃଷ୍ଟି କରିଥିଲେ ।

କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

Intro:ଆଜି କେନ୍ଦ୍ର ମତ୍ସ୍ୟ ଓ ପଶୁସମ୍ପଦ ରାଷ୍ଟ୍ର ମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ଦିନିକିଆ କୋରାପୁଟ ଜିଲ୍ଲା ଗସ୍ତରେ ଆସି ପଟ୍ଟାଙ୍ଗି ଠାରେ ପହଞ୍ଚି ଥିଲେ l Body:ପ୍ରଥମେ ସେ ପଟ୍ଟାଙ୍ଗି ହାଇସ୍କୁଲ କୁ ଯlଇ ବୃକ୍ଷରୋପଣ କରିବା ସହ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର କୁ ଯlଇ ରୋଗୀଙ୍କୁ ଭେଟିଥିଲେ ଓ ସେଠାକାର ବିଭିନ୍ନ୍ ସମସ୍ୟା ସମ୍ପର୍କରେ ରୋଗୀଙ୍କୁ ପଚାରି ବୁଝିଥିଲେ । ପଟ୍ଟାଙ୍ଗି ଛାଡିବା ପୂର୍ବରୁ ଓୟୁଏଟି ଦ୍ୱାରା ପରିଚାଳିତ ଉଚ୍ଚ ପତନ ଗବେଷଣା କେନ୍ଦ୍ର କୁ ଯାଇ ସେଠାରେ ଅଦା ଓ ହଳଦୀକୁ ନେଇ ଚାଲିଥିବା ଗବେଷଣା ସମ୍ପର୍କରେ ପଚାରି ବୁଝିଥିଲେ । ଏହି ଅବସରରେ ଅନେକ ବର୍ଷହେବ ଆଦିବାସୀ ମାନ୍ୟତା ପାଈଁ ସଂଗ୍ରାମ କରୁଥିବା ଦୋରା ସମାଜ ର କର୍ମକର୍ତା ତାଙ୍କ ସହଯୋଗ ଲୋଡି ଏକ ଦାବିପତ୍ର ପ୍ରଦାନ କରିଥିଲେ । ସାମ୍ବାଦିକଙ୍କ ସହ କଥା ହୋଇ ଶ୍ରୀ ଷଡଙ୍ଗୀ ଡାକ୍ତରଖାନାରେ ଔଷଧ ଠିକ ସମୟରେ ମିଳୁନଥିବା , ଗବେଷଣା କେନ୍ଦ୍ରରେ ଆବଶ୍ୟକତା ମୁତାବକ ବୈଜ୍ଞାନିକ ଅଭାବ ଥିବା ଓ ଆନୁସଙ୍ଗିକ ସୁବିଧା ସୁଯୋଗ ନଥିବା ଏବଂ ଦୋରା ସମାଜ ଭଳି ଓଡ଼ିଶାର ଅନେକ ଜନଜାତି ନିଜ ପରିଚୟ ପାଇଁ ଲଢ଼ୁଥିବା ସଂଗ୍ରାମ ସମ୍ପର୍କରେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ସହ ଚର୍ଚ୍ଚା କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । Conclusion:ସୁନାବେଡ଼ା ମହିଳା କଲେଜ କୁ ଯlଇ ସେଠାରେ ପ୍ଲlଷ୍ଟିକ ବର୍ଜନ କରିବା ଓ ଜଳସଂରକ୍ଷଣ ପ୍ରତି ସଚେତନ ହେବା ପାଇଁ ଛାତ୍ରୀଙ୍କୁ ପରାମର୍ଶ ଦେବାସହ ଏକ ସଂକଳ୍ପ ପାଠ କରାଇଥିଲେ l
.........
Byte : Pratap Chandra Sadangi , Union Minister
........
ଶାନ୍ତାକାର
କୋରାପୁଟ
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.