ETV Bharat / state

କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ପରିଦର୍ଶନ କଲେ କେନ୍ଦ୍ରମନ୍ତ୍ରୀ, ଆଦିବାସୀ ଭାଷାରେ ପାଠ୍ୟକ୍ରମ ନେଇ ଦେଲେ ଆଭାସ

କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ପରିଦର୍ଶନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଆଦିବାସୀ ଭାଷାରେ ପାଠ୍ୟକ୍ରମ ନେଇ ଦେଲେ ଆଭାସ । ଅଧିକ ପଢନ୍ତୁ

author img

By

Published : Apr 2, 2023, 1:25 PM IST

କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ପରିଦର୍ଶନ କଲେ କେନ୍ଦ୍ରମନ୍ତ୍ରୀ

କୋରାପୁଟ: କୋଟିଆରେ ଉତ୍କଳ ଦିବସ ପାଳନ କରିବା ପାଇଁ କୋରାପୁଟ ଗସ୍ତ କରିଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେ ଶନିବାର ସନ୍ଧ୍ୟାରେ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ ପରିଦର୍ଶନ କରିବା ସହ ଅନେକ ସମୀକ୍ଷା କରିଛନ୍ତି । ଆଦିବାସୀ ଭାଷାରେ ପାଠ୍ୟକ୍ରମ ପ୍ରସ୍ତୁତି ଦିଗରେ ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ କାମ କରୁ ବୋଲି କହିବା ସହ ଆଗାମୀ ଦିନରେ ଖାଲି ପଡିଥିବା ପଦପୂରଣ କରାଯିବ ବୋଲି କହିଛନ୍ତି ।

ଶନିବାର ସନ୍ଧ୍ୟାରେ ସେ ବିଶ୍ୱବିଦ୍ୟାଳୟ ପରିସରରେ ପ୍ରସ୍ତାବିତ ସ୍ପୋର୍ଟସ କମ୍ପ୍ଲେକ୍ସର ଭିତ୍ତିପ୍ରସ୍ତର ସ୍ଥାପନ କରିବା ସହ ବିଶ୍ୱବିଦ୍ୟାଳୟର Work Station ଓ Language Lab ଉଦଘାଟନ କରିବା ପରେ ପରେ ବିଶ୍ୱବିଦ୍ୟାଳୟର ଗ୍ରନ୍ଥାଗାର ପରିଦର୍ଶନ କରିଥିଲେ । ଏହା ପରେ ବିଶ୍ବବିଦ୍ୟାଳୟ କୁଳପତିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ କୋରାପୁଟ ଅଞ୍ଚଳର ଦୁଇ ବିଶିଷ୍ଟ ବ୍ୟକ୍ତି ସ୍ୱାଧୀନତା ସଂଗ୍ରାମୀ ତଥା ଭୂଦାନ ଆନ୍ଦୋଳନ କର୍ମୀ କୃଷ୍ଣ ସିଂହ ଏବଂ ବିଶିଷ୍ଟ ବୁଣାକାର ତଥା ପଦ୍ମଶ୍ରୀ ପୁରସ୍କାରପ୍ରାପ୍ତ ଗୋବର୍ଦ୍ଧନ ପାନିକାଙ୍କୁ ସମ୍ବର୍ଦ୍ଧିତ କରିଥିଲେ।

ଏହା ପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, "ରାଜ୍ୟର ଗୌରବମୟ ଇତିହାସକୁ ମନେ ପକାଇ ରାଜ୍ୟର ଭାଷାର ବିକାଶ ପାଇଁ କାର୍ଯ୍ୟ କରିବା ଦରକାର । ୨୦୩୬ରେ ଓଡ଼ିଶା ଗଠନର ୧୦୦ ବର୍ଷ ପୂର୍ତ୍ତି ବେଳକୁ ଏହାର ବିକାଶ ପାଇଁ ଆମେ କାମ କରିବାକୁ ପଡିବ । ଓଡ଼ିଶାର ବିକାଶ ହେଲେ ଭାରତର ବିକାଶ ହେବ । ପ୍ରଧାନମନ୍ତ୍ରୀଙ୍କ ପରିକଳ୍ପନା ଅନୁଯାୟୀ ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ବିକାଶର ଅଗ୍ରଦୂତ ଭାବେ କାର୍ଯ୍ୟ କରିବାକୁ ପଡିବ । ଆମେ ଭବିଷ୍ୟତ ପାଇଁ ଅଧିକ ଦାୟିତ୍ୱ ସହ କାମ କରିବା ଉଚିତ୍‌ । କୋରାପୁଟ ଜିଲ୍ଲା ଚାଉଳ ଓ ମାଣ୍ଡିଆ ସମେତ ପାରମ୍ପରିକ ଖାଦ୍ୟ ପାଇଁ ପ୍ରସିଦ୍ଧ ହୋଇଥିବା ବେଳେ ଏବେ ଷ୍ଟ୍ରବେରୀ ଉତ୍ପାଦନ କରୁଛି । ଏହା ହେଉଛି ବିକାଶର ପ୍ରକୃତି । ବିଶ୍ୱବିଦ୍ୟାଳୟ ସ୍ଥାନୀୟ ଲୋକଙ୍କ ମଧ୍ୟରେ ସାମଗ୍ରିକତାର ସହ କାର୍ଯ୍ୟ କରିବା ଉଚିତ ଯାହାଦ୍ୱାରା ଏହି ଅଞ୍ଚଳରେ ସମ୍ପୂର୍ଣ୍ଣ ଶିକ୍ଷା ହାସଲ ହୋଇପାରିବ ।"

ସେ ଆହୁରି ମଧ୍ୟ କହିଥିଲେ ଯେ, "ବିଶ୍ୱବିଦ୍ୟାଳୟ ସେମାନଙ୍କ ପାଠ୍ୟକ୍ରମରେ ସ୍ଥାନୀୟ ଭାଷା ଏବଂ ଉପଭାଷାକୁ ଅନ୍ତର୍ଭୁକ୍ତ କରିବା ପାଇଁ କାର୍ଯ୍ୟ କରିବା ଉଚିତ ଯାହା ଦ୍ୱାରା ସମସ୍ତ ଛାତ୍ରଛାତ୍ରୀ ଠିକ୍ ଭାବରେ ଶିକ୍ଷିତ ହୋଇପାରିବେ । ଏହି କାର୍ଯ୍ୟରେ ଏନସିଇଆରଟି ବିଶ୍ୱବିଦ୍ୟାଳୟକୁ ସହଯୋଗ କରିବ । ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟାକ୍ଷେତ୍ରରେ ନୂତନ ଉଦ୍ଭାବନ ବିକଶିତ କରିବା ପାଇଁ ବିଶ୍ୱବିଦ୍ୟାଳୟ ହିନ୍ଦୁସ୍ତାନ ଏରୋନଟିକ୍ସ ଲିମିଟେଡ ଏବଂ ନାଲ୍କୋ ସହ ମିଶି କାର୍ଯ୍ୟ କରିବ ।"

କୋରାପୁଟ, ରାୟଗଡା, ନବରଙ୍ଗପୁର ଜିଲ୍ଲାର ବିବିଧ ଆଦିବାସୀ ଭାଷାରେ ପାଠ୍ୟକ୍ରମ ପ୍ରସ୍ତୁତି କରାଯାଇପାରିବ ସେ ନେଇ ଏହି ବିଶ୍ବବିଦ୍ୟାଳୟ ପ୍ରମୁଖ ଭୂମିକା ନେବା ପାଇଁ ସେ ପ୍ରସ୍ତାବ ଦେଇଥିଲେ । କୋଟିଆ ଭଳି ରାଜ୍ୟର ସୀମାନ୍ତ ଅଞ୍ଚଳରେ ଶିକ୍ଷା ଓ ଓଡ଼ିଆ ଭାଷାର ସୁରକ୍ଷା ଦିଗରେ ମଧ୍ୟ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ବିଭିନ୍ନ ବିଭାଗରେ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀ ଦାୟିତ୍ୱ ନେଵାର ଆବଶ୍ୟକତା ଉପରେ ସେ ଗୁରୁତ୍ୱ ପ୍ରଦାନ କରିଥିଲେ ।

ପ୍ରଫେସର ଚକ୍ରଧର ତ୍ରିପାଠୀ ତାଙ୍କ ଅଭିଭାଷଣରେ ବିଶ୍ୱବିଦ୍ୟାଳୟ ପାଇଁ ଭୀମ ଭୋଇ ଚେୟାରକୁ ଅନୁମୋଦନ କରିଥିବାରୁ ମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଥିଲେ । ଭୀମ ଭୋଇ ଭାରତୀୟ ଭକ୍ତି ଆନ୍ଦୋଳନ ସମୟରେ ଅନ୍ୟତମ ଅଗ୍ରଣୀ ସନ୍ଥ କବି ଥିଲେ । ସର୍ବଦା ସେ ନିଜ ବଳିଦାନରେ ମଧ୍ୟ ବିଶ୍ୱର ଉନ୍ନତି ପାଇଁ ଚିନ୍ତା କରୁଥିବା ସନ୍ଥ କବିଭୀମ ଭୋଇଙ୍କ ଚିନ୍ତାଧାରାକୁ ବିଶ୍ଵ ଅନୁସରଣ କରିବା ଉଚିତ୍ ବୋଲି ସେ କହିଥିଲେ ।

ଇଟିଭି ଭାରତ, କୋରାପୁଟ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.