ETV Bharat / state

ତାଜମହଲ ବୁଲିବାକୁ ଯାଇଥିବା ୨ ଓଡିଆଙ୍କୁ ଅପହରଣ ! ପୋଲିସ କହିଲା ଭିନ୍ନ କଥା

author img

By ETV Bharat Odisha Team

Published : Nov 29, 2023, 6:56 PM IST

Updated : Nov 29, 2023, 7:15 PM IST

ତାଜମହଲ ପରିଦର୍ଶନରେ ଯାଇଥିବା ଦୁଇ ଓଡିଆ ଯୁବକଙ୍କୁ ଆଗ୍ରାରେ ଅପହରଣ । ଖସି ପଳାଇବାକୁ ଉଦ୍ୟମ କରି ଜଣେ ଆହତ । ଉଭୟଙ୍କୁ ଉଦ୍ଧାର କରିବା ପରେ ଉତ୍ତର ପ୍ରଦେଶ ପୋଲିସ କହିଲା ଗଞ୍ଜେଇ ଡିଲ ମାମଲା । ପରିବାର ସଦସ୍ୟ ଆଣିଥିଲେ ଅପହରଣ ଅଭିଯୋଗ । ଅଧିକ ପଢନ୍ତୁ

ତାଜମହଲ ପରିଭ୍ରମଣରେ ଯାଇଥିବା 2 ଓଡିଆଙ୍କୁ ଅପହରଣ ! ଛାତରୁ ଡେଇଁ ଜଣେ ଆହତ

ଲକ୍ଷ୍ନୌ: ତାଜମହଲ ପରିଦର୍ଶନରେ ଯାଇଥିବା ଦୁଇ ଓଡିଆ ଯୁବକଙ୍କୁ ଅପହରଣ କରାଯାଇଥିବା ଅଭିଯୋଗ । ଉଭୟଙ୍କୁ ଅପହରଣ କରାଯାଇଥିବା ଓ ମୁକ୍ତ କରାଯିବା ପାଇଁ ଅପହରଣକାରୀ ଫୋନ କରି ଟଙ୍କା ମାଗିଥିବା ପରିବାର ଲୋକେ ପୋଲିସରେ ଅଭିଯୋଗ କରିଛନ୍ତି । ଏନେଇ ପୋଲିସ ଏକ ମାମଲା ରୁଜୁ କରି ଉତ୍ତର ପ୍ରଦେଶ ପୋଲିସ ସହ ଯୋଗାଯୋଗ କରିବା ପରେ ଘଟଣା ସାମ୍ନାକୁ ଆସିଛି । ଅପହରଣର ଶିକାର ହୋଇଥିବା ଦୁଇ ଯୁବକ କୋରାପୁଟର ବୋଲି ଜଣାପଡିଛି । ସେମାନଙ୍କ ମଧ୍ୟରୁ ଜଣେ ଖସି ପଳାଇବାକୁ ଉଦ୍ୟମ କରି ଛାତରୁ ଡେଇଁ ଆହତ ହୋଇଛନ୍ତି । ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଅପହରଣରେ ସାମିଲ 3 ଅଭିଯୁକ୍ତଙ୍କୁ ଉତ୍ତର ପ୍ରଦେଶ ପୋଲିସ ଗିରଫ ମଧ୍ୟ କରିଛି ।

ଅପହରଣର ଶିକାର ହୋଇଥିବା ଦୁଇ ଓଡିଆ ଯୁବକ ହେଉଛନ୍ତି କୋରାପୁଟ ଜିଲ୍ଲାର ଜଗୁ ଓ ସୁନିଲ ମୁଦୁଲି । ସେମାନେ 21 ତାରିଖରେ ଉତ୍ତର ପ୍ରଦେଶ ଯାଇଥିବା ବେଳେ ସେଠାରେ ଅପହରଣର ଶିକାର ହୋଇଥିବା ଓ ଅପହରଣକାରୀ ଫୋନ କରି ଟଙ୍କା ମାଗିଥିବା ଉଭୟଙ୍କ ପରିବାର ସଦସ୍ୟ ପୋଲିସରେ ଅଭିଯୋଗ କରିଥିଲେ । ଏହା ପରେ ଓଡିଶା ପୋଲିସ ଉତ୍ତର ପ୍ରଦେଶ ପୋଲିସ ସହ ଯୋଗାଯୋଗ କରି ଉଭୟଙ୍କ ମୋବାଇଲ ନମ୍ବର ଦେଇଥିଲା । ଆଗ୍ରା ପୋଲିସ ଉଭୟଙ୍କ ମୋବାଇଲର ଲୋକେସନ ଟ୍ରାକ କରି ସେମାନଙ୍କୁ ଉଦ୍ଧାର କରିବାରେ ସଫଳ ହୋଇଥିଲା । ଉଭୟଙ୍କୁ ଆଗ୍ରାର ଟେଡି ବଗିଆ ଅଞ୍ଚଳରୁ ଉଦ୍ଧାର କରାଯାଇଛି । ଉଭୟ ଏବେ ସ୍ଥାନୀୟ ପୋଲିସ ହେପାଜତରେ ରହିଛନ୍ତି । 3 ଅଭିଯୁକ୍ତଙ୍କୁ ପୋଲିସ ମଧ୍ୟ ଜେରା କରୁଛି । ପ୍ରାଥମିକ ତଦନ୍ତରେ ଏହା ଏକ ଗଞ୍ଜେଇ କାରବାର ଡିଲ ପରି ମାମଲା ହୋଇଥିବା ଉତ୍ତର ପ୍ରଦେଶ ପୋଲିସ କହିଛି ।

ଏହା ମଧ୍ୟ ପଢନ୍ତୁ :- ଆହୁରି ୫ ବର୍ଷ ମିଳିବ ମାଗଣା ଚାଉଳ

ହେଲେ ପ୍ରାଥମିକ ତଦନ୍ତ ପରେ ଉତ୍ତର ପ୍ରଦେଶ ପୋଲିସ ଏହି ମାମଲାରେ ଭିନ୍ନ ତଥ୍ୟ ଦେଇଛି । ଅପହୃତ ହୋଇଥିବା ଦୁଇ ଓଡିଆ ଯୁବକ ତାଜମହଲ ପରିଦର୍ଶନରେ ଯାଇନଥିଲେ କିମ୍ବା ସେମାନେ କୌଣସି ପର୍ଯ୍ୟଟକ ମଧ୍ୟ ନୁହନ୍ତି । ସେମାନେ ଗଞ୍ଜେଇ ଚାଲାଣ ବାବାଦରେ ଡିଲ କରିବା ପାଇଁ ଆଗ୍ରା ଯାଇ ଅଭିଯୁକ୍ତମାନଙ୍କୁ ଭେଟିଥିଲେ । କୌଣସି କାରଣରୁ ତିକ୍ତତା ସୃଷ୍ଟି ହେବାକୁ ଅଭିଯୁକ୍ତମାନେ ଏହି ଦୁଇ ଯୁବକଙ୍କୁ ଅଟକ ରଖିଥିଲେ । ଗତକାଲି (ମଙ୍ଗଳବାର) ରାତିରେ ସେମାନଙ୍କ ମଧ୍ୟରୁ ଜଣେ ଛାତରୁ ଡେଇଁ ଆହତ ହୋଇଛି । ଅନ୍ୟ ଜଣଙ୍କୁ ମଧ୍ୟ ଉଦ୍ଧାର କରାଯାଇ ସାରିଛି । ଅପହରଣରେ ସାମିଲ ଥିବା 3 ଅଭିଯୁକ୍ତଙ୍କୁ ମଧ୍ୟ ସ୍ଥାନୀୟ ପୋଲିସ ଗିରଫ କରିସାରିଛି । ଏହା ପର୍ଯ୍ୟଟକ ଅପହରଣ ମାମଲା ନୁହେଁ ବରଂ ଗଞ୍ଜେଇ ଡିଲ ବେଳେ ତିକ୍ତତା ବୋଲି ଆଗ୍ରା ପୋଲିସ କହିଛି । ମାମଲାର ତଦନ୍ତ ଜାରି ରଖିଛି ପୋଲିସ ।

ବ୍ଯୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Nov 29, 2023, 7:15 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.