ETV Bharat / state

ଆଦିବାସୀ ମାନେ ଭଗବାନଙ୍କ ପ୍ରଥମ ସନ୍ତାନ: ରାଜ୍ୟପାଳ

ଓଡିଶା କେନ୍ଦ୍ରୀୟ ବିଶ୍ୱ ବିଦ୍ୟାଳୟରେ ଆୟୋଜିତ ଏକ ଆଲୋଚନା ଚକ୍ରରେ ଭାରତର ସ୍ଵାଧୀନତା ସଂଗ୍ରାମରେ ଆଦିବାସୀଙ୍କ ଭୂମିକା ସମ୍ପର୍କରେ ଚର୍ଚ୍ଚାରେ ଭାଗ ନେଇ ପ୍ରଫେସର ଗଣେଶୀ ଲାଲ୍ ଶହୀଦ ଲକ୍ଷ୍ମଣ ନାୟକଙ୍କ ସମେତ କୋରାପୁଟ ଅଞ୍ଚଳର ଅନେକ ଆଦିବାସୀ ଯୋଦ୍ଧାଙ୍କ ଅବଦାନ ଅତୁଳନୀୟ ବୋଲି ସେ ଅଭିଭାଷଣ ରଖିଛନ୍ତି । ଅଧିକ ପଢନ୍ତୁ

ଆଦିବାସୀ ମାନେ ଭଗବାନଙ୍କ ପ୍ରଥମ ସନ୍ତାନ : ରାଜ୍ୟପାଳ

author img

By

Published : Sep 11, 2022, 9:47 AM IST

କୋରାପୁଟ: ପ୍ରକୃତି ସହ ନିରନ୍ତର ଭାବେ ଜଡ଼ିତ ରହିଥିବା ଆଦିବାସୀ ଭଗବାନଙ୍କ ପ୍ରଥମ ସନ୍ତାନ ବୋଲି ଓଡିଶା କେନ୍ଦ୍ରୀୟ ବିଶ୍ୱ ବିଦ୍ୟାଳୟରେ ଆୟୋଜିତ ଏକ ଆଲୋଚନା ଚକ୍ରରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମତବ୍ୟକ୍ତ କରିଛନ୍ତି । ଭାରତର ସ୍ଵାଧୀନତା ସଂଗ୍ରାମରେ ଆଦିବାସୀଙ୍କ ଭୂମିକା ସମ୍ପର୍କରେ ଚର୍ଚ୍ଚାରେ ଭାଗ ନେଇ ଗଣେଶି ଲାଲ୍ ଶହୀଦ ଲକ୍ଷ୍ମଣ ନାୟକଙ୍କ ସମେତ କୋରାପୁଟ ଅଞ୍ଚଳର ଅନେକ ଆଦିବାସୀ ଯୋଦ୍ଧାଙ୍କ ଅବଦାନ ଅତୁଳନୀୟ ବୋଲି କହିଛନ୍ତି । ପ୍ରକୃତି ସହ ଆଦିବାସୀଙ୍କ ସମ୍ପର୍କ ସମାଜ ପାଇଁ ଏକ ଉଦାହରଣ ହୋଇରହିବ ।

ଆଦିବାସୀ ମାନେ ଭଗବାନଙ୍କ ପ୍ରଥମ ସନ୍ତାନ : ରାଜ୍ୟପାଳ

ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ କହିଛନ୍ତି, "ଓଡିଶା ବିଶ୍ବର ଏମିତି ଏକ ରାଜ୍ୟ ଯିଏ ରଜ ଉତ୍ସବକୁ ପାଳନ କରିଥାଏ । ଆଦି ଶକ୍ତି ସୃଷ୍ଟିର ସମସ୍ତ ଜିନିଷକୁ ତଦାରଖ କରିଛି । ପରେ ଅନନ୍ୟ ସୃଷ୍ଟି ମଣିଷକୁ ତଦାରଖ କରିଛି । ମଣିଷକୁ ଦେଖିବା ପରେ ଆଦି ଶକ୍ତି ମନରେ ଦୁଇଟି କଥା ଆସିଥିଲା । ପ୍ରଥମେ ସିଏ ଆଖି ଖୋଲିଲେ ଏବଂ ଏକ ସ୍ମିତ ହସ ରଖିଥିଲେ । ପରେ ଆଦି ଶକ୍ତି ମୁହଁ ଖୋଲି ଭଗବାନଙ୍କୁ ଧନ୍ୟବାଦ କହିଥିଲେ । ଏହା କହିବାର ଅର୍ଥ ଏହି ଧନ୍ୟବାଦ ଶବ୍ଦ ଏବଂ ଏହି ସ୍ମିତ ହସ ଏହା ଆଜିର ସମାଜରେ ଲୁପ୍ତ ହୋଇଗଲାଣି । ଆଜି ପୁରା ବିଶ୍ବ ଆବଦ୍ଧ ହୋଇଯାଇଛି । ହେଲେ ଆଦିଶକ୍ତି ବିଶ୍ବ ପାଇଁ ଯେଉଁ ମଣିଷ ବନେଇଥିଲେ ଏହି ମଣିଷ ମାନେ ପ୍ରକୃତିର ଥିଲେ, ପ୍ରକୃତି ଦ୍ବାରା ଥିଲେ, ସେଥିପାଇଁ ସେମାନେ ପ୍ରକୃତିରେ ବସବାସ କରନ୍ତି ଏବଂ ପ୍ରକୃତି ସହିତ ବସବାସ କରନ୍ତି । ସେମାନେ ପ୍ରକୃତି ସହିତ ଓତଃପ୍ରୋତ ଭାବରେ ଜଡିତ । ଯାହାକୁ ଦୁନିଆ ଟ୍ରାଇବଲ କହୁଛି ସେମାନେ ଟ୍ରାଇବଲ ନୁହଁନ୍ତି ସେମାନେ ଆଦି ଶକ୍ତିର ପ୍ରଥମ ସନ୍ତାନ । ଏକଥା ମଧ୍ୟ ଦେଶର ପ୍ରଧାନମନ୍ତ୍ରୀ ବାରମ୍ବାର କହିଛନ୍ତି ।"

ଶନିବାର ରାଜ୍ୟପାଳ ଦୁଇଦିନିଆ କୋରାପୁଟ ଗସ୍ତରେ ଆସିଛନ୍ତି । ଆଜି କୁନ୍ଦୁରା ଠାରେ ଦୁରୁଆ ଆଦିବାସୀ ମହିଳାଙ୍କ କାର୍ଯ୍ୟକ୍ରମରେ ଯୋଗ ଦେବା ସହ ଜୟପୁରରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଆୟୋଜିତ ହେଉଥିବା ରାଜ୍ୟସ୍ତରୀୟ ପ୍ରତିଯୋଗିତାକୁ ଦେଖିବାର କାର୍ଯ୍ୟକ୍ରମ ରହିଛି । ଏହା ପରେ କୋରାପୁଟ ଜିଲ୍ଲାସ୍ତରୀୟ ଅଧିକାରୀଙ୍କ ସହ ଆଲୋଚନା କରି ରାଜ୍ୟପାଳ ରାୟଗଡ଼ା ଅଭିମୁଖେ ଯାତ୍ରା କରିବାର କାର୍ଯ୍ୟସୂଚୀ ରହିଛି ।

ଇଟିଭି ଭାରତ, କୋରାପୁଟ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.